News18 Odia Digital
ଭୁବନେଶ୍ୱର: ଏବେ ପାରାଦୀପର ଦକ୍ଷିଣରେ ପାଖାପାଖି ୧,୦୬୦ କିମି ଦୂରରେ ରହିଛି ଅବପାତ । ଏହା ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ପ୍ରଥମେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ୧୭ ତାରିଖ ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିପାରେ । ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତତ ଅଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ।
ସେ କହିଛନ୍ତି ଯେ ୧୭ ତାରିଖ ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିପାରେ ଅବପାତ । ପଶ୍ଚିମ ବଙ୍ଗ ଉପକୂଳ ଆଡ଼କୁ ଗତି କରିପାରେ ଏହା ସାମୁଦ୍ରିକ ବାତ୍ୟା । ୨୦ ତାରିଖରେ ତାହା ପଶ୍ଚିମ ବଙ୍ଗ ଉପକୂଳରେ ମାଡ଼ ହେବା ଆଶଙ୍କା ରହିଛି । ୧୮ ତାରିଖ ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ବେଳେ ୧୯ ତାରିଖରେ ଉତ୍ତର ଓଡ଼ିଶାର ଉପକୂଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
ସେହି ପରି ୨୦ ତାରିଖରେ ବି ଉତ୍ତର ଓଡ଼ିଶାର ଉପକୂଳରେ ବର୍ଷା ଜାରି ରହିବ । ୧୯ ତାରିଖ ସକାଳେ ଓଡ଼ିଶା ଉପକୂଳରେ ୬୦ କିମି ବେଗରେ ପହନ ବହିପାରେ । ପରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୫ କିମି ରହିବାର ଆଶଙ୍କା ରହିଛି । ୨୦ ତାରିଖ ସକାଳେ ପବନର ବେଗ ବୃଦ୍ଧି ହୋଇପାରେ । ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦ କିମି ପ୍ରତି ଘଣ୍ଟା ଓ ମଝିରେ ମଝିରେ ୧୧୦ କିମି ପ୍ରତି ଘଣ୍ଟା ରହିପାରେ ।

୨୦ ତାରିଖରେ ବି ଉତ୍ତର ଓଡ଼ିଶାର ଉପକୂଳରେ ବର୍ଷା ଜାରି ରହିବ ।
୨୦ ତାରିଖ ସକାଳେ ସମୁଦ୍ରରେ ୧୬୦ରୁ ୧୭୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିପାରେ । ବାତ୍ୟାର ମୁକାବିଲା ଲାଗି ଆଜି ଅପରାହ୍ଣ ୫ଟାରେ ବାତ୍ୟା ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟ ମନ୍ତ୍ରୀ ଆଲୋଚନା କରିବେ ।
‘‘ରାଜ୍ୟ ଲାଗି ବାତ୍ୟାରୁ ବ୍ୟାପକ କ୍ଷୟ କ୍ଷତିର ଆଶଙ୍କା ନାହିଁ । ବାତ୍ୟାର ମୁକାବିଲା ଲାଗି ଜିଲ୍ଲା ସ୍ତରରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏ ନେଇ ଜିଲ୍ଲାପାଳମାନେ ଯୋଜନା ପ୍ରସ୍ତୁତି କରିଛନ୍ତି । ରାଜ୍ୟରେ ଖାଦ୍ୟ ପଦାର୍ଥ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି । ଏ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ,’’ କହିଛନ୍ତି ଏସଆରସି ପ୍ରଦୀପ ଜେନା ।
ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ୭୩୭ ହେଲେଏହା ବି ପଢ଼ନ୍ତୁ: କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତିଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା: ରାଜ୍ୟରେ ସମୁଦ୍ର କୂଳରୁ ୩ କିମି ଭିତରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବଏହା ବି ପଢ଼ନ୍ତୁ: ମୁଣ୍ଡରେ ବସ୍ତା, ହାତରେ ବାଲଟି, କଟକରୁ ମଧ୍ୟ ପ୍ରଦେଶ ବାହାରିଲେ ୪୭ ଲୋକ; ସାହାଯ୍ୟ ପାଇଲେଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳିଏହା ବି ପଢ଼ନ୍ତୁ: ମେ ୩୧ ସୁଦ୍ଧା ଏହି କାମ ନ କଲେ ମାତ୍ର ୧୨ ଟଙ୍କାରେ ମିଳୁଥିବା ବୀମାର ଲାଭ ଆପଣ ହରେଇବେPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।