ପାକିସ୍ତାନରୁ ଫେରିଥିବା ୧୦୦ ଶିଖ୍ ତୀର୍ଥଯାତ୍ରୀ କରୋନା ସଂକ୍ରମିତ; ସନ୍ଧ୍ୟା ପର୍ଯ୍ୟନ୍ତ ବଢିପାରେ ସଂଖ୍ୟା

Coronavirus In India: ପାକିସ୍ତାନକୁ (Pakistan) ଯାଇଥିବା ୮୧୮ ଜଣ ଶିଖ ତୀର୍ଥଯାତ୍ରୀଙ୍କ ଏକ ଦଳ ଭାରତକୁ ଫେରିବା ଆରମ୍ଭ କରିଛନ୍ତି । ଦେଶକୁ ଫେରିବା ପରେ ଏହି ସମସ୍ତ ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯାଉଛି ।

ପାକିସ୍ତାନରୁ ଫେରିଥିବା ୧୦୦ ଶିଖ୍ ତୀର୍ଥଯାତ୍ରୀ କରୋନା ସଂକ୍ରମିତ; ସନ୍ଧ୍ୟା ପର୍ଯ୍ୟନ୍ତ ବଢିପାରେ ସଂଖ୍ୟା
ପାକିସ୍ତାନରୁ ଫେରିଥିବା ୧୦୦ ଶିଖ୍ ତୀର୍ଥଯାତ୍ରୀ କରୋନା ସଂକ୍ରମିତ
  • News18 Odia
  • Last Updated: April 22, 2021, 3:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଅମୃତସର: ପାକିସ୍ତାନକୁ (Pakistan) ଯାଇଥିବା ୮୧୮ ଜଣ ଶିଖ ତୀର୍ଥଯାତ୍ରୀଙ୍କ ଏକ ଦଳ ଭାରତକୁ ଫେରିବା ଆରମ୍ଭ କରିଛନ୍ତି । ଦେଶକୁ ଫେରିବା ପରେ ଏହି ସମସ୍ତ ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯାଉଛି । ଗୁରୁବାର ଅପରାହ୍ନରେ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରୁ ଫେରିଥିବା ୮୧୬ ଜଣଙ୍କ ମଧ୍ୟରୁ ୧୦୦ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବିଶ୍ୱାସ କରାଯାଏ ଯେ ସନ୍ଧ୍ୟା ସୁଦ୍ଧା ପାକିସ୍ତାନରୁ ଫେରିଥିବା ଭକ୍ତଙ୍କ ସଂଖ୍ୟା ବଢ଼ିପାରେ ।

କୁହାଯାଇଥିଲା ଯେ ୮୧୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଅନ୍ୟ କାରଣରୁ ଭାରତ ଫେରି ଆସିଛନ୍ତି । ସମ୍ପ୍ରତି ୮୧୬ ଜଣଙ୍କୁ ସ୍କ୍ରିନିଂ କରାଯିବ । ୩୦୧ ଜଣଙ୍କ ନମୁନା ସଂଗ୍ରହ ଓପରୀକ୍ଷା ପରେ ଏପର୍ଯ୍ୟନ୍ତ ୧୦୦ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ କାହାର ଅବସ୍ଥା ଗୁରୁତର ବୋଲି କୁହାଯାଇ ନାହିଁ ।

ପାକିସ୍ତାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି
ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ଗତ ୭ ଦିନ ମଧ୍ୟରେ ସେଠାରେ ସଂକ୍ରମଣ ସଂଖ୍ୟାରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି । ଏପର୍ଯ୍ୟନ୍ତ ୭ ଲକ୍ଷ ୭୮ ହଜାର ୨୩୮ ଟି ମାମଲା ରୁଜୁ ହୋଇଛି ଯେଉଁଥିରୁ ୬ ଲକ୍ଷ 76 ହଜାରେ ୬୦୫ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ପାକିସ୍ତାନୀ ଖବରକାଗଜ ଡନ୍ ଅନୁଯାୟୀ ପାକିସ୍ତାନରେ ଏପର୍ଯ୍ୟନ୍ତ ୧୬,୬୯୮ ଜଣଙ୍କର ମୃତ୍ୟୁ ହୋଇଛି ।

ପଞ୍ଜାବ ବିଷୟରେ କହିବାକୁ ଗଲେ ଗତ ବର୍ଷ ମହାମାରୀ ଆରମ୍ଭ ହେବା ପରେ ବୁଧବାର ଦିନ ରାଜ୍ୟରେ ସର୍ବାଧିକ ୪,୯୭୦ କୋଭିଡ ମାମଲା ରହିଥିଲା ​​ଓ ୬୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ପଞ୍ଜାବ ଗତ ୨୪ ଘଣ୍ଟା ମଧ୍ୟରେ ୫୬,୭୫୧ ଟେଷ୍ଟ କରିଥିଲା । କ୍ରମାଗତ ପଞ୍ଚମ ଦିନ ପାଇଁ ପଞ୍ଜାବରେ ଦୈନିକ ମାମଲା ୪,୦୦୦ ଅତିକ୍ରମ କରିଛି । ଦୁଇଟି ଜିଲ୍ଲା - ଏସଏଏସ ନାଗର (ମୋହାଲି) ଓ ଲୁଧିଆନା ଠାରେ ସର୍ବାଧିକ ସଂକ୍ରମଣ ମାମଲା ଜାରି ରହିଛି ।

ବୁଧବାର ଅମୃତସରରେ ଦଶ ଜଣ, ଫେରେଜପୁର ଓ ଲୁଧିଆନାରେ ସାତ ଜଣ, ଏସଏସ ନାଗର ଓ ପଟିଆଲାରେ ଛଅ ଜଣ, ହୋଶିଆରପୁର ଓ ଜଲନ୍ଦରରେ ପାଞ୍ଚ ଜଣ, ଏସବିଏସ ନାଗର ଓ ତାରନ ତରନରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁଦାସପୁର ଓ କାପୁରଥାଲାରେ ୩ ଜଣ ଲେଖାଏଁ, ବାଥିନ୍ଦା, ଫାଜିଲ୍କା ଓ ପଠାନକୋଟରେ ଦୁଇଜଣ ଲେଖାଏଁ ଓ ବାର୍ନାଲା, ଫରିଦକୋଟ ଓ ମୁକସରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
Published by: Jagdish Barik
First published: April 22, 2021, 3:19 PM IST