ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଏବେ ବି ୨୪ ଲକ୍ଷ ଲୋକ ନେଇନାହାଁନ୍ତି ଟିକା; ସତର୍କ ରହିବା ଜରୁରୀ: ବିଶେଷଜ୍ଞ

ଏବେ ବି ୨୪ ଲକ୍ଷ ଲୋକ ନେଇନାହାଁନ୍ତି ଟିକା; ସତର୍କ ରହିବା ଜରୁରୀ: ବିଶେଷଜ୍ଞ

ଟୀକାକରଣ ସବୁଠୁ ବଡ଼ କରୋନା ଲଢ଼େଇ ଅସ୍ତ୍ର ଭାବେ କାମ କରୁଛି। କିନ୍ତୁ ଏବେବି ଟିକା ନେବା ପାଇଁ ଲୋକମାନେ ପଛଘୁଞ୍ଚା ଦେଉଛନ୍ତି।

ଏବେ ବି ୨୪ ଲକ୍ଷ ଲୋକ ନେଇନାହାଁନ୍ତି ଟିକା; ସତର୍କ ରହିବା ଜରୁରୀ: ବିଶେଷଜ୍ଞ
ଏବେବି ଟିକା ନେବା ପାଇଁ ଲୋକମାନେ ପଛଘୁଞ୍ଚା ଦେଉଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 18, 2021, 7:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ବି ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଉପର ତଳ ହେଉଛି। ଏଭଳି ସ୍ଥିତିରେ ଟୀକାକରଣ ସବୁଠୁ ବଡ଼ କରୋନା ଲଢ଼େଇ ଅସ୍ତ୍ର ଭାବେ କାମ କରୁଛି। ଏବେବି ଟିକା ନେବା ପାଇଁ ଲୋକମାନେ ପଛଘୁଞ୍ଚା ଦେଉଛନ୍ତି।

ଖୋର୍ଦ୍ଧା ଜିଲା ଚିନ୍ତା ବଢ଼ାଇବା ସହ ଦୀର୍ଘ ଦିନ ପରେ ରେଡ଼ ଜୋନକୁ ଫେରିଥିବା ବେଳେ ବଳବତ୍ତର ରହିଛି। ଏଭଳି ସ୍ଥିତିରେ ପାର୍ବଣ ଚିନ୍ତା ବଢାଇଛି।

ଲୋକମାନେ ଯେପରି ଅମାନିଆ ହେଉଛନ୍ତି ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଉଦବେଗ ପ୍ରକାଶ କରିଛନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗ ପୂର୍ବରୁ କହିଛି ପୂଜା ସଂକ୍ରମଣ ଉପରେ କେତେ ପ୍ରଭାବ ପକାଇଛି ସପ୍ତାହକ ପରେ ଜଣା ପଡିବ। ଏଭଳି ସ୍ଥିତିରେ ଟୀକାକରଣକୁ ତ୍ୱରାନ୍ବିତ ସହ ଡିସେମ୍ବର ସୁଧା ସମସ୍ତଙ୍କୁ ଟୀକା ଦେବା ସ୍ୱାସ୍ଥ୍ୟ ବିଭାଗ ଲକ୍ଷ ରଖିଥିଲେ ବି ଲୋକମାନେ ଆଗ୍ରହ ନ ଦେଖାଇବା ନିହାତି ଚିନ୍ତାଜନକ।।

ରାଜ୍ୟରେ ଟୀକାକରଣ ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି,"ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟୀକା ନେଇଛନ୍ତି। ପ୍ରଥମ ଡୋଜ ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଥିବା ବେଳେ ଉଭୟ ଡୋଜ ନେଇଛନ୍ତି ୯୯ ଲକ୍ଷ ୨୨ ହଜାର ୮୪୫ ଜଣ। ମୋଟ ଜନସଂଖ୍ୟର  ପ୍ରାୟ ୭୮ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ପ୍ରାୟ ୩୨ ପ୍ରତିଶତ ଉଭୟ ଡୋଜ ନେଇଛନ୍ତି। ବର୍ତ୍ତମାନ ୨୫ ଲକ୍ଷ ୬୨ହଜାର ୯୧୦ ଡୋଜ ଟୀକା ଉପଲବ୍ଧ ଅଛି। ଏବେବି ଦ୍ଵିତୀୟ ଡୋଜ ନେବାକୁ ୨୪ ଲକ୍ଷ ଲୋକ ବାକି ଅଛନ୍ତି। ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଦେବା ଲକ୍ଷ ରହିଛି। ବ୍ରହ୍ମପୁର ଓ ଭୁବନେଶ୍ୱର ମ୍ୟୁନିସପାଲଟି ସହ ରିଆମାଲ, ଟିକାବାଲି, ରାଇକିଆ,ଜି ଉଦୟଗିରି, ବେଲଗୁଣ୍ଠା ବ୍ଲକରେ ପ୍ରଥମ ଡୋଜ ଶତ ପ୍ରତିଶତ ହୋଇଛି। ୩୫୪୦ ଗାଁ ରେ ବି ଶତପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି। ଯେଉଁମାନେ ଦ୍ୱିତୀୟ ଟିକା ନେଇନାହାନ୍ତି ବାରମ୍ବାର ସେମାନଙ୍କୁ ମେସେଜ ଯାଉଛି,ଫୋନ କରାଯାଉଛି।  ଆଶା ଓ ଅଙ୍ଗନବାଡି କର୍ମଚାରୀ ଫେସିଲିଟେଟ କରାଯାଉଛି।  ଯେଉଁମାନେ ଟୀକାକରଣ କେନ୍ଦ୍ରକୁ ଆସିବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କୁ ଘରେ ଟିକା ଦେବାର ବ୍ୟବସ୍ଥା କରାଯାଉଛି।

ଆରଏମଆରସି ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଅଣ୍ଟିବାଡି ଅଛି। ବର୍ତ୍ତମାନ ସୁଦ୍ଧା ୦.୧୮ ପ୍ରତିଶତ ବ୍ରେକରୁ ସଂକ୍ରମଣ  ହୋଇଛି। ଦ୍ଵିତୀୟ ଡୋଜ ଟୀକା ନେବା ପରେ ଲୋକଙ୍କୁ ସୁରକ୍ଷା ମିଳୁଛି।  ୧୪ ଦିନ ପରେ ଟୀକା ଅଧିକ ସୁରକ୍ଷା ଦେଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି,"  ଇସ୍ରାଏଲ ଷ୍ଟଡି ଅନୁସାରେ ଦୁଇ ଡୋଜ ଟିକା ପରେ ୬ ମାସ ପରେ ଇମ୍ୟୁନିଟି କମୁଛି। ରାଜ୍ୟରେ ଜାନୁଆରୀରୁ ଟିକାକରଣ ଆରମ୍ଭ ହୋଇଥିବାରୁ ପ୍ରଥମରୁ ଯେଉଁ ମାନେ ଟିକା ନେଇଛନ୍ତି ସେମାନଙ୍କ ଇମ୍ୟୁନିଟି କମୁଥିବାରୁ ଅଧିକ ସତର୍କ ଜରୁରୀ। ବୁସ୍ଟର ଡୋଜ ନେବାକୁ ଏବେ ସୁଯୋଗ ନଥିବାରୁ ୩-୪ ମାସ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି"।
Published by: Soumya Das
First published: October 18, 2021, 7:45 PM IST