ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Sanjeevani: ଭାରତ ଓ ବିଶ୍ୱରେ Corona ମହାମାରୀର ଟିକା କେମିତି କାମ କରୁଛି? ଜାଣନ୍ତୁ ତା’ ବିଷୟରେ

Sanjeevani: ଭାରତ ଓ ବିଶ୍ୱରେ Corona ମହାମାରୀର ଟିକା କେମିତି କାମ କରୁଛି? ଜାଣନ୍ତୁ ତା’ ବିଷୟରେ

କରୋନା ଭାଇରସର ପୃଷ୍ଠରେ ମୁକୁଟ ପରି ସ୍ପାଇକ୍ ଥାଏ, ଯାହାକୁ ସ୍ପାଇକ୍ ପ୍ରୋଟିନ୍ କହନ୍ତି । ଟିକା ଶରୀରକୁ ଏହି ସ୍ପାଇକ୍ ପ୍ରୋଟିନଗୁଡିକର ନକଲ ସୃଷ୍ଟି କରିବାରେ ସକ୍ଷମ କରାଏ । ଫଳରେ ଶରୀର ପରେ ଏହି ଭୂତାଣୁକୁ ଚିହ୍ନି ତାହା ସହ ଲଢି଼ବାରେ ସକ୍ଷମ ହୁଏ।

Sanjeevani: ଭାରତ ଓ ବିଶ୍ୱରେ Corona ମହାମାରୀର ଟିକା କେମିତି କାମ କରୁଛି? ଜାଣନ୍ତୁ ତା’ ବିଷୟରେ
କରୋନା ଟିକା ସମସ୍ତେ ନେବା ନିହାତି ଆବଶ୍ୟକ ।
  • Share this:
  • Byline Facebook
  • Byline Twitter
  • Byline Linkedin
ଐଶ୍ଵର୍ଯ୍ୟା ଅୟର୍‌

ଏବେ ଭାରତ COVID-19 ମହାମାରୀର ଦ୍ୱିତୀୟ ଲହରୀ ସହିତ ମୁକାବିଲା କରୁଛି ଓ ସାରା ଦେଶରେ ଟିକା ଯୋଗାଣ ବୃଦ୍ଧି କରାଯାଉଛି । ମେ ୨୮ ପର୍ଯ୍ୟନ୍ତ ୧୨୦,୬୫୬,୦୬୧ ଜଣ ଲୋକ ଟିକାର ପ୍ରଥମ ଡୋଜ୍ ନେଇଥିବା ବେଳେ ୪,୪୧,୨୩,୧୯୨ ଜଣ ଲୋକ ଉଭୟ ଡୋଜ୍ ନେଇସାରିଛନ୍ତି । ଭାରତରେ ଦୁଇଟି ଟିକା, କୋଭାକ୍ସିନ ଏବଂ କୋଭିଶିଲ୍ଡକୁ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ଦ୍ଵାରା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି ଏବଂ ବର୍ତ୍ତମାନ ସମୟରେ ଜନସାଧାରଣଙ୍କୁ ଦିଆଯାଉଛି।

କୋଭାକ୍ସିନ୍ Indian Council of Medical Research (ICMR)- National Institute of Virology (NIV) ର ସହଯୋଗରେ Bharat Biotech ଦ୍ୱାରା ସ୍ୱଦେଶୀ ରୂପରେ ବିକଶିତ କରାଯାଇଥିବା ଟିକା । ଏଥିରେ ନିଷ୍କ୍ରିୟ କରୋନା ଭାଇରସ୍ ଥାଏ ଯାହା ଶରୀରରେ ଇଞ୍ଜେକ୍ସନ ଦିଆଯିବା ପରେ ପ୍ରତିରକ୍ଷା କୋଷ ଦ୍ୱାରା ଚିହ୍ନିତ ହୁଏ। ଏହା ପରେ ଭାଇରସ ବିପକ୍ଷରେ ରୋଗ ପ୍ରତିରୋଧକ ବନାଇବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥାଏ। ଏହାର କ୍ଲିନିକାଲ୍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟର ମଧ୍ୟବର୍ତ୍ତୀ ବିଶ୍ଳେଷଣରେ, କୋଭାକ୍ସିନ୍ ଅଳପ, ମଧ୍ୟମ ଏବଂ ଗୁରୁତର ରୋଗ ବିପକ୍ଷରେ 78% ପ୍ରଭାବକାରିତା ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାରେ କମ ହେବା ସହିତ ଗମ୍ଭୀର COVID-19 ରୋଗ ବିରୁଦ୍ଧରେ 100% ଦକ୍ଷତା ପ୍ରଦର୍ଶନ କରିଛି। ଏହି ଟିକା ବର୍ତ୍ତମାନ 4-6 ସପ୍ତାହ ବ୍ୟବଧାନରେ ଦୁଇଟି ଡୋଜ୍ ରୂପରେ ଦିଆଯାଉଛି।

ଏହା ବି ପଢ଼ନ୍ତୁ | ମ୍ୟାଗି ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestle ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲା

ଉପଲବ୍ଧ ଥିବା ଅନ୍ୟ ଟିକା Oxford-AstraZeneca ବିକଶିତ କୋଭିଶିଲ୍ଡ , ଯାହାକି Serum Institute of India ଦ୍ୱାରା ସ୍ଥାନୀୟ ଭାବରେ ଉତ୍ପାଦିତ କରାଯାଇଛି, ଏକ ଭାଇରାଲ୍ ଭେକ୍ଟର ଟିକା ହୋଇ ଶରୀରର କୋଷଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଇବା ପାଇଁ ଏକ ଭିନ୍ନ ଭୂତାଣୁ କିମ୍ବା ଭେକ୍ଟରର ପରିବର୍ତ୍ତିତ ସଂସ୍କରଣକୁ ବ୍ୟବହାର କରିଥାଏ । କରୋନା ଭାଇରସ୍ ଯାହାକି COVID-19 ସୃଷ୍ଟି କରେ ତାହାର ପୃଷ୍ଠରେ ମୁକୁଟ ପରି ସ୍ପାଇକ୍ ଥାଏ ଯାହାକୁ ସ୍ପାଇକ୍ ପ୍ରୋଟିନ୍ କୁହାଯାଇଥାଏ । ଟିକା ଶରୀରକୁ ଏହି ସ୍ପାଇକ୍ ପ୍ରୋଟିନଗୁଡିକର ନକଲ ସୃଷ୍ଟି କରିବାକୁ ସକ୍ଷମ କରିଥାଏ । ଫଳସ୍ୱରୂପ ଶରୀର ପରବର୍ତ୍ତୀ ସମୟରେ ଏହି ରୋଗର ସଂସ୍ପର୍ଶରେ ଆସିବା ପରେ ଶରୀର ଭୂତାଣୁକୁ ଚିହ୍ନି ପାରିବ ଏବଂ ତାହା ସହିତ ଲଢି଼ବା ପାଇଁ ସକ୍ଷମ ହେବ। କୋଭିଶିଲ୍ଡ ଟିକାର ଲକ୍ଷଣାତ୍ମକ SARS-CoV-2 ସଂକ୍ରମଣ ବିରୁଦ୍ଧରେ ୭୬%, ଗମ୍ଭୀର କିମ୍ବା ଗୁରୁତର ରୋଗ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ବିରୁଦ୍ଧରେ ୧୦୦% ଏବଂ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ଲକ୍ଷଣାତ୍ମକ COVID-19 ବିରୁଦ୍ଧରେ ୮୫% ପ୍ରଭାବ ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ (MoHFW), ଭାରତ ସରକାର, ପରସ୍ପରଠାରୁ ୧୨ରୁ ୧୬ ସପ୍ତାହ ମଧ୍ୟରେ ଏହି ଟିକାର ଦୁଇଟି ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ସୁପ୍ରିମ୍ କୋର୍ଟ କହିଲେ: ‘‘କେନ୍ଦ୍ରର ଟିକାକରଣ ନୀତି ମନମୁଖୀ ଅଯୌକ୍ତିକ; ଆମକୁ ପୂରା ବିବରଣୀ ଦିଅ’’

ଚଳିତ ବର୍ଷ ଏପ୍ରିଲରେ ଋଷର ଟିକା ସ୍ପୁଟନିକ୍-ଭିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା ଏବଂ ଖୁବ୍ ଶୀଘ୍ର ଦେଶର ଟୀକାକରଣ କେନ୍ଦ୍ରରେ ଏହା ଉପଲବ୍ଧ ହେବ। କୋଭିଶିଲ୍ଡ ପରି, ସ୍ପୁଟନିକ୍ ଭି ମଧ୍ୟ ଏକ ଭାଇରାଲ୍ ଭେକ୍ଟର ଟିକା ଏବଂ ବିଳମ୍ବିତ ପର୍ଯ୍ୟାୟ ପରୀକ୍ଷଣ ସମୟରେ କରୋନାଭାଇରସ୍ ବିରୁଦ୍ଧରେ ୯୧.୬% ପ୍ରଭାବକାରିତାକୁ ପ୍ରଦର୍ଶନ କରିଛି। ସ୍ପୁଟନିକ୍ ଭିର ଦୁଇଟି ଡୋଜ୍ ଅଛି ଯାହାକି ୨୧ ଦିନର ସମୟ ବ୍ୟବଧାନ ସହିତ ଦିଆଯାଏ। ଅବଶ୍ୟ, ଅନ୍ୟ ଟିକା ତୁଳନାରେ, ଦୁଇଟି ଡୋଜ୍ ପରସ୍ପରଠାରୁ ସାମାନ୍ୟ ଭିନ୍ନ ଅଛି। ଏହି ଆଧାରରେ ଦୁଇଟି ପ୍ରତିରକ୍ଷଣର ବ୍ୟବହାର ଅଧିକ ଦୀର୍ଘ ସାମୀ ପର୍ଯ୍ୟନ୍ତ ଚାଲେ ଏବଂ ସ୍ଥାୟୀ ପ୍ରତିରକ୍ଷା ପ୍ରତିକ୍ରିୟା ପ୍ରଦାନ କରେ ଏବଂ ଏହି ରୋଗରୁ ଦୀର୍ଘକାଳୀନ ସୁରକ୍ଷା ପ୍ରଦାନ କରିବାରେ ଏକ ଭୂମିକା ଗ୍ରହଣ କରେ, ଏହି ଟିକାକରଣର ପ୍ରତ୍ୟେକ ଜ୍ୟାବ୍ ଏକ ଭିନ୍ନ ଭେକ୍ଟର / ନିଷ୍କ୍ରିୟ ଜୀବାଣୁ ବ୍ୟବହାର କରେ। ସ୍ପୁଟନିକ୍ ଲାଇଟ୍ ନାମକ ଟିକା ର ଗୋଟିଏ ଜ୍ୟାବ୍ ସଂସ୍କରଣ ବର୍ତ୍ତମାନ ଅଳ୍ପୋନ୍ନତ ଅଛି ଅର୍ଥାତ ତାହା ଉପରେ କାମ ଚାଲୁଅଛି।

ଏହା ବି ପଢ଼ନ୍ତୁ | କରୋନା କାଳରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଅନେକ ବଡ଼ ଘୋଷଣା କଲେ ନୀତା ମୁକେଶ ଅମ୍ବାନୀ

ଦୁନିଆର ଅନ୍ୟ ଦେଶରେ ଉପଲବ୍ଧ ଥିବା କେତେକ ଟିକା ମଧ୍ୟରେ ଫାଇଜର, ମଡର୍ନା, ଜନସନ୍ ଆଣ୍ଡ ଜନସନ୍ (ଜନସେନ୍), ସିନୋଫାର୍ମ୍, କରୋନାଭ୍ୟାକ୍, ନୋଭାଭ୍ୟାକ ଇତ୍ୟାଦି ରହିଛି। ଫାଇଜର ଏବଂ ମଡର୍ନା ହେଉଛି mRNA ଆଧାରିତ ଟୀକା, ଯାହାକି ଏହି ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ ଏକ ନୂତନ ପ୍ରକାରର ଟୀକା ଅଟେ। ଶରୀରରେ ଏକ ଦୁର୍ବଳ କିମ୍ବା ନିଷ୍କ୍ରିୟ ଜୀବାଣୁ ପ୍ରବେଶ କରିବା ପରିବର୍ତ୍ତେ, mRNA ଟିକା କୋଷଗୁଡ଼ିକୁ ଏକ ପ୍ରୋଟିନ୍ କିମ୍ବା ପ୍ରୋଟିନ୍ ର ଅଂଶ ତିଆରି କରିବାରେ ସକ୍ଷମ କରିଥାଏ ଯାହା ଶରୀରର ପ୍ରତିରକ୍ଷା ପ୍ରତିକ୍ରିୟାକୁ ସକ୍ରିୟ କରିଥାଏ। ଯଦି ଶରୀର ପ୍ରକୃତ ଜୀବାଣୁ ସଂସ୍ପର୍ଶରେ ଆସିଥାଏ, ତେବେ ପ୍ରତିରକ୍ଷା ପ୍ରତିକ୍ରିୟା ଏହା ସହିତ ଲଢିବା ପାଇଁ ଆଣ୍ଟିବଡି ସୃଷ୍ଟି କରିପାରେ। ଫାଇଜର ହେଉଛି ଏକମାତ୍ର ଟିକା ଯାହା 12 ବର୍ଷ ବୟସରୁ ବ୍ୟକ୍ତିବିଶେଷମାନଙ୍କ ପାଇଁ ଅନୁମତିପ୍ରାପ୍ତ। ଜନସନ ଆଣ୍ଡ ଜନସନ (ଜନସେନ୍) ଗୋଟିଏ ଡୋଜ୍  ଭାଇରାଲ୍ ଭେକ୍ଟର ଟିକା ହୋଇଥିବାବେଳେ ସିନୋଫର୍ମ ଏବଂ କରୋନାଭ୍ୟାକ୍ ନିଷ୍କ୍ରିୟ ଜୀବାଣୁଗୁଡ଼ିକୁ ବ୍ୟବହାର କରନ୍ତି।

ଏହା ବି ପଢ଼ନ୍ତୁ | ଟ୍ୟୁସନ୍ କରୁ କରୁ ଏକାଦଶ ଶ୍ରେଣୀର ଛାତ୍ର ସହ ପ୍ରେମ ହେଲା; ତାକୁ ନେଇ ଫେରାର୍ ହେଲେ ଶିକ୍ଷୟତ୍ରୀ

ଟିକାକରଣର ପରୀକ୍ଷଣ ପର୍ଯ୍ୟାୟରୁ ପ୍ରଭାବକାରୀ ଫଳାଫଳ ମିଳୁଥିବାବେଳେ, ଏହି ଟିକାଗୁଡ଼ିକର ପ୍ରକୃତ ପ୍ରଭାବଶୀଳତା କେବଳ ଅଧିକ ସମୟ ମଧ୍ୟରେ ନିର୍ଦ୍ଧାରିତ କରାଯାଇପାରିବ। ଭାରତର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ, ଯେତେବେଳେ ଟିକାକରଣକୁ ସୀମିତ ବ୍ୟବହାର ପାଇଁ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦିଆଯାଏ, ତେବେ ଏହି ଟିକା ଦ୍ଵାରା ପ୍ରଦାନ କରାଯାଉଥିବା ସୁରକ୍ଷାର ମୋଟ ଅବଧି ମାପିବା ପାଇଁ ପରୀକ୍ଷଣର ଅନୁସରଣ 1-2 ବର୍ଷ ପର୍ଯ୍ୟନ୍ତ ଜାରି ରଖାଯାଇଥାଏ। ଟିକା ଦକ୍ଷତା ଏକ ଟିକା ପରୀକ୍ଷଣରେ କୌଣସି ରୋଗରୁ ରକ୍ଷା କରିବା ପାଇଁ ଟିକାର କ୍ଷମତାକୁ ମାପିଥାଏ। COVID-19 ଟିକାଗୁଡିକର ମୂଲ୍ୟାଙ୍କନ କରିବାବେଳେ, ଲକ୍ଷଣଗତ ରୋଗ ବିରୁଦ୍ଧରେ ସେମାନଙ୍କର କାର୍ଯ୍ୟକାରିତା ଉପରେ ଅନେକ ସମୟରେ ଗୁରୁତ୍ୱ ଦିଆଯାଇଥାଏ। ଯାହା ହେଉ, ବିଚାର କରିବା ପାଇଁ ଆଉ ଏକ ଗୁରୁତ୍ତ୍ଵପୂର୍ଣ୍ଣ ବିଷୟ ହେଉଛି ଗମ୍ଭୀର ରୋଗ, ଡାକ୍ତରଖାନାରେ ଭର୍ତ୍ତି ଏବଂ ମୃତ୍ୟୁରୁ ରକ୍ଷା କରିବା ପାଇଁ ପ୍ରଭାକାରିତା।

ଅଧିକାଂଶ ଟିକା ବିଶ୍ଵସ୍ତରୀୟ ଏଜେନ୍ସି ଦ୍ଵାରା ନିର୍ଦ୍ଧାରିତ 50-60% ପ୍ରଭାବକାରିତାର ମାନଦଣ୍ଡ ବିରୁଦ୍ଧରେ 70-90% ର ପ୍ରଭାବକୁ ଦର୍ଶାଇଛି ଏବଂ ତେଣୁ ଏହା ବ୍ୟବହାର ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟି

ଟିକାକରଣର ଏକ ତୁଳନାକୁ ସତର୍କତାର ସହିତ କରାଯିବା ଆବଶ୍ୟକ କାରଣ ବ୍ୟବହୃତ ଟେକ୍ନୋଲୋଜି ଏବଂ ପରୀକ୍ଷଣ ଅବସ୍ଥାରେ ଅନ୍ତର ଅଛି ଯେଉଁଥିରେ ପ୍ରତ୍ୟେକଟିକୁ ପରୀକ୍ଷା କରାଯାଏ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏବଂ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଉପଲବ୍ଧ ପ୍ରଥମ ଟିକା ନେବାକୁ ପରାମର୍ଶ ଦେଇଥାଏ ଏବଂ ଅନ୍ୟ ତୁଳନାରେ ତୁଳନା ନକରିବାକୁ ପରାମର୍ଶ ଦେଇଥାଏ। ମହାମାରୀର ତୃତୀୟ ଲହରୀର ସମ୍ଭାବନା ସହିତ ଅଧିକାଂଶ ଲୋକଙ୍କୁ ଶୀଘ୍ର ଟିକା ଦିଆଯିବା ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା। ରୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହା ବିରୁଦ୍ଧରେ ଯେକୌଣସି ପ୍ରକାରରେ ସୁରକ୍ଷା ମଧ୍ୟ ସହାୟକ ହେବ।
ଟିକା ନିର୍ମାତା



ଟିକାକରଣର ପ୍ରକାର
ଲକ୍ଷଣାତ୍ମକ COVID-19 ରୋକିବା ପାଇଁ ପ୍ରଭାବକାରିତା ଗମ୍ଭୀର / ଗୁରୁତର ରୋଗ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଅଟକାଇବା ପାଇଁ ପ୍ରଭାବୀ ଡୋଜ୍ ସଂଖ୍ୟା ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ଅବଧି



ଭାରତରେ ଉପଲବ୍ଧତା


ଫାଇଜର୍

BNT162b2
Pfizer, Inc., ଏବଂ BioNTech mRNA 95% 100% 2 21 ଦିନ ନାହିଁ


ମଡର୍ନା

mRNA-1273
ModernaTX, Inc mRNA 94.1% ପ୍ରଯୁଜ୍ୟ ନୁହେଁ 2 28 ଦିନ ନାହିଁ


ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା

AZD1222


Serum Institute of India (କୋଭିଶିଲ୍ଡ)

SKBio (କୋରିଆ ଗଣରାଜ୍ୟ)
ଭାଇରାଲ୍ ଭେକ୍ଟର 76% 100% 2 12 ରୁ 16 ସପ୍ତାହ ହଁ
ସ୍ପୁଟନିକ୍ ଭି (ଗାମାଳୟ) RDIF ଏବଂ Panacea Biotech (ଭାରତରେ) ଭାଇରାଲ୍ ଭେକ୍ଟର 91·6% 100% 2 21 ଦିନ ଶୀଘ୍ର ଉପଲବ୍ଧ ହେବ


ଜନସନ୍ ଆଣ୍ଡ ଜନସନ୍ (ଜନସେନ୍)

JNJ-78436735
Janssen Pharmaceuticals Companies of Johnson & Johnson ଭାଇରାଲ୍ ଭେକ୍ଟର 72% 86% 1 ପ୍ରଯୁଜ୍ୟ ନୁହେଁ ନାହିଁ
କରୋନାଭ୍ୟାକ୍ (ସିନୋଭ୍ୟାକ୍) Sinovac Life Sciences, Beijing, China ନିଷ୍କ୍ରିୟ ଭାଇରସ୍ 50.65% ଏବଂ 83.5% 2 21 ଦିନ ନାହିଁ
ସିନୋଫାର୍ମ Beijing Bio-Institute of Biological Products Co Ltd ନିଷ୍କ୍ରିୟ ଭାଇରସ୍ 79% 79% 2 3 ରୁ 4 ସପ୍ତାହ



ନାହିଁ
କୋଭାକ୍ସିନ୍ Bharat Biotech ନିଷ୍କ୍ରିୟ ଭାଇରସ୍ 78% 100% 2 4 ରୁ 6 ସପ୍ତାହ ହଁ
ନୋଭାମ୍ୟାକ୍ସ୍* Novavax Protein-based 96.4% 100% 2 3 ସପ୍ତାହ ନାହିଁ

*ବର୍ତ୍ତମାନ ମଧ୍ୟ କ୍ଲିନିକାଲ୍ ପରୀକ୍ଷଣ ପୁରା ହେଉଛି

[ଲେଖିକା ଐଶ୍ଵର୍ଯ୍ୟା ଅୟର United Way ମୁମ୍ବାଇର ସଂଯୋଜକ (ସମ୍ପ୍ରଦାୟ ବିନିଯୋଗ)]

ଏହା ଏକ ସହଭାଗୀ (partnered) ପୋଷ୍ଟ ।

ଉତ୍ସ:

https://www.bbc.com/news/world-asia-india-55748124

https://www.thelancet.com/action/showPdf?pii=S0140-6736%2821%2900234-8

https://www.bmj.com/content/373/bmj.n969

https://www.bharatbiotech.com/images/covaxin/covaxin-factsheet1.pdf

https://vaccine.icmr.org.in/covid-19-vaccine

https://www.pfizer.com/news/hot-topics/the_facts_about_pfizer_and_biontech_s_covid_19_vaccine

https://extranet.who.int/pqweb/sites/default/files/documents/Status_COVID_VAX_28May2021.pdf

https://www.mohfw.gov.in/covid_vaccination/vaccination/faqs.html

https://www.cdc.gov/coronavirus/2019-ncov/vaccines/different-vaccines/Pfizer-BioNTech.html

https://www.cdc.gov/coronavirus/2019-ncov/vaccines/different-vaccines/Moderna.html

https://www.cdc.gov/coronavirus/2019-ncov/vaccines/different-vaccines/janssen.html

https://www.bharatbiotech.com/covaxin.html

https://www.who.int/news-room/feature-stories/detail/the-oxford-astrazeneca-covid-19-vaccine-what-you-need-to-know

https://www.thelancet.com/action/showPdf?pii=S0140-6736%2821%2900234-8

https://www.who.int/news/item/07-05-2021-who-lists-additional-covid-19-vaccine-for-emergency-use-and-issues-interim-policy-recommendations

https://www.mohfw.gov.in/pdf/CumulativeCovidVaccinationCoverageReport28thMay2021.pdf

https://www.astrazeneca.com/media-centre/press-releases/2021/azd1222-us-phase-iii-primary-analysis-confirms-safety-and-efficacy.html

https://www.afro.who.int/news/what-covid-19-vaccine-efficacy

https://www.yalemedicine.org/news/covid-19-vaccine-comparison

https://www.who.int/news-room/feature-stories/detail/the-sinopharm-covid-19-vaccine-what-you-need-to-know
Published by: Anand ST Das
First published: June 3, 2021, 11:43 PM IST