COVID ନିୟମ ଭାଙ୍ଗିବାରୁ ଅପରାଜିତାଙ୍କ ଅଫିସ୍ ସିଲ୍ ହେଲା; ‘‘BJD ଅଫିସ୍ କେବେ ସିଲ୍ ହେବ?’’

ତାଙ୍କ ଅଫିସ୍ ସିଲ୍ ହେବା ପରେ ଅପରାଜିତା BMC ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କୋଭିଡ ନିୟମ ଭାଙ୍ଗି ନ ଥିବା କହି ରାଜ୍ୟରେ କୋଭିଡ ନିୟମ ଉଲ୍ଲଙ୍ଘନର କଥିତ ମାମଲାରେ ରାଜନୈତିକ ପାତରଅନ୍ତର ହେଉଥିବା ଅଭିଯୋଗ କରିଛନ୍ତି ।

COVID ନିୟମ ଭାଙ୍ଗିବାରୁ ଅପରାଜିତାଙ୍କ ଅଫିସ୍ ସିଲ୍ ହେଲା; ‘‘BJD ଅଫିସ୍ କେବେ ସିଲ୍ ହେବ?’’
ଅପରାଜିତାଙ୍କ ଅଫିସ୍ ସିଲ୍ ହେଉଛି; (ଡାହାଣ) ସାମ୍ବାଦିକ ସମ୍ମିଳନୀରେ BJD ଅଫିସର ଫଟୋ ଦେଖାଉଛନ୍ତି ଅପରାଜିତା
  • News18 Odia
  • Last Updated: October 10, 2020, 9:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ଅଫିସକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.) । ସାଂସଦଙ୍କ ଜନ୍ମ ଦିନ ପାଳନ ଉତ୍ସବର ଭିଡିଓ ଦେଖିବା ପରେ ଓ ତାକୁ ନେଇ ତଦନ୍ତ କରିବା ପରେ ତାଙ୍କ ପଳାଶପଲ୍ଲୀ ସ୍ଥିତ ଏ/୫୬ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସିଲ୍‌ କରାଯାଇଛି ।

ପୋଲିସ ଉପସ୍ଥିତିରେ ଅପରାଜିତାଙ୍କ ଅଫିସର କର୍ମଚାରୀଙ୍କୁ ଓ ଅଫିସ ଭିତରେ ଥିବା ଆସବାବପତ୍ର ସବୁକୁ ବାହାରକୁ କାଢ଼ିବା ପରେ ସେହି କାର୍ଯ୍ୟଳୟକୁ ସିଲ କରାଯାଇଥିଲା । ଏହି ସମୟରେ ସେଠାରେ ବିଏମସିର ବରିଷ୍ଠ ଅଧିକାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହା ପରେ ଗେଟ୍‌ ବାହାରେ ଟେବୁଲ ଓ ଚେୟାର ପକାଇ ଅଫିସର କର୍ମଚାରୀ ଓ ଅପରାଜିତାଙ୍କ କିଛି ସମର୍ଥକ ବସି ରହିଥିଲେ।

‘‘ଜନ୍ମ ଦିନ ପାଳନ ଉତ୍ସବର ଭିଜୁଆଲ ଆଧାରରେ ତଦନ୍ତ କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ଅଫିସକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ ଓ ସେହି ଉତ୍ସବରେ ଭାଗ ନେଇଥିବା ସବୁ ଲୋକଙ୍କର କୋଭିଡ ଟେଷ୍ଟ କରାଯିବ,’’ କହିଛନ୍ତି ବିଏମସିର ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀ ।

ଅପରାଜିତାଙ୍କ ଅଫିସ୍ ବାହାରେ ପୋଲିସ୍ ଓ BMC ଅଧିକାରୀମାନେ ।


ଅଫିସ ସିଲ୍‌ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା କହିଛନ୍ତି ଯେ ସେ କୋଭିଡ୍‌ ନିୟମ ଭାଙ୍ଗିନାହାନ୍ତି । ତାଙ୍କ କାର୍ଯ୍ୟାଳୟକୁ ସିଲ୍‌ କରିବାକୁ ନେଇ ସେ ବିଏମସି ଓ ରାଜ୍ୟ ସରକାରଙ୍କ ଉପରେ ବି ବର୍ଷିଛନ୍ତି । ସେ କହିଛନ୍ତି ଯେ ସରକାର କୋଭିଡ ନିୟମ ଉଲ୍ଲଙ୍ଘନର କଥିତ ମାମଲାରେ ରାଜନୈତିକ ପାତରଅନ୍ତର କରୁଛନ୍ତି । ବିଜେଡି ଅଫିସ୍‌ କେବେ ସିଲ୍‌ ହେବ ବୋଲି ପଚାରିଛନ୍ତି ସେ ।

‘‘ମୁଁ ବିଜେପର ଜଣେ ସାଂସଦ । ବିକାଶମୂଳକ କାର୍ଯ୍ୟ ପାଇଁ ଦୈନିକ ଲୋକ ସମ୍ପର୍କରେ ମୁଁ ରହୁଛି। ଅଫିସ ସିଲ କଲେ ବିକାଶ ମୂଳକ କାମ ଅଟକିବ । ପ୍ରଧାନ ମନ୍ତ୍ରୀ ମୋ’ର ପ୍ରେରଣାର ଉତ୍ସ । ବିଜେଡ଼ି ଦଳୀୟ କାର୍ଯ୍ୟାଳୟର ଏହି ଫଟୋଗ୍ରାଫଗୁଡ଼ିକୁ ଦେଖିଲେ ଜାଣିହେବ ସେମାନେ କେମିତି ଲଗାତର କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରିଚାଲିଛନ୍ତି । ଦଳୀୟ ଭିତ୍ତିରେ ପାତରଅନ୍ତର କରାଯାଉଛି । ବିଜେଡ଼ି ପାର୍ଟି ଅଫିସ କେବେ ସିଲ୍‌ ହେବ?’’ ପ୍ରଶ୍ନ କରିଛନ୍ତି ଅପରାଜିତା ।

ଅକ୍ଟୋବର ୭ରେ ନିଜ ଜନ୍ମ ଦିନ ଉତ୍ସବରେ ସମର୍ଥକମାନଙ୍କ ସହ ଅପରାଜିତା


ଏ ନେଇ ସେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି ଓ ସେଥିରେ ୧୫ ଦିନ ଭିତରେ ବିଜେଡ଼ି କାର୍ଯ୍ୟାଳୟ ସିଲ କରିବା ପାଇଁ  ଦାବି କରିଛନ୍ତି । ‘‘୧୫ ଦିନ ପର୍ଯ୍ୟନ୍ତ ରାଜରାସ୍ତାରେ ଅଫିସ ଚାଲିବ ମୋ’ କାର୍ଯ୍ୟାଳୟ । କୋଭିଡ ନିୟମ ମୁଁ ଭାଙ୍ଗି ନାହିଁ। କେବଳ ଭାବବିହ୍ୱଳ ହୋଇ କିଛି ସମୟ ପାଇଁ ମାସ୍କ ଖୋଲିଦେଇଥିଲି,’’ କହିଛନ୍ତି ଅପରାଜିତା ।

ସାଂସଦଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି: ‘‘କୌଣସି ଘର ବା କୋଠା ସିଲ୍‌ କରାଯିବା ପ୍ରଶାସନର ନିଷ୍ପତ୍ତି, ବିଜେଡିର ନୁହେଁ । ଧନ ଜୀବନକୁ ଗୁରୁତ୍ବ ଦେଇ ଅତୀତରେ ଅନେକ କୋଠା ଓ ଅନେକ ହୋଟେଲ  ସିଲ୍‌ ହୋଇଛି । ଆଗକୁ ମଧ୍ୟ ହେବ । କୋଭିଡ କୌଣସି ଦଳ ଦେଖି ଆସେ ନାହିଁ । ଆମେ ସମସ୍ତେ କୋଭିଡ ଲଢେ଼ଇ ଲଢ଼ୁଛେ । ଏହାକୁ ନେଇ ରାଜନୀତି ନ ହେବା ଉଚିତ ।’’

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ସାଂସଦ ଅପରାଜିତାଙ୍କ ପାଇଁ ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ସେ ଦୁଇ ଥର କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ଆସିଛି । ଏପରିକି କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଫାଇନ ବି ଭରିଛନ୍ତି ସେ ।



ଅପରାଜିତାଙ୍କ ଜନ୍ମ ଦିନ ପାଳନ ଉତ୍ସବରେ କଥିତ ରୂପେ କୋଭିଡ ନିୟମ ଅବମାନନା ଉପରେ ଗତ କାଲି ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ଚିଠି ସହ ଜନ୍ମ ଦିନ ପାଳନ ଉତ୍ସବର ଭିଡିଓ ସଂଲଗ୍ନ କରି ସେ ଲେଖିଥିଲେ ଯେ ଏହି ଉତ୍ସବରେ କେହି ମାସ୍କ ପିନ୍ଧି ନ ଥିଲେ ଓ ସାମାଜିକ ଦୂରତା ରଖି ନ ଥିଲେ ।
Published by: Anand Shankar Thankur Das
First published: October 10, 2020, 9:59 PM IST
corona virus btn
corona virus btn
Loading