ରାଜ୍ୟରେ କରୋନା ମୁକାବିଲା: ଅଗଷ୍ଟ ମାସ ଭାଙ୍ଗି ଚାଲିଛି ଗଲା ସାଢ଼େ ୩ ମାସର ରେକର୍ଡ

ଓଡ଼ିଶାରେ ମୃତ୍ୟୁ ହାର ଦେଶର ସର୍ବନିମ୍ନ ୦.୫୮% ରହିଛି। ପୂର୍ବରୁ ଚିନ୍ତାର କାରଣ ପାଲଟିଥିବା ଗଞ୍ଜାମର ସ୍ଥିତି ସ୍ଥିର ହୋଇଥିବା ବେଳେ ଏବେ ଭୁବନେଶ୍ୱର ଚିନ୍ତା ବଢ଼ାଇଛି । ରାଜ୍ୟରେ ଅଧିକ ଟେଷ୍ଟ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।

ରାଜ୍ୟରେ କରୋନା ମୁକାବିଲା: ଅଗଷ୍ଟ ମାସ ଭାଙ୍ଗି ଚାଲିଛି ଗଲା ସାଢ଼େ ୩ ମାସର ରେକର୍ଡ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 19, 2020, 12:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ବିରୋଧରେ ରାଜ୍ୟର ସଂଗ୍ରାମରେ ଅଗଷ୍ଟ ମାସ ଚକିତ କରିଚାଲିଛି । ଏହି ମାସର ପ୍ରଥମ ୧୮ ଦିନ ଭିତରେ ସବୁ ରେକର୍ଡ ବ୍ରେକ ହୋଇଛି । ଟେଷ୍ଟିଂ ଠାରୁ ଆରମ୍ଭ କରି ଆକ୍ରାନ୍ତ ଓ ମୃତ୍ୟୁ ତାଲିକାରେ ପୂର୍ବ ମାସର ସବୁ ରେକର୍ଡ ଭାଙ୍ଗିଯାଇଛି  ଅଗଷ୍ଟ ମାସର ଏହି ୧୮ ଦିନରେ ।

ଓଡିଶା ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ପରୀକ୍ଷା କରି ନୂଆ ରେକର୍ଡ କରିବା ସହିତ ଦେଶର ପାଞ୍ଚଟି ରାଜ୍ୟ ମଧ୍ୟରେ ସାମିଲ ହୋଇପାରିଛି । ୧୦ ତାରିଖରୁ କ୍ରମାଗତ ଭାବେ ଟେଷ୍ଟିଂ ବଢ଼ିବାରେ ଲାଗିଛି । ୧୦ ତାରିଖରେ  ୧୯,୦୮୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୧୧ ତାରିଖରେ ୨୩,୦୩୫; ୧୨ ତାରିଖରେ  ୩୨,୦୫୩; ୧୩ ତାରିଖରେ ୪୦,୭୧୧; ୧୪ ତାରିଖରେ ସର୍ବାଧକ ୪୨,୭୬୧; ୧୫ ତାରିଖରେ ୪୭,୮୮୭ ଟେଷ୍ଟ ଓ ୧୬ ତାରିଖରେ ୫୨,୭୯୫ ଟେଷ୍ଟ ହୋଇଛି । ଅଗଷ୍ଟ ୧୬ ତାରିଖ ଯାଏଁ ମୋଟ ୯,୦୮,୫୦୮ଟି ନମୁନା ଟେଷ୍ଟ ହୋଇଥିବା ବେଳେ କେବଳ ଏହି ଅଗଷ୍ଟ ମାସ ୧୬ ଦିନରେ ୩,୭୯,୮୦୦ ଟେଷ୍ଟ ହୋଇଛି ।

୧୦ ତାରିଖରୁ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ପାର କରିଥିବା ବେଳେ କେବଳ ଜୁଲାଇ ମାସରେ ୨୮,୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୬ ତାରିଖରେ ଗୋଟିଏ ଦିନରେ ସର୍ବାଧିକ ୨,୯୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଦିନରେ ଟେଷ୍ଟ ଲକ୍ଷେ ପାର  କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢେଇ ହଜାର ଛୁଇଁଛି।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


କେବଳ ଟେଷ୍ଟ କି ଆକ୍ରାନ୍ତ ଚିହ୍ନଟ ନୁହେଁ, ମୃତ୍ୟୁ ସଂଖ୍ୟା ବି ଅଗଷ୍ଟ ମାସ ସବୁ ମାସକୁ ଟପି ଯାଇଛି ।ଏହି କ୍ରମରେ ଦେଖିବାକୁ ଗଲେ ମାର୍ଚ୍ଚ ୧୫ ତାରିଖରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ମାସରେ ୪ ପଜିଟିଭ ଚିହ୍ନଟ ହୋଇଥିଲେ। ଏପ୍ରିଲରେ ୧୪୨ ପଜିଟିଭ ଓ ୧ ମୃତ୍ୟୁ, ମେ’ରେ ୧,୮୧୦ ପଜିଟିଭ ଓ ୬ ମୃତ୍ୟୁ, ଜୁନରେ ୫,୦୧୭ ପଜିଟିଭ ଓ ୧୭ ମୃତ୍ୟୁ ହୋଇଥିବା ବେଳେ ଜୁଲାଇରେ ସବୁକୁ ଟପି ୨୪,୫୬୧ ଆକ୍ରାନ୍ତ ଚିହ୍ନଟ ହେବା ସହ ୧୫୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଗଷ୍ଟ ମାସର ପ୍ରଥମ ୧୬ ଦିନ ଭିତରେ ୨୮,୧୨୭ ଜଣ ଆକ୍ରାନ୍ତଙ୍କ ସହ ୧୬୬ ଜଣଙ୍କର ମୃତ୍ୟୁ ହେଲାଣି ।

ଓଡ଼ିଶାରେ ମୃତ୍ୟୁ ହାର ଦେଶର ସର୍ବନିମ୍ନ ୦.୫୮% ରହିଥିବା କୁହାଯାଇଛି। ପ୍ରତି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ଼ ସଂଖ୍ୟକ ଆସୁଥିଲେ ବି ଏହା ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞମାନେ । ପୂର୍ବରୁ ଚିନ୍ତା ପଲଟିଥିବା ଗଞ୍ଜାମର ସ୍ଥିତି ସ୍ଥିର ହୋଇଥିବା ବେଳେ ଏବେ ଭୁବନେଶ୍ୱର ଚିନ୍ତା ବଢ଼ାଇଛି । ରାଜ୍ୟରେ ଏବେ ଅଧିକ ଟେଷ୍ଟ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କହିଛନ୍ତି ବିଶେଷଜ୍ଞମାନେ ।

ଏହା ବି ପଢ଼ନ୍ତୁ | ବାଲେଶ୍ୱର: MBA ଛାତ୍ର ଠାରୁ ୧.୩ କିଲୋ ବ୍ରାଉନ ସୁଗାର ଜବତ ହେଲା; ବଜାର ଦାମ ୧ କୋଟି ଟଙ୍କା

ଏହା ବି ପଢ଼ନ୍ତୁ | ଡ୍ରିମ୍ -୧୧ ଆଇପିଏଲର ନୂତନ ଟାଇଟଲ୍ ସ୍ପୋନାସର୍ ହେଲା; ୨୨୨ କୋଟିରେ କିଣିଲା ଏହି ଅଧିକାର

‘‘ଭୁବନେଶ୍ୱର ସମେତ କିଛି ପକେଟରେ ସଂଖ୍ୟା ବଢୁଛି। ତେଣୁ ସରକାର ଅଧିକ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି । ଯେତେ ଶୀଘ୍ର ଅଧିକ ଟେଷ୍ଟ କରାଯାଇ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଇସୋଲେଟ କରାଯାଇ ପାରିଲେ ସ୍ଥିତି ନିୟନ୍ତ୍ରଣ କରାଯାଇପାରିବ । ମୃତ୍ୟୁ ସଂଖ୍ୟା ବଢିଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ରହିଛି,’’ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।



ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି କହିଛନ୍ତି, ‘‘ଅଧିକ ଟେଷ୍ଟ ହେଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ ନୂଆ ଟେଷ୍ଟ ବଦଳରେ କଣ୍ଟାକ୍ଟ ଭିତରୁ ପଜିଟିଭ ଆସୁଛନ୍ତି । ଏବେ ଗଞ୍ଜାମରେ ସ୍ଥତି ସ୍ଥିର ହୋଇଛି । ଖୋର୍ଦ୍ଧା ପିକରେ ଥିବା ବେଳେ ଅଲଗା ଅଲଗା ଜିଲ୍ଲାରୁ ଅଧିକ ସଂଖ୍ୟା ଆସୁଛି । ଯେତେବେଳେ ସବୁ ଜିଲ୍ଲା ପିକ୍‌ ହୋଇ କମିବ ସେତେବେଳେ ସ୍ଥିତି ନିମ୍ନଗାମୀ ହେବ ।’’
Published by: Anand Shankar Thankur Das
First published: August 18, 2020, 11:59 PM IST
corona virus btn
corona virus btn
Loading