ନମୁନାରୁ ମାତ୍ର ୪୫ ମିନିଟରେ କରୋନା ଚିହ୍ନଟ କରିବା ପାଇଁ ଅଷ୍ଟ୍ରେଲିଆରେ ପରୀକ୍ଷା ଅନୁମୋଦିତ ହେଲା

ସେଫିଡ୍ ଦ୍ୱାରା ହେଉଥିବା ଏହି ୪୫ ମିନିଟର ପରୀକ୍ଷଣରେ ଏକ ନମୁନାରେ ଥିବା ଭାଇରାଲ୍ ଜିନ୍ ଚିହ୍ନଟ ହୁଏ, ଠିକ୍ ଯେମିତି ବର୍ତ୍ତମାନ ସବୁଠି ବ୍ୟବହୃତ ହେଉଥିବା PCR ପରୀକ୍ଷାରେ ହେଉଛି । ଅଷ୍ଟ୍ରେଲିଆ ୨୦୨୦ ଅଲିମ୍ପିକ୍ସରୁ ନିଜ ଆଥଲେଟମାନଙ୍କୁ ପ୍ରତ୍ୟାହାର କରିନେଇଛି ।

ନମୁନାରୁ ମାତ୍ର ୪୫ ମିନିଟରେ କରୋନା ଚିହ୍ନଟ କରିବା ପାଇଁ ଅଷ୍ଟ୍ରେଲିଆରେ ପରୀକ୍ଷା ଅନୁମୋଦିତ ହେଲା
ଆଡିଲେଡରେ ଏକ ହସପିଟାଲରେ ଜଣେ ରୋଗୀଙ୍କ ସହ ଜଣେ ନର୍ସ୍ କଥାହେଉଛନ୍ତି । (ରଏଟର୍ସ୍ ଫଟୋ)
  • News18 Odia
  • Last Updated: March 23, 2020, 5:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କରୋନା ଭାଇରସ୍‌ ଜନିତ ରୋଗ (COVID-19) ଚିହ୍ନଟ କରିବା ପାଇଁ ଗୋଟେ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଫଳ ଜଣାଉଥିବା ଦୁଇଟି ଦ୍ରୁତ-ନିଦାନ ପରୀକ୍ଷା ପ୍ରଣାଳୀ ଅଷ୍ଟ୍ରେଲିଆରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

ଏବିସି ନ୍ୟୁଜ୍‌ ସଂସ୍ଥାର ଏକ ରିପୋର୍ଟ ଅନୁସାରେ ଏହି ନୂତନ ପରୀକ୍ଷା ଅଷ୍ଟ୍ରେଲିଆର ଥେରାପଉଟିକସ୍ ଗୁଡ୍ସ ଆଡମିନିଷ୍ଟ୍ରେସନ୍ (TGA) ଦ୍ୱାରା ଏହି ପ୍ରଣାଳୀ ଅନୁମୋଦନ ଲାଭ କରିଛି । ଏହି ପରୀକ୍ଷଣ ପଛରେ ଥିବା କମ୍ପାନୀ ସେଫିଡ କହିଛି ଯେ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ମଧ୍ୟ ଏହି ପ୍ରଣାଳୀକୁ ଜରୁରୀକାଳୀନ ଅନୁମୋଦନ ଦେଇଛି ।

‘‘ସେଫିଡ ଏକ୍ସପର୍ଟ ଏକ୍ସପ୍ରେସ SARS CoV-2 ପରୀକ୍ଷା ପ୍ରଣାଳୀକୁ ଅଷ୍ଟ୍ରେଲିଆରେ ଯୋଗାଣ ପାଇଁ ଅନୁମୋଦନ କରାଯାଇଛି । ପଏଣ୍ଟ୍‌ ଅଫ୍‌ କେୟାର ଟେଷ୍ଟ (POCT) ଓ ଲାବୋରେଟୋରୀ ବ୍ୟବହାର ପାଇଁ ଏହାର ଉପଯୋଗ ହେବ,’’ ଏବିସିକୁ ଦେଇଥିବା ବିବୃତ୍ତିରେ ଜଣେ TGA ମୁଖପାତ୍ର କହିଛନ୍ତି ।

ଏହି ପରୀକ୍ଷା ପ୍ରଣାଳୀ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୁନାରୁ ମାତ୍ର ୪୫ ମିନିଟରେ ଫଳାଫଳ ଜଣେଇବ । ଆଉ ନମୁନାକୁ ବିଶେଷ ଲ୍ୟାବକୁ ପଠାଇବା ଆବଶ୍ୟକ ହେବ ନାହିଁ ।

ଏହା ପୂର୍ବରୁ ଆଜି ଜଣା ପଡ଼ିଛି ଯେ TGA ଅନ୍ୟ ଏକ COVID-19 ପରୀକ୍ଷାକୁ ମଧ୍ୟ ଅନୁମୋଦନ ଦେଇଛି ଯାହା ମାତ୍ର ୧୫ ମିନିଟରେ ନମୁନା ଯାଞ୍ଚ କରି ଫଳାଫଳ ଜଣାଇ ପାରିବ । ଏହି ପରୀକ୍ଷଣରେ ଭୂତାଣୁକୁ ଖୋଜିବା ପରିବର୍ତ୍ତେ ଆଣ୍ଟିବଡି ଖୋଜାଯାଏ । ହେଲେ ଏହି ପରୀକ୍ଷଣ ପଜିଟିଭ୍‌ ମାମଲାକୁ ଛାଡ଼ିଯାଇ ପାରେ, ବିଶେଷତଃ ରୋଗର ପ୍ରାରମ୍ଭ ପର୍ଯ୍ୟାୟରେ, ଯେତେବେଳେ ରୋଗୀର ପ୍ରତିରକ୍ଷା ପ୍ରଣାଳୀ ଆଣ୍ଟିବଡି ସୃଷ୍ଟି କରି ନ ଥାଏ ।

ସେଫିଡ୍ ଦ୍ୱାରା କରାଯାଉଥିବା ୪୫ ମିନିଟର ପରୀକ୍ଷଣରେ ଏକ ନମୁନାରେ ଥିବା ଭାଇରାଲ୍ ଜିନ୍‌ ଚିହ୍ନଟ ହୁଏ, ଠିକ୍‌ ଯେମିତି ବର୍ତ୍ତମାନ ସବୁଠି ବ୍ୟବହୃତ ହେଉଥିବା PCR ପରୀକ୍ଷାରେ ହେଉଛି ।

ଶୀଘ୍ର ପରୀକ୍ଷଣ ଦ୍ୱାରା ଅନେକ ରୋଗୀଙ୍କୁ COVID-19 ର ନିଶ୍ଚିତ ନିରାକରଣରେ ସହାୟତା ମିଳିବ ଓ ଏହି ରୋଗ ସୃଷ୍ଟି କରୁଥିବା ଭୂତାଣୁର ବିସ୍ତାରକୁ ମନ୍ଥର କରି ହେବ ।

ଅଷ୍ଟ୍ରେଲିଆରେ ପବ୍ ଓ କ୍ଲବ ବନ୍ଦ ହୋଇଯିବା ପରେ ପ୍ରାୟ ୧୦୦ ବିଲିୟନ ଡଲାରର ଅଷ୍ଟ୍ରେଲିଆରୁ ପୋଛି ହୋଇଯାଇଛି । ୨୫୦ ଅସୁସ୍ଥ ଯାତ୍ରୀଙ୍କୁ ଧରି ଗୋଟିଏ ପାଣି ଜାହାଜ ପର୍ଥ ଅଭିମୁଖେ ଆସୁଛି ବୋଲି ଏହି ଖବରରେ କୁହାଯାଇଛି ।

ଅଷ୍ଟ୍ରେଲିଆରେ ଏ ପର୍ଯ୍ୟନ୍ତ ୧,୬୦୦ରୁ ଅଧିକ କରୋନା ଭାଇରସ ପଜିଟିଭ୍‌ ମାମଲା ସାମନାକୁ ଆସିଛି । ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏହି ସମସ୍ୟାକୁ ଦେଶର ସବୁ ଠୁ କଠିନ ବର୍ଷ ବୋଲି କହିଛନ୍ତି ଓ ଅଣ-ଅତ୍ୟାବଶ୍ୟକ ବ୍ୟବସାୟ ବନ୍ଦ କରିବାକୁ ଘୋଷଣା କରି ଲୋକଙ୍କୁ ଘରୋଇ ଭ୍ରମଣରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ।

କରୋନା ଭାଇରସ୍ ମହାମାରୀ ଯୋଗୁଁ ଅଷ୍ଟ୍ରେଲିଆ ସୋମବାର ଦିନ ୨୦୨୦ ଅଲିମ୍ପିକ୍ସରୁ ନିଜ ଆଥଲେଟମାନଙ୍କୁ ପ୍ରତ୍ୟାହାର କରିବା ଘୋଷଣା କରିଛି ଓ ଦେଶର ସର୍ବୋଚ୍ଚ ରଗବୀ ଲିଗ୍ ପ୍ରତିଯୋଗିତା ବନ୍ଦ କରିଛି । ଅଷ୍ଟ୍ରେଲୀୟ ଅଲିମ୍ପିକ୍ କମିଟି (AOC) କହିଛି ଯେ ଏହା ଜୁଲାଇ ୨୪ରୁ ଅଗଷ୍ଟ ୯ ମଧ୍ୟରେ ଜାପାନର ରାଜଧାନୀ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଖେଳାଲିଙ୍କ ଦଳ ଜୁଟାଇପାରିବ ନାହିଁ ।
First published: March 23, 2020, 5:06 PM IST