ଭୁବନେଶ୍ୱରରେ କରୋନା ଭାଇରସ୍: ପୁଣି ଏକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ହେଲା; ୧୯ ପଜିଟିଭ ମିଳିଲେ

କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନ ଥାଇ ବି ସୁବାସ ନଗର ବସ୍ତିର କିଛି ଲୋକ କରୋନା ପଜିଟିଭ୍ ହୋଇଛନ୍ତି । ଏବେ ଏହି କଣ୍ଟେନମେଣ୍ଟ ଜୋନରେ ଥିବା ଲୋକେ ବାହାରକୁ ବାହାରି ପାରିବେ ନାହିଁ । ଖାଦ୍ୟ ଓ ପନିପରିବା BMC ଯୋଗାଇ ଦେବ।

ଭୁବନେଶ୍ୱରରେ କରୋନା ଭାଇରସ୍: ପୁଣି ଏକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ହେଲା; ୧୯ ପଜିଟିଭ ମିଳିଲେ
ଏହି ୧୯ ଜଣ ପଜିଟିଭଙ୍କ ମଧ୍ୟରୁ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ୪ ଓ ସ୍ଥାନୀୟ ଅଞ୍ଚଳରୁ ୧୫ ଜଣ ଅଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୁଣି ଆଉ ଥରେ ରାଜଧାନୀ ଭୁବନେଶ୍ୱରର ଏକ ଅଞ୍ଚଳୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସୂର୍ଯ୍ୟ ନଗର, ସତ୍ୟ ନଗର, ବମିଖାଲ ଓ ଝାରପଡ଼ା ପରେ ଆଜି କଣ୍ଟେନମେଣ୍ଟ ଜୋନ ତାଲିକାରେ ଯୋଡ଼ି ହୋଇଛି ଡୁମଡୁମା । ସୁବାସ ନଗର ବସ୍ତିରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୋଲିସ ଓ ବି.ଏମ୍‌.ସି. (Bhubaneswar Municipal Corporation, BMC) ମିଶି କରିଛନ୍ତି ଘେରାବନ୍ଦୀ ।

ସୁବାସ ନଗର ବସ୍ତିରେ କିଛି ଲୋକଙ୍କ ଠାରେ କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନ ଥାଇ ବି ସେମାନେ କରୋନା ପଜିଟିଭ୍‌ ପରୀକ୍ଷିତ ହୋଇଛନ୍ତି । ତେଣୁ ହନୁମାନ ମନ୍ଦିର ଠାରୁ ଶନି ମନ୍ଦିର ଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ (BMC Commissioner Premchandra Choudhary) । ଆଜି ରାଜଧାନୀରେ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଡୁମଡୁମା ସୁବାସ ନଗର ବସ୍ତିର ୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷ୍ମୀ ବଜାର ବସ୍ତିର ୯ ବର୍ଷର ବାଳକ ଠାରେ କରୋନା ସଂକ୍ରମଣ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବି.ଏମ୍‌.ସି. ନେଇଛି ସତର୍କତାମୂଳକ ପଦକ୍ଷେପ ।

ଏହି କଣ୍ଟେନମେଣ୍ଟ ଜୋନରେ ରହୁଥିବା କୌଣସି ଲୋକ ବାହାରକୁ ବାହାରି ପାରିବେ ନାହିଁ । ଖାଦ୍ୟ ଓ ପନିପରିବା ବି.ଏମ୍‌.ସି. ଯୋଗାଇ ଦେବ। ଇମରଜେନସି ଟୋଲ ଫ୍ରି ନମ୍ବରରେ କଲ୍‌ କଲେ ସବୁ ସୁବିଧା ମିଳିବ । ଏହି ୧୯ ଜଣ ପଜିଟିଭଙ୍କ ମଧ୍ୟରୁ ହୋମ୍‌ କ୍ବାରେଣ୍ଟାଇନ୍‌ରୁ ୪ ଓ ସ୍ଥାନୀୟ ଅଞ୍ଚଳରୁ ୧୫ ଜଣ ଅଛନ୍ତି । ଏମାନଙ୍କୁ ମିଶାଇ ରାଜଧାନୀରେ ମୋଟ ପଜିଟିଭ୍‌ ସଂଖ୍ୟା ୧୮୪ ହୋଇଛି । ଏ ପର୍ଯ୍ୟନ୍ତ ଏମାନଙ୍କ ଭିତରୁ ୩ ଜଣଙ୍କ ମୃତ୍ୟୁ ହୋଇଛି, ୮୬ ଜଣ ସୁସ୍ଥ ହୋଇଛନ୍ତି ଓ ୯୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।

ସ୍ମାର୍ଟ ସିଟି ଭୁବନେଶ୍ୱରର ଡୁମଡୁମା ଅଞ୍ଚଳକୁ ସାନିଟାଇଜ୍ କରାଯାଉଛି ।


ଆଜି ଚିହ୍ନଟ ହୋଇଥିବା ୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ହସ୍ପିଟାଲ କର୍ମଚାରୀ ଅଛନ୍ତି । ଏକ ଘରୋଇ ହସ୍ପିଟାଲର ୩ ମହିଳା ଓ ୩ ପୁରୁଷ କର୍ମଚାରୀ ପଜିଟିଭ ହୋଇଥିବା ବେଳେ ଅନ୍ୟ ଏକ ଘରୋଇ ହସ୍ପିଟାଲର ଜଣେ ମହିଳା ଓ ପୁରୁଷ କର୍ମଚାରୀ ପଜିଟିଭ ହୋଇଛନ୍ତି । ଏକ ସରକାରୀ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ ମଧ୍ୟ ପଜିଟିଭ ହୋଇଛନ୍ତି । ଏହାକୁ ନେଇ ରାଜଧାନୀବାସୀଙ୍କ ବଢ଼ିଛି ଟେନସନ୍‌ ।

ମାର୍ଚ୍ଚ ୧୬ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଭୁବନେଶ୍ୱର ଚିନ୍ତାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏବେ ସ୍ମାର୍ଟ ସିଟି ଭୁବନେଶ୍ୱର ପୁଣି କରୋନାର ହଟସ୍ପଟ ହେଉଥିବା ଲାଗୁଛି ।

‘‘ସରକାର କେବଳ କୋଟିପତିମାନଙ୍କର । ସାଧାରଣ ଖଟିଖିଆ ଦିନ ମଜୁରିଆଙ୍କର କେହି ସାହାଭରସା ନାହାନ୍ତି । କଣ୍ଟେନମେଣ୍ଟନ ଜୋନ ଘୋଷଣା କରି ଆମକୁ ବାଡ଼ ବନ୍ଦି କରି ରଖିଛନ୍ତି । ଆମେ ଖଟିଖିଆ ଲୋକ । ଆଜିର ରାସନ କାଲିକି ନିଅଣ୍ଟ । ଆମକୁ ଏ ଘେରାବନ୍ଦି ଭିତରେ ଯଦି ରଖିଲେ ସରକାର, ତେବେ ଆମକୁ ରାସନ ଯୋଗାଇ ଦିଅନ୍ତୁ । ନହେଲେ ଆମ ପିଲା ଛୁଆ ଭୋକରେ ମରିଯିବେ,’’ କହିଛନ୍ତି ଶଙ୍କର ଓରାମ ନାମକ ଜଣେ ବସ୍ତି ବାସିନ୍ଦା ।

ସ୍ଥାନୀୟ ଯୁବକ ସଂଗ୍ରାମ ବାବୁ କୁହିଛନ୍ତି: ‘‘କଣ୍ଟେନମେଣ୍ଟ ଜୋନ୍‌ ଏକ ଭଲ ପଦକ୍ଷେପ । ଏହା ଦ୍ଵାରା କଣ୍ଟାକ୍ଟ ଟ୍ରେସିଂ ହୋଇ ପାରିବ । ପ୍ରତ୍ୟେକ ଲୋକଙ୍କ ପାଖରେ ସ୍ଵାସ୍ଥ୍ୟ କର୍ମୀ ପହଞ୍ଚିପାରିବେ । ସଙ୍କ୍ରମଣ ଅଧିକ ବ୍ୟାପିବ ନାହିଁ ।’’

ଆଇ.ସି.ଡି.ଏସ. ସୁପରଭାଇଜର ସ୍ଵପ୍ନା ମହାପାତ୍ର କହିଛନ୍ତି ଯେ ଅଙ୍ଗନବାଡି, ଆଶା ଓ ଏ.ଏନ୍‌.ଏମ୍‌. କର୍ମୀ ଘରକୁ ଘର ବୁଲୁଛନ୍ତି । ‘‘ଏହି ଅଞ୍ଚଳରେ କିଭଳି ଅଧିକ ଟେଷ୍ଟିଂ ହୋଇପାରିବ ତା’ ଉପରେ ଗୁରୁତ୍ଵ ଦିଆଯାଉଛି । ପ୍ରତି ପରିବାରର ପ୍ରତି ଲୋକ ପାଖରେ ପହଞ୍ଚି ସର୍ଭେ କରାଯିବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 20, 2020, 8:15 PM IST
corona virus btn
corona virus btn
Loading