ମାସ୍କ ନ ପିନ୍ଧି ଅପରାଜିତା ଦେଇଥିଲେ ୨୦୦ ଟଙ୍କା ଫାଇନ୍; ଏବେ ସାମାଜିକ ଦୂରତାରେ ଫେଲ୍ ହେଲେ

ଏକ ଦଳୀୟ କାର୍ଯ୍ୟକ୍ରରେ ମାସ୍କ ପିନ୍ଧି ନ ଥିବା ଯୋଗୁଁ ଅପରାଜିତାଙ୍କୁ ୨୦୦ ଟଙ୍କା ଫାଇନ ଦେବାକୁ ପଡ଼ିଥିଲା । ତା’ପରେ ଏକ ବ୍ରିଜ ଉଦଘାଟନ ସମୟରେ ସମାଜିକ ଦୂରତା ପାଳନ କରି ନ ଥିଲେ ଏହି ବିଜେପି ନେତ୍ରୀ ।

ହଂସପାଳ ବ୍ରିଜ ଉଦଘାଟନ ସମୟରେ ଅପରାଜିତା ଷଡଙ୍ଗୀ

ହଂସପାଳ ବ୍ରିଜ ଉଦଘାଟନ ସମୟରେ ଅପରାଜିତା ଷଡଙ୍ଗୀ

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ପାଇଁ କଟକଣାକୁ ଜୋରଦାର କରାଯାଇଛି । ଅଧିକାଂଶ ଲୋକ ବିନା କାମରେ ବାହାରକୁ ବାହାରୁ ନାହାନ୍ତି। ଏହି ସଙ୍କଟମୟ ସ୍ଥିତିରେ ମାସ୍କ ନ ପିନ୍ଧିବାର ଭୁଲ୍‌ କରିବା ପରେ ସାମାଜିକ ଦୂରତା ନିୟମ ଭାଙ୍ଗି ଅଡ଼ୁଆରେ ପଡ଼ିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ଏକ ଦଳୀୟ କାର୍ଯ୍ୟକ୍ରରେ ମାସ୍କ ପିନ୍ଧି ନ ଥିବା ଯୋଗୁଁ ଅପରାଜିତାଙ୍କୁ ୨୦୦ ଟଙ୍କା ଫାଇନ ଦେବାକୁ ପଡ଼ିଥିଲା । ଏବେ ହଂସପାଳ ବ୍ରିଜ ଉଦଘାଟନ ସମୟରେ ସମାଜିକ ଦୂରତା ପାଳନ କରିନାହାନ୍ତି ଏହି ବିଜେପି ନେତ୍ରୀ । ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଅନେକ ସାମାଜିକ ସଙ୍ଗଠନ । ଶାସକ ଦଳ ବିଜେଡି ମଧ୍ୟ ସାଂସଦଙ୍କୁ ଉପଦେଶ ଦେଇଛି ।

୩ ତାରିଖ ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଯେହେତୁ ଜଗନ୍ନାଥ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ନେତା ତଥା ଭୁବନେଶ୍ୱର ମଧ୍ୟର ବିଧାୟକ ପ୍ରାର୍ଥୀ ହୋଇଥିଲେ, ସେ ଦୃଷ୍ଟିରୁ ଅପରାଜିତା ଯାଇଥିଲେ ତାଙ୍କ ମାନଭଞ୍ଜନ କରିବା ପାଇଁ । ହେଲେ ଜଗନ୍ନାଥ ଓ ଆଉ କିଛି ବିଜେପି ନେତାଙ୍କୁ ଭେଟିବା ସମୟରେ ମାସ୍କ ପିନ୍ଧି ନ ଥିଲେ ଅପରାଜିତା । ଏହି ଫଟୋ ଓ ଭିଡିଓ ଭାଇରଲ ହେବା ପରେ ତଣ୍ଡ ଗଣିଥିଲେ ସାଂସଦ।

ଅପରାଜିତାଙ୍କ ବିରୋଧରେ ଅଭିଯୋଗ ପତ୍ର ଦେଖାଉଛନ୍ତି ମହିଳା ସଙ୍ଗଠନର ସଦସ୍ୟାମାନେ ।


ତା’ପରେ ୮ ତାରିଖରେ ହଂସପାଳ ବ୍ରିଜ ଉଦଘାଟନ ସମୟରେ ମଧ୍ୟ କରୋନା କଟକଣାକୁ ଫୁ କରିଥିଲେ ସାଂସଦ । ଏକାଧିକ ଲୋକଙ୍କ ଗହଣରେ ଠିଆ ହୋଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଗଣମାଧ୍ୟମରେ ବିବୃତି ରଖିଥିଲେ । ଏହାକୁ ନେଇ ବିଜେଡି ଓ କିଛି ସାମାଜିକ ସଙ୍ଗଠନ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି । ଏ ନେଇ ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ବି.ଏମ.ସି. ଅଫିସରେ ବିଜେପି ନେତ୍ରୀଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗଁ କରାଯାଇଛି ।

‘‘ସାଂସଦ ଜଣେ ପ୍ରଶାସନିକ ଅଧିକାରୀ ଥିଲେ । ଶୃଙ୍ଖଳା ଓ ନୀତି-ନିୟମ ଲୋକ ତାଙ୍କ ଠାରୁ ଶିଖିବା କଥା । ସେ ଥରେ ନୁହେଁ, ବାରମ୍ବାର ଏ ଭୁଲ କରିଛନ୍ତି । ଦିଲ୍ଲୀରୁ ଆସିବା ପରେ ସେ ସଙ୍ଗରୋଧରେ ବି ରହି ନ ଥିଲେ । ସେ ଯାହାକୁ ଭେଟୁଛନ୍ତି କିଛି ନିୟମ ବି ପାଳନ କରୁନାହାନ୍ତି । ତେଣୁ ଲୋକ ତାଙ୍କ ଠାରୁ କ’ଣ ଶିଖିବେ?’’ ପ୍ରଶ୍ନ କରିଛନ୍ତି ମାଧବାନନ୍ଦ ଟ୍ରଷ୍ଟର ସଂପାଦିକା ଇତିଶ୍ରୀ ସାହୁ ।

ବିଜେଡି ମଧ୍ୟ ସାଂସଦଙ୍କ ଏଭଳି ଖାମାଖିଆଲି ନୀତିକୁ ନେଇ ପ୍ରଶ୍ନ ଉଠାଇଛି । ଦଳର ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି: ‘‘ସରକାରଙ୍କର ଦୁଇଟି ଅଙ୍ଗ ହେଉଛି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା। ଏହି ଦୁଇଟି ବିଷୟରେ ଭଲ ଭାବରେ ଜାଣିଛନ୍ତି ଅପରାଜିତା । କଟକଣାକୁ ସେ ବାଟବଣା କରିବା ଉଚିତ ନୁହେଁ ।’’

ବିଜେଡିର ଏହି ମତ ଉପରେ ପ୍ରତିକ୍ରିୟା ଦେଇ ଅପରାଜିତା ଷଡଙ୍ଗୀ କହିଛନ୍ତି: ‘‘ମୁଁ ଜଗନ୍ନାଥ ପ୍ରଧାନଙ୍କୁ ଭେଟିବା ସମୟରେ ପରିସ୍ଥିତି ଭିନ୍ନ ଥିଲା । ମାସ୍କ ପିନ୍ଧି ନ ଥିଲି । ସ୍ବେଚ୍ଛାକୃତ ଭାବରେ ଫାଇନ ଦେଇଛି । ମୁଁ ସବୁ ନିୟମ ପାଳନ କରୁଛି । ହଂସପାଳରେ ଯେଉଁ କାର୍ଯ୍ୟକ୍ରମରେ ଯାଇଥିଲି, ଯାହା ବି ନୀତି ନିୟମ ଅଛି ତାହାକୁ ପାଳନ କରିଥିଲି ।’’

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: