ଓଡ଼ିଶା ପାଇଁ ବଢ଼ୁଛି କରୋନା ଚ୍ୟାଲେଞ୍ଜ; ଲକଡାଉନ୍ ବଢ଼ିବ ନା ଅନଲକ୍-୨ ଆରମ୍ଭ ହେବ? ଚର୍ଚ୍ଚା ଜୋର୍

ପୂର୍ବ ତୁଳନାରେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ସ୍ଥାନୀୟ ସଂକ୍ରମଣ ହାର ବି ବଢ଼ୁଥିବାରୁ ଚିନ୍ତା ବଢ଼ିଛି । ଏହି ସ୍ଥିତିକୁ ବିଚାରକୁ ନେଇ ଆସନ୍ତା ଜୁନ ୩୦ରେ ସରୁଥିବା ଅନଲକ୍-୧ର ଅବଧି ପ୍ରସଙ୍ଗରେ ଚର୍ଚ୍ଚା ଜୋର୍ ଧରିଛି ।

ଓଡ଼ିଶା ପାଇଁ ବଢ଼ୁଛି କରୋନା ଚ୍ୟାଲେଞ୍ଜ; ଲକଡାଉନ୍ ବଢ଼ିବ ନା ଅନଲକ୍-୨ ଆରମ୍ଭ ହେବ? ଚର୍ଚ୍ଚା ଜୋର୍
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ୧,୨,୩ ଓ ୪ ସହିତ ଅନଲକ୍-୧ ପରେ କୋଭିଡ-୧୯ର ମୁକାବିଲାରେ କ’ଣ ହେବ ପରବର୍ତ୍ତୀ ସରକାରୀ ନିଷ୍ପତ୍ତି ତାହା ଉପରେ ଚର୍ଚ୍ଚା ଜୋର୍‌ ଧରିଛି । ପୁଣି ବଢ଼ିବ କି ଲକଡାଉନର ଅବଧି? ନା ସରକାର ଘୋଷଣା କରିପାରନ୍ତି ଅନଲକ୍-୨? କରୋନା ସଂକ୍ରମଣ କାୟା ବିସ୍ତାର କରିଚାଲିଥିବା ବେଳେ ଭୂତାଣୁ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ ସ୍ବାସ୍ଥ୍ୟ ସେବା ପରିଚାଳନା ବିଶେଷଜ୍ଞମାନେ ଲକଡାଉନ ଅବଧି ବୃଦ୍ଧି ସପକ୍ଷରେ ମତ ରଖିଛନ୍ତି ।

ଓଡ଼ିଶା ସମେତ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା । ସରକାରୀ ତଥ୍ୟ ଅନୁସାରେ ସାରା ଦେଶରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି । ଦେଶରେ କରୋନା ପଜିଟିଭ ସକ୍ରିୟ ମାମଲା ୩୮.୮ ପ୍ରତିଶତ ଥିବା ବେଳେ ସୁସ୍ଥ ହାର ୫୧.୧ ପ୍ରତିଶତ ରହିଛି। ଏବେ ଦେଶରେ ପ୍ରତି ୭ ଦିନରେ ଡବଲ ହେଉଛି ସଂକ୍ରମଣ।

ଓଡ଼ିଶାରେ ବି କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସରକାରୀ ସୂଚନା ଅନୁସାରେ ଓଡ଼ିଶାରେ ୬,୦୦୦ ଟପିଛି କରୋନା ପଜିଟିଭ ସଂଖ୍ୟା । ରାଜ୍ୟରେ ୧,୯୦୦ରୁ ଅଧିକ ସକ୍ରିୟ ମାମଲା ଥିବା ବେଳେ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୪,୪୪୦ ଜଣରୁ ଅଧିକ ଆକ୍ରାନ୍ତ । ରାଜ୍ୟରେ ଏବେ ସୁଦ୍ଧା କରୋନାରେ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ସବୁ ଠାରୁ ସାଙ୍ଘାତିକ କଥା ହେଲା ପୂର୍ବ ତୁଳନାରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବା ସହିତ ସ୍ଥାନୀୟ ସଂକ୍ରମଣ ହାର ବି ବଢ଼ିବାରେ ଲାଗିଛି । ଏହି ସ୍ଥିତିକୁ ବିଚାରକୁ ନେଇ ଆସନ୍ତା ଜୁନ ୩୦ରେ ସରୁଥିବା ଅନଲକ୍-୧ର ଅବଧି ପ୍ରସଙ୍ଗରେ ଚର୍ଚ୍ଚା ଜୋର ହେଉଛି ।

ଭୁବନେଶ୍ବରସ୍ଥିତ ଆଇ.ଏଲ.ଏସ.-ଡିବିଟିର ବରିଷ୍ଠ ଭୂତାଣୁ ବିଶେଷଜ୍ଞ ଡଃ ସନ୍ଦୀପ ତ୍ରିପାଠୀ କହିଛନ୍ତି: ‘‘କରୋନା ଭାଇରସ୍‌ ଉପରେ କାବୁ ପାଇବା ପାଇଁ  ଲକଡାଉନ ବୃଦ୍ଧିର ଆବଶ୍ୟକତା ଅଛି । ନହେଲେ ଆଗକୁ ସ୍ଥିତି ସଙ୍ଗୀନ ହୋଇପାରେ । ମୋ’ ମତରେ ସଂକ୍ରମଣ ଏବେ ଷ୍ଟେଜ-୩କୁ ବ୍ୟାପିଲାଣି । ସେଥିପାଇଁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢୁଛି।  ସେ ଦୃଷ୍ଟିରୁ ଲକଡାଉନ ଅବଧିକୁ ବୃଦ୍ଧି କରାଯିବା ଆବଶ୍ୟକ ।’’

‘‘ପୂର୍ବ ତୁଳନାରେ ଏବେ ଅଧିକ କାୟା ବିସ୍ତାର କରି ଚାଲିଛି କରୋନା । ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ସଂକ୍ରମଣ । ତେଣୁ ଲକଡାଉନ ଅବଧି ବୃଦ୍ଧି କରାଯିବା ଦରକାର । ନହେଲେ ସଂକ୍ରମଣ ଅସମ୍ଭାଳ ହେବ। ତେବେ ତା’ ସହିତ ଜୀବିକାକୁ ମଧ୍ୟ ସମାନ ଭାବେ ଗୁରୁତ୍ବ ଦିଆଯିବା ଆବଶ୍ୟକ,’’ କହିଛନ୍ତି ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ।

ସିୱାଇଏସଡ଼ିର ଅଧ୍ୟକ୍ଷ ଜଗଦାନନ୍ଦ କହିଛନ୍ତି, ‘‘ଲକଡାଉନର ଅବଧି ବୃଦ୍ଧି ସହିତ କରୋନା ଟେଷ୍ଟ ବୃଦ୍ଧି କରାଯିବା ଦରକାର। ତାହେଲେ କୋଭିଡ଼ ଉପରେ କାବୁ ମିଳି ପାରିବ ।’’
First published: June 27, 2020, 7:15 PM IST
corona virus btn
corona virus btn
Loading