କରୋନା ଭାଇରସରେ ଇଟାଲିରେ ଗୋଟିଏ ଦିନରେ ୬୦୨ ଜଣ ମଲେ; ମୋ’ଟ ମୃତ୍ୟୁ ସଂଖ୍ୟା ୬,୦୭୭

ଇଟାଲିରେ ସୋମବାର ସୁଦ୍ଧା ମୋ’ଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ୬୩,୯୨୭ ହୋଇଛି, ଯାହା ପୂର୍ବରୁ ୨୯,୧୩୮ ଥିଲା । ଦେଶବ୍ୟାପୀ ସଂକ୍ରମିତ ଲୋକଙ୍କ ମଧ୍ୟରୁ, ୭,୪୩୨ ଜଣ ସୋମବାର ସୁଦ୍ଧା ସୁସ୍ଥ ହୋଇଛନ୍ତି ।

କରୋନା ଭାଇରସରେ ଇଟାଲିରେ ଗୋଟିଏ ଦିନରେ ୬୦୨ ଜଣ ମଲେ; ମୋ’ଟ ମୃତ୍ୟୁ ସଂଖ୍ୟା ୬,୦୭୭
ଇଟାଲିର ସେରାଭେଲ୍ ସ୍କ୍ରିଭିଆ ସହରର ଏକ ଶ୍ମଶାନରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ କଫିନ୍ (ରୟଟର୍ସ୍‌ ଫଟୋ)
  • News18 Odia
  • Last Updated: March 24, 2020, 1:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଇଟାଲୀରେ କରୋନା ଭାଇରସ୍ ଏତେ ତୀବ୍ର ମାତ୍ରାରେ ବ୍ୟାପିଛି ଯେ ଗୋଟିଏ ଦିନରେ ୬୦୨ ଜଣ ଲୋକଙ୍କ ମୃତ୍ୟୁ ହୋଇ ଦେଶର ମୋ’ଟ ମୃତ୍ୟୁ ସଂଖ୍ୟା ୬,୦୭୭କୁ ବୃଦ୍ଧି ପାଇଛି ବୋଲି ସିଭିଲ୍ ପ୍ରୋଟେକସନ ଏଜେନ୍ସିର ମୁଖ୍ୟ ସୋମବାର କହିଛନ୍ତି । ହେଲେ ଗୁରୁବାର ଠାରୁ ସଂଖ୍ୟା ଦୃଷ୍ଟିରୁ ଏହି ବୃଦ୍ଧି କମ୍‌ ବୋଲି ସେଠାରେ ଟିକିଏ ଆଶାର ସଞ୍ଚାର ଘଟିଛି ।

ଖବର ଏଜେନ୍ସି ରୟଟର୍ସ୍‌ ଅନୁସାରେ ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସି ପ୍ରଥମେ କହିଥିଲା ଯେ ସୋମବାର ଦିନ ୬୦୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି, କିନ୍ତୁ ଏଜେନ୍ସିର ମୁଖ୍ୟ ଗଣମାଧ୍ୟମକୁ ପରୋ କହିଥିଲେ ଯେ ପ୍ରକୃତ ମୃତ୍ୟୁ ସଂଖ୍ୟା ୬୦୨ । ଜଣେ ଲୋକର ମୃତ୍ୟୁ ରବିବାରର ସଂଖ୍ୟାରେ ଭୁଲରେ ଯୋଡ଼ିଦିଆଯାଇଥିଲା ବୋଲି ସେ ସ୍ପଷ୍ଟ କରିଥିଲେ ଓ କହିଥିଲେ ଯେ ସୋମବାର ସୁଦ୍ଧା ଦେଶର ମୋ’ଟ ମୃତ୍ୟୁ ସଂଖ୍ୟା ୬,୦୭୭, ଓ ୬,୦୭୮ ନୁହେଁ ।

ଇତି ମଧ୍ୟରେ ଇଟାଲିରେ ସୋମବାର ସୁଦ୍ଧା ମୋ’ଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ୬୩,୯୨୭ ହୋଇଛି, ଯାହା ପୂର୍ବରୁ ୨୯,୧୩୮ ଥିଲା । ଅର୍ଥାତ ୮ ପ୍ରତିଶତ ବଢ଼ିଛି ବୋଲି ସିଭିଲ୍ ପ୍ରୋଟେକ୍ସନ୍ ଏଜେନ୍ସି କହିଛି । ଫେବୃଆରୀ ୨୧ରେ ଏହି ମହାମାରୀ ସାମ୍ନାକୁ ଆସିବା ପର ଠାରୁ ଇଟାଲୀରେ ଏହା ସବୁ ଠାରୁ କମ୍‌ ବୃଦ୍ଧି ବୋଲି ଏହି ଏଜେନ୍ସି କହିଛି ।

ବ୍ରେସିଆର ଏକ ହସପିଟାଲର ଦୃଶ୍ୟ (ଏ.ପି. ଫଟୋ)


ଦେଶବ୍ୟାପୀ ସଂକ୍ରମିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ, ୭,୪୩୨ ଜଣ ଲୋକ ସୋମବାର ଦିନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ତା’ ପୂର୍ବ ଦିନ ୭,୦୨୪ ଜଣ ସଂକ୍ରମିତ ଲୋକ ସୁସ୍ଥ ହୋଇଥିଲେ । ଏବେ ୩,୦୦୯ ଜଣ ଲୋକ ଇଣ୍ଟେନସିଭ୍‌ କେୟାରରେ ଅଛନ୍ତି । ପୂର୍ବରୁ ୩,୨୦୪ ଜଣ ଲୋକ ଥିଲେ ।

ତେବେ ସବୁ ଠାରୁ ଅଧିକ କ୍ଷତିଗ୍ରସ୍ତ ଉତ୍ତର ଅଞ୍ଚଳର ଲମ୍ବୋର୍ଡ଼ି ଏବେ ବି ଗୁରୁତର ଅବସ୍ଥାରେ ରହିଛି । ସେଠାରେ ଏ ପର୍ଯ୍ୟନ୍ତ ମୋଟ ୩,୭୭୬ଟି ମୃତ୍ୟୁ ହୋଇଛି ଓ ୨୮,୭୬୧ଟି ପଜିଟିଭ୍‌ ମାମଲା ଆସିଛି । ସେଠାରେ ରବିବାର ସୁଦ୍ଧା ୩,୪୫୬ଟି ମୃତ୍ୟୁ ହୋଇଥିଲା ଓ ୨୭,୨୦୬ଟି ସଂକ୍ରମଣର ମାମଲା ରିପୋର୍ଟ ହୋଇଥିଲା ।
First published: March 24, 2020, 1:42 PM IST