‘ଏ କୋହଲି, ଚୌକା ମାର୍ ନା,’ କହିଲେ ଅନୁଷ୍କା; ତା’ ପରେ ‘ପୋଛା ମାର୍ ନା!’ ଶୁଣିବାକୁ ମିଳିଲା

ଅନୁଷ୍କା ଟପୋରୀ ଷ୍ଟାଇଲରେ କୋହଲିଙ୍କୁ ବଡ଼ ପାଟିରେ କହୁଛନ୍ତି, ‘‘ଏ କୋହଲି… ଚୌକା ମାର୍ ନା, କ୍ୟା କର୍ ରହା ହୈ?’’ (ଏ କୋହଲି, ଚୌକା ମାର୍ ନା । କଣ୍ କରୁଛୁ?)

‘ଏ କୋହଲି, ଚୌକା ମାର୍ ନା,’ କହିଲେ ଅନୁଷ୍କା; ତା’ ପରେ ‘ପୋଛା ମାର୍ ନା!’ ଶୁଣିବାକୁ ମିଳିଲା
ସେହି ଭିଡିଓରେ ଅନୁଷ୍କା ଶର୍ମା ଓ ପତି ବିରାଟ କୋହଲି
  • News18 Odia
  • Last Updated: April 18, 2020, 4:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ୱାମୀ କ୍ରିକେଟର୍‌ ବିରାଟ କୋହଲି ପରସ୍ପରକୁ ଏତେ ଭଲ ପାଆନ୍ତି ଯେ ସେମାନେ ସପସ୍ପରର ମଜାକ୍‌ ବି ଉଡ଼ାନ୍ତି । ନିକଟରେ ଏହି ପ୍ରସିଦ୍ଧ ଯୋଡ଼ିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ଅନୁଷ୍କା ବିରାଟଙ୍କ ପ୍ରଶଂସକମାନଙ୍କୁ ଅନୁକରଣ କରୁଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଅନୁଷ୍କା ଟପୋରୀ ଷ୍ଟାଇଲରେ କୋହଲିଙ୍କୁ ବଡ଼ ପାଟିରେ କହୁଛନ୍ତି, ‘‘ଏ କୋହଲି… ଚୌକା ମାର୍‌ ନା, କ୍ୟା କର୍‌ ରହା ହୈ?’’ (ଏ  କୋହଲି, ଚୌକା ମାର୍‌ ନା । କଣ୍‌ କରୁଛୁ?) ଏହା ଦୁହେଁ ଗୋଟିଏ ଘରେ ଥିବା ବେଳେ ଅନୁଷ୍କା ତାଙ୍କୁ କହିଛନ୍ତି । ତାଙ୍କ କଥା ଶୁଣିବା ପରେ ବିରାଟ ତାଙ୍କୁ ଏକ ଅଦ୍ଭୁତ ଢଙ୍ଗରେ ଅନେଇଥିବା ଦେଖାଯାଇଛି ।

ବର୍ତ୍ତମାନ ଏହି ଭିଡିଓରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ମିମ୍‌ ଭିଡିଓ ଆସିଛି, ଯେଉଁଥିରେ ଅନୁଷ୍କାଙ୍କ ସ୍ୱର ମିଶ୍ରିତ ହୋଇଛି ଓ ସେହି ସ୍ଥାନରେ ଅନୁଷ୍କା କହିଛନ୍ତି, "ଇ କୋହଲି, କୋହଲି, ପୋଛା ମାର୍‌ ନା, ପୋଛା, କଢ଼ାଇ ଧୋ ଲି?’’ (ପୋଛା ମାର୍‌ ନା, ପୋଛା । କଢ଼ା ଧୋଇ ଦେଲୁ?)




ଏହି ମିମ୍‌ ଭିଡିଓରେ ଅନୁଷ୍କାଙ୍କ ମୁହଁରୁ ଆହୁରି କୁହାଯାଇଥିବା ଶୁଣାଯାଇଛି: ‘‘ଛୌଙ୍କା ମାର୍‌, ମସୁର କି ଡାଲ କା ସାଥ ମେଁ ଚାଓଲ୍‌ ବନାଇଓ’’ । (ତରକାରୀରେ ଛୁଙ୍କ ଦେ । ମସୁର ଡାଲି ସାଙ୍ଗରେ ଭାତ ବନା ।) ଅନୁଷ୍କା ଓ ବିରାଟଙ୍କ ମୂଳ ଭିଡିଓ ସହିତ ଏହି ମିମ୍‌ ଭିଡିଓଟି ବି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଉପରେ ଲୋକଙ୍କ ମନ୍ତବ୍ୟର ବର୍ଷା ହେଉଛି ।

ଅନୁଷ୍କା ଗତ କାଲି ବିରାଟଙ୍କ ପ୍ରଶଂସକଙ୍କୁ ଅନୁକରଣ କରୁଥିବା ଏକ ଭିଡିଓ ସେୟାର କରିଥିଲେ ଓ କହିଥିଲେ, ‘‘ମୁଁ ଭାବୁଛି ସେ ବର୍ତ୍ତମାନ କ୍ରିକେଟକୁ ମିସ୍‌ କରୁଛନ୍ତି । ସେ ପଡ଼ିଆରେ ଥିବା ବେଳେ ଦର୍ଶକମାନେ ତାଙ୍କୁ ଉତ୍ସାହିତ କରନ୍ତି । ବିଶେଷ କରି ଏହି ପ୍ରକାରର ପ୍ରଶଂସକମାନଙ୍କ ପାଇଁ… ମୁଁ ତାଙ୍କୁ ସେହି ଅଭିଜ୍ଞତା ଘରେ ଦେବାକୁ ଚେଷ୍ଟା କରୁଛି ।’’




ଅନୁଷ୍କା ଶର୍ମା ଓ ବିରାଟ କୋହଲି ଅନ୍ୟ ସେଲିବ୍ରିଟିମାନଙ୍କ ପରି ଲକଡାଉନ୍ ନିୟମ ପାଳନ କରୁଛନ୍ତି ଓ ବର୍ତ୍ତମାନ ଦୁହେଁ ପରସ୍ପର ସହିତ ସମୟ ବିତାଉଛନ୍ତି । ଉଭୟ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା ବି କରୁଛନ୍ତି ଓ ଲକଡାଉନ୍ ନିୟମ ସବୁ ପାଳନ କରିବାକୁ ସମସ୍ତଙ୍କୁ ନିବେଦନ ବି କରୁଛନ୍ତି ।
First published: April 18, 2020, 4:59 PM IST
corona virus btn
corona virus btn
Loading