କରୋନା ଭାଇରସ୍ ଯୋଗୁଁ ଲୋକଙ୍କ ଚାକିରି ଯାଉଛି, ହେଲେ ଏହି କମ୍ପାନୀ ଦେଢ଼ ଲକ୍ଷ ଲୋକଙ୍କୁ ଚାକିରି ଦେବ

ପ୍ରତି ସ୍ଥାୟୀ କର୍ମଚାରୀଙ୍କୁ ୩୦୦ ଡଲାର୍ (ପ୍ରାୟ ୨୨ ହଜାର ଟଙ୍କା) ଓ ଅସ୍ଥାୟୀ କର୍ମଚାରୀଙ୍କୁ ୧୫୦ ଡଲାର୍ (ପ୍ରାୟ ୧୧ ହଜାର ଟଙ୍କା) ଦରମା ମିଳିବ । କରୋନା ମହାମାରୀ ଯୋଗୁଁ ହିଁ ୱାଲମାର୍ଟର ଜିନିଷପତ୍ରର ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

କରୋନା ଭାଇରସ୍ ଯୋଗୁଁ ଲୋକଙ୍କ ଚାକିରି ଯାଉଛି, ହେଲେ ଏହି କମ୍ପାନୀ ଦେଢ଼ ଲକ୍ଷ ଲୋକଙ୍କୁ ଚାକିରି ଦେବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 20, 2020, 3:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନ୍ୟୁୟର୍କ: ବିଶ୍ୱର ବୃହତ୍ତମ ନିଯୁକ୍ତିଦାତା କମ୍ପାନୀ ୱାଲମାର୍ଟ ଦେଢ଼ ଲକ୍ଷ ଲୋକଙ୍କୁ ଚାକିରି ଦେବ ବୋଲି ଘୋଷଣା କରିଛି । କରୋନା ଭାଇରସ୍ କାରଣରୁ ଆମେରିକାରେ ଅନଲାଇନ୍ ଓ ଅଫଲାଇନ୍ ବିକ୍ରିରେ ଏକ ବଡ଼ ବୃଦ୍ଧି ଘଟିଛି । ଏହା ପୂର୍ବରୁ ଆମାଜନ୍‌ ମଧ୍ୟ ଏକ ଲକ୍ଷ ଲୋକଙ୍କୁ ଚାକିରୀ ଦେବାକୁ ଘୋଷଣା କରିଥିଲା ।

ୱାଲମାର୍ଟ ଏକ ବିବୃତ୍ତିରେ କହିଛି ଯେ ପ୍ରତି ସ୍ଥାୟୀ କର୍ମଚାରୀଙ୍କୁ ୩୦୦ ଡଲାର୍‌ (ପ୍ରାୟ ୨୨ ହଜାର ଟଙ୍କା) ଓ ଅସ୍ଥାୟୀ କର୍ମଚାରୀଙ୍କୁ ୧୫୦ ଡଲାର୍‌ (ପ୍ରାୟ ୧୧ ହଜାର ଟଙ୍କା) ଦରମା ମିଳିବ । ରି଼ଟେଲ୍‌ କ୍ଷେତ୍ରରେ ୱାଲମାର୍ଟ ହେଉଛି ବିଶ୍ୱର ସର୍ବ ବୃହତ କମ୍ପାନୀ । ଏହା ସାରା ବିଶ୍ୱରେ ବ୍ୟବସାୟ କରେ । କର୍ମଚାରୀଙ୍କ ସଂଖ୍ୟା ଅନୁଯାୟୀ ମଧ୍ୟ ୱାଲମାର୍ଟ ଦୁନିଆର ସର୍ବବୃହତ ଘରୋଇ କମ୍ପାନୀ । ଏହି କମ୍ପାନୀ ୨ ଜୁଲାଇ ୧୯୬୨ରେ ଆମେରିକାରେ ସ୍ଥାପିତ ହୋଇଥିଲା ।

ଗତ କିଛି ଦିନ ଧରି ଷ୍ଟକ୍ ମାର୍କେଟରେ ଅନେକ କମ୍ପାନୀଙ୍କ ଶେଆର୍‌ ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା ସତ୍ତ୍ୱେ ୱାଲମାର୍ଟର ଷ୍ଟକ୍ ରେକର୍ଡ ମାତ୍ରାରେ ସର୍ବାଧିକ ରହିଛି । ଗୁରୁବାର ଦିନ କରୋନା ଭଇରସ୍‌ ଭୟରେ ଆମେରିକାର ଐତିହାସିକ ଚ୍ରେଡିଂ ଫ୍ଲୋରକୁ ବନ୍ଦ କରିବାକୁ ପଡିଥିଲା, ହେଲେ ଆମେରିକାର ଷ୍ଟକ୍ ଏକ୍ସଚେଞ୍ଜ (NYSC, ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜ)ରେ ୱାଲମାର୍ଟର ଷ୍ଟକ୍ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ବାସ୍ତବରେ କରୋନା ମହାମାରୀ ଯୋଗୁଁ ହିଁ ୱାଲମାର୍ଟର ଜିନିଷପତ୍ରର ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି ଓ ଏହାର ପ୍ରଭାବ କମ୍ପାନୀର ଷ୍ଟକ୍ ଉପରେ ପଡିଛି ।

ଆମେରିକାର ଏହି ବଡ଼ ରିଟେଲ୍‌ କମ୍ପାନୀ ୱାଲମାର୍ଟ ନିକଟରେ ଘୋଷଣା କରିଥିଲା ଯେ ଏହା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ୨୫ଟି ଅନୁଷ୍ଠାନ ଖୋଲିବ ଯେଉଁଥିରେ ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ (ଏମ୍‌.ଏସ୍‌,ଏମ୍‌.ଇ. ସେକ୍ଟର) ରୁ ପ୍ରାୟ ୫୦,୦୦୦ ଉଦ୍ୟୋଗୀଙ୍କୁ ତାଲିମ ଦିଆଯିବ। ଏହି ଅନୁଷ୍ଠାନଗୁଡ଼ିକ 'ୱାଲମାର୍ଟ ଅଭିବୃଦ୍ଧି ଯୋଗାଣକାରୀ ବିକାଶ କାର୍ଯ୍ୟକ୍ରମ' ଅଧୀନରେ ସାରା ଦେଶରେ ଖୋଲାଯିବ। ଏହି ସଂସ୍ଥାଗୁଡ଼ିକ ଉତ୍ପାଦନ କ୍ଲଷ୍ଟରର ନିକଟବର୍ତ୍ତୀ ସ୍ଥାନରେ ରଣନୈତିକ ଭାବରେ ନିର୍ମାଣ କରାଯିବ । ଅବଶ୍ୟ ଏହି ଆମେରିକୀୟ କମ୍ପାନୀ ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରୁଥିବା ମୋଟ ଟଙ୍କା ବିଷୟରେ କୌଣସି ସୂଚନା ଦେଇ ନାହିଁ ।

ୱାଲମାର୍ଟ ନିଶ୍ଚିତ କରି କହିଛି ଯେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକାଲ୍ ସୋର୍ସିଂର ସହାୟତା ନିଆଯିବ। ସମ୍ପ୍ରତି ୱାଲମାର୍ଟ ପାଇଁ ଭାରତ ହେଉଛି ପଞ୍ଚମ ବୃହତ୍ତମ ସୋର୍ସିଂ ହବ୍, ଯେଉଁଠାରୁ ୱାଲମାର୍ଟ ୧୪ଟି ବୈଶ୍ୱିକ ବଜାରରେ କାର୍ଯ୍ୟ କରେ । ସେଥିରେ ଚୀନ୍, ଆମେରିକା, ମେକ୍ସିକୋ ଓ କାନାଡା ଭଳି ଦେଶ ରହିଛନ୍ତି ।
First published: March 20, 2020, 3:09 PM IST