News18 Odia Digital
ନୂଆ ଦିଲ୍ଲୀ: ଗୋଟିଏ ଢାବା ଚଳାଇ ଆତ୍ମନିର୍ଭର ହୋଇଥିବା ୮୧ ବର୍ଷର ବୁଢ଼ା କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗତ ବର୍ଷ ବଡ଼ ସୁନାମ ଅର୍ଜନ କରିଥିବା ‘ବାବା କା ଢାବା’ର (Baba Ka Dhaba) ମାଲିକ ଏହି ଦିଲ୍ଲୀ ବାସିନ୍ଦାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ନିଆଯାଇଛି । ପୋଲିସ କହିଛି ଯେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
‘‘ଗୁରୁବାର ରାତି ୧୧ଟା ୧୫ରେ ସଫଦରଜଙ୍ଗ ହସ୍ପିଟାଲରୁ କାନ୍ତା ପ୍ରସାଦଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଆମକୁ ମିଳିଛି । ଆମେ ଡାକ୍ତରଖାନାରେ ପହଞ୍ଚି ତାଙ୍କ ମେଡିକୋ-ଲିଗାଲ୍ କେସ୍ (MLC) ସଂଗ୍ରହ କରିଥିଲୁ । ସେଥିରେ ସେ ମଦ୍ୟପାନ କରି ଓ ନିଦ ବଟିକା ଖାଇ ଚେତାଶୂନ୍ୟ ହୋଇଥିବା ଉଲ୍ଲେଖ କରାଯାଇଛି,’’ କହିଛନ୍ତି ପୋଲିସ କମିଶନର ଅତୁଲ କୁମାର ଠାକୁର (baba suicide)।
ଏହା ବି ପଢ଼ନ୍ତୁ | ନୟାଗଡ଼: ୬ ବର୍ଷର ଝିଅକୁ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍ କରିବା ପରେ ହତ୍ୟା କଲା
କାନ୍ତା ପ୍ରସାଦଙ୍କ ପୁଅ କରଣ ପ୍ରସାଦ ପୋଲିସକୁ କହିଛନ୍ତି ଯେ ତାଙ୍କ ବାପା ମଦ ପିଇଥିଲେ ଓ ନିଦ ବଟିକା ଖାଇଥିଲେ । କାନ୍ତା ପ୍ରସାଦଙ୍କ ପତ୍ନୀ ବାଦାମୀ ଦେବୀ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ କାନ୍ତାଙ୍କୁ ନିଜ ଦୋକାନରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖାୟାଇଥିଲା (Baba Ka Dhaba owner Kanta Prasad)।
ଏହା ବି ପଢ଼ନ୍ତୁ | ରାଜ୍ୟରେ ଗରିବ ଓ କାଳିଆ ଯୋଜନାର ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ନବୀନ
‘‘ମୁଁ ଜାଣେ ନାହିଁ ସେ କଣ ଖାଇଥିଲେ ଓ କଣ ପିଇଥିଲେ । ସେ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖି ତାଙ୍କୁ ଆମେ ଡାକ୍ତରଖାନା ନେଇଥିଲୁ । ଡାକ୍ତରମାନେ ଆମକୁ କିଛି କହି ନାହାଁନ୍ତି । ସେ କ'ଣ ଭାବି ଏମିତି କଲେ ମୁଁ ଜାଣେ ନାହିଁ,’’ କହିଛନ୍ତି କାନ୍ତ ପ୍ରସାଦଙ୍କ ପତ୍ନୀ ବାଦାମୀ ଦେବୀ (Delhi Dhaba owner suicide)।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପହିଲି ରଜରେ କାହିଁକି ମନ ଉଦାସ ହେଲା? ଭଦ୍ରକରେ ଭଡ଼ା ଘରେ ପଙ୍ଖାରୁ ଝୁଲି ଜୀବନ ଦେଲେ ଯୁବତୀ
ଗତ ବର୍ଷ ଲକଡାଉନ୍ ସମୟରେ ଦିଲ୍ଲୀରେ ଏକ ରାସ୍ତା କଡ଼ରେ ‘ବାବା କା ଢାବା’ ନାଁରେ ଏକ ଢାବା ଚଳାଇ ଖ୍ୟାତି ଅର୍ଜନ କରିଥିଲେ କାନ୍ତା ପ୍ରସାଦ । ତାଙ୍କ ବିକଟ ଆର୍ଥିକ ସମସ୍ୟା ବଖାଣୁଥିବା ଏକ ଭିଡିଓ ଅନଲାଇନରେ ଶେୟାର୍ ହେବା ପରେ ହଜାର ହଜାର ଲୋକଙ୍କୁ ହୃଦୟ ତରଳିଯାଇଥିଲା । ବୃଦ୍ଧ ଦମ୍ପତିଙ୍କର ସେହି ଭିଡିଓ ଗୌରବ ୱାସନ୍ ନାମକ ଜଣେ ୟୁଟ୍ୟୁବର୍ ପୋଷ୍ଟ କରିବା ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ତାଙ୍କ ପାଇଁ ଟଙ୍କା ଦାନ ଦେଇଥିଲେ । ତା’ ପରେ କାନ୍ତା ପ୍ରସାଦଙ୍କ ସ୍ଥିତି ସୁଧୁରିଥିଲା ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ୪ ଛୁଆ ଓ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ଓ ବାପା ମଲେ
ରାତାରାତି ବଡ଼ ଆକାରର ଧନ ପାଇବା ପରେ କାନ୍ତା ପ୍ରସାଦ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ, କିନ୍ତୁ ଅଳ୍ପ ଦିନ ମଧ୍ୟରେ ସେଠି ଗ୍ରାହକଙ୍କ ସଂଖ୍ୟା କମ୍ ହୋଇଯାଇଥିଲା ଓ ତାଙ୍କ କ୍ଷତି ବଢ଼ିଯାଇଥିଲା । ଶେଷରେ ଫେବୃଆରୀ ୧୫ ତାରିଖରେ ସେହି ରେସ୍ତୋରାଁ ବନ୍ଦ କରି କାନ୍ତା ପ୍ରସାଦ ନିଜ ପତ୍ନୀଙ୍କ ସହ ରାସ୍ତା କଡରେ ପୂର୍ବ ପରି ଢାବା ଚଳାଇବାକୁ ବାଧ୍ୟ ହୋଇଥିଲେ ।
ସେ କହିଥିଲେ ଯେ ରେଷ୍ତୋରାଁ ଚଳାଇବାକୁ ମାସକୁ ପ୍ରାୟ ୧ ଲକ୍ଷ ଟଙ୍କା ଲାଗୁଛି, ମାତ୍ର ସେହି ତୁଳନାରେ ଲାଭ ଖୁବ୍ କମ୍ ହେଉଥିବାରୁ ସେ କଷ୍ଟ ପାଉଛନ୍ତି । ସେ କହିଥିଲେ ଯେ ଲୋକଙ୍କ ଦାନରୁ ତାଙ୍କ ପାଖରେ ୨୦ ଲକ୍ଷ ଟଙ୍କା ଅଛି ଓ ସେ ଜୀବିତ ଥିବା ପର୍ଯ୍ୟନ୍ତ ସେହି କିଓସ୍କରେ ‘ବାବା କା ଢାବା’ ଚଳେଇବେ । ସେ ଗୌରବ ୱାସନଙ୍କ ବିରୋଧରେ ଲୋକଙ୍କ ଦାନ ଟଙ୍କାରୁ ଏକ ବଡ଼ ଅଂଶ ମାରି ଖାଇଯାଇଥିବା ଅଭିଯୋଗ ଲଗାଇଥିବାରୁ ତାଙ୍କଠୁ କ୍ଷମା ବି ମାଗିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।