‘ବସ୍‌ରେ ଫୁଲ୍ କ୍ୟାପାସିଟିରେ ଲୋକେ ଯିବେ ତ ଅଟୋ ଓ ଟ୍ୟାକ୍ସିରେ କାହିଁକି ନୁହେଁ?’

ଅଟୋରେ ଡ୍ରାଇଭରକୁ ଛାଡ଼ି ଦୁଇ ଜଣ ଯାତ୍ରୀ ବସିବା ପାଇଁ ସରକାର କରିଥିବା କଟକଣାକୁ ବିରୋଧୀ କରିଛି ଅଟୋ ମହାସଙ୍ଘ। ଜିମ୍ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛି ଜିମ୍ ମାଲିକ ସଙ୍ଘ ।

‘ବସ୍‌ରେ ଫୁଲ୍ କ୍ୟାପାସିଟିରେ ଲୋକେ ଯିବେ ତ ଅଟୋ ଓ ଟ୍ୟାକ୍ସିରେ କାହିଁକି ନୁହେଁ?’
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କୋହଳ ହେଉଛି ଲକଡାଉନ କଟକଣା । ସ୍ୱାଭାବିକ ହେବା ଆରମ୍ଭ ହୋଇଛି ଜୀବନଯାତ୍ରା । ସାଧାରଣ ପରିବହନ ବ୍ୟବସ୍ଥାକୁ କଟକଣା ମୁକ୍ତ କରାଯାଇଥିବା ବେଳେ ସୁଗମ ହୋଇପାରିନି ଅଟୋ ସେବା । ଜିମ୍‌ ଖୋଲିବା ପାଇଁ ଅନୁମତି ଦେବାକୁ ସରକାରଙ୍କୁ ପୁଣି ଥରେ ଅନୁରୋଧ କରିଛି ଜିମ ମାଲିକ ସଙ୍ଘ ।

ଲକଡାଉନ କଟକଣାକୁ ସରକାର ସିନା କୋହଳ କରିଛନ୍ତି କିନ୍ତୁ ସାଧାରଣ ପରିବହନ ବ୍ୟବସ୍ଥା ହୋଇ ପାରିନି ସ୍ୱାଭାବିକ। ଅଟୋ, ଟ୍ୟାକ୍ସି ଓ ବସ ଚାଲିବା ପାଇଁ ସରକାର ଅନୁମତି ଦେଲେ, କିନ୍ତୁ ରାସ୍ତାରେ ଗୋଟିଏ ବି ଅଟୋ ଗଡ଼ୁନାହଁ । ଅଟୋରେ ଡ୍ରାଇଭରକୁ ଛାଡ଼ି ଦୁଇ ଜଣ ଯାତ୍ରୀ ବସିବା ପାଇଁ ସରକାର କରିଥିବା କଟକଣାକୁ ବିରୋଧୀ କରିଛି ଅଟୋ ମହାସଙ୍ଘ। ବସରେ ଯଦି ପୂରା ସିଟ୍‌ କାପସିଟିରେ ଲୋକେ ବସିପାରିବେ ତେବେ ଅଟୋ ଓ ଟ୍ୟାକ୍ସି କ୍ଷେତ୍ରରେ କାହିଁକି ନୁହେଁ ବୋଲି ମହାସଙ୍ଘ ପ୍ରଶ୍ନ କରିଛି ।

ସଙ୍ଘର ସାଧାରଣ ସମ୍ପାଦକ ପଦ୍ମନ ସାମଲ କହିଛନ୍ତି: ‘‘ସରକାର ବାସ୍ତବିକତାକୁ ବୁଝନ୍ତୁ । ସର୍ବ ପ୍ରଥମେ ଜୀବନଯାତ୍ରା ସ୍ୱାଭାବିକ ହେଲେ ଅଟୋ ଚାଲିପରିବ । ଦିଲ୍ଲୀ ସରକାର ଢାଞ୍ଚାରେ ବନ୍ଦ ଥିବା ୨ ମାସ ପାଇଁ ୫ ହଜାର ଟଙ୍କା ଲେଖାଏଁ ଅଟୋଚାଳକଙ୍କୁ ଦିଆଯାଉ ।’’

ଭୁବନେଶ୍ୱରରେ ଲକଡାଉନ୍ ପୂର୍ବରୁ ଏକ ଜିମର ଦୃଶ୍ୟ


ଜିମ ମାଲିକ ସଙ୍ଘର ସଭାପତି ସତ୍ୟଜିତ ଦାସ କହିଛନ୍ତି: ‘‘ସବୁ କଟକଣା କୋହଳ ହେଇଥିବା ବେଳେ ଜିମ ସଂସ୍ଥାଗୁଡ଼ିକ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଜିମ୍‌ ଖୋଲିବାକୁ କାହିଁକି ଅନୁମତି ମିଳୁନାହିଁ ତାର ଲଜିକ ବୁଝାପଡ଼ୁନି । ସରକାରଙ୍କୁ ପୁଣି ଥରେ ଅନୁରୋଧ କରୁଛୁ ଜିମ୍‌ ଖୋଲିବା ପାଇଁ ଶୀଘ୍ର ଅନୁମତି ଦିଅନ୍ତୁ ।’’

ବାପୁଜୀ ନଗରରେ ବ୍ୟବସାୟୀ ପ୍ରତାପ ସାହୁ କହିଛନ୍ତି ଯେ ସନ୍ଧ୍ୟା ସମୟରେ ଅଧିକ ଦୁଇ ଘଣ୍ଟା ଦୋକାନ ଖୋଲିବାକୁ ଦିଆଯିବା ଉଚିତ କାରଣ ଏବେ ସନ୍ଧ୍ୟା ସମୟର କର୍ଫ୍ୟୁକୁ ବି କୋହଳ କରାଯାଇଥିବାରୁ ଅଧିକ ସମୟ ମିଳିଲେ ଦୋକାନୀମାନେ ଲକଡାଉନର କ୍ଷତି କିଛି ମାତ୍ରାରେ ଭରଣା କରିପାରିବେ ।

ଅର୍ଥନୀତି ବିଶେଷଙ୍ଗଙ୍କ ମତରେ କରୋନା ମହାମାରୀ ପରେ ଏବେ ଅନାହାରର ମହାମାରି ଦେଖାଗଲାଣି । ଏହାକୁ ରୋକିବାକୁ ହେଲେ ଅର୍ଥନୈତିକ କାର୍ଯ୍ୟକଳାପକୁ ଚାଲୁ କରିବାକୁ ପଡିବ ।

‘‘କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅର୍ଥନୈତିକ କାର୍ଯ୍ୟକଳାପକୁ ଧୀରେ ଧୀରେ ଖୋଲୁଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହା ଦ୍ୱାରା ଖାଇବାକୁ ପାଉ ନ ଥିବା ୩୦ ପ୍ରତିଶତ ଲୋକ ଉପକୃତ ହେବେ । ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନେଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ସହାୟତା ଦେବା ଦରକାର କାରଣ ସେମାନେ ହେଉଛନ୍ତି ଅର୍ଥନୈତିକ ପ୍ରଗତିର ମେରୁଦଣ୍ଡ,’’ କହିଛନ୍ତି ଅର୍ତ୍ତନୀତି ସମୀକ୍ଷକ ଦିଲ୍ଲୀପ ବିଷୋୟୀ।

ହଟୁଛି କଟକଣା। ସ୍ୱାଭାବିକ ହେଉଛି ଜୀବନଯାପନ। ଚଳଚଞ୍ଚଳ ହେଉଛି ବଜାର ଘାଟ । କରୋନାକୁ ନ ଡରି ଏହାର ସାମ୍ନା କରିବା, ନିଜକୁ ସଂଯତ ରଖିବା ଓ ସଚେତନ ହେବା ଶିଖିଲେଣି ସାଧାରଣ ଜନତା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 9:20 PM IST
corona virus btn
corona virus btn
Loading