ଆଜି ଠାରୁ କଟକ ବଡ଼ ମେଡିକାଲରେ ଆରମ୍ଭ ହେବ ଆଣ୍ଟିଜେନ୍‌ ପରୀକ୍ଷା; ୩୦ ମିନିଟରେ ଫଳ ମିଳିବ

ଆଣ୍ଟିଜେନ୍ କିଟ୍ ଆଜି ଓଡ଼ିଶାରେ ପହଞ୍ଚୁଛି । ଏହି କିଟ୍ ଦ୍ୱାରା ମାତ୍ର ୩୦ ମିନିଟ ମଧ୍ୟରେ କୋଭିଡ଼ ପରୀକ୍ଷା ସମ୍ଭବ ହେବ । କିଟ୍ ପହଞ୍ଚିବା ପରେ ତୁରନ୍ତ ପରୀକ୍ଷା ଆରମ୍ଭ ହେବ। ଆଣ୍ଟିଜେନ କିଟର ପ୍ରଥମ ବ୍ୟାଚ ଦିଲ୍ଲୀକୁ ମିଳିଥିଲା । ଦ୍ୱିତୀୟ ବ୍ୟାଚ ଓଡ଼ିଶାକୁ ଆସୁଛି ।

ଆଣ୍ଟିଜେନ କିଟର ପ୍ରଥମ ବ୍ୟାଚ ଦିଲ୍ଲୀକୁ ଦିଆ ଯାଇଥିଲା । ଦ୍ୱିତୀୟ ବ୍ୟାଚ ଓଡ଼ିଶାକୁ ଦିଆଯାଇଛି ।

ଆଣ୍ଟିଜେନ କିଟର ପ୍ରଥମ ବ୍ୟାଚ ଦିଲ୍ଲୀକୁ ଦିଆ ଯାଇଥିଲା । ଦ୍ୱିତୀୟ ବ୍ୟାଚ ଓଡ଼ିଶାକୁ ଦିଆଯାଇଛି ।

  • Share this:
News18 Odia Digital

କଟକ: ଆଜି ଠାରୁ କଟକ ବଡ଼ ମେଡ଼ିକାଲରେ ଆରମ୍ଭ ହେବ ଆଣ୍ଟିଜେନ ପରୀକ୍ଷା । ଫଳରେ ଅପେକ୍ଷାକୃତ କମ୍‌ ସମୟ ମଧ୍ୟରେ ହସପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କର କୋଭିଡ଼ ପରୀକ୍ଷା କରାଯାଇପାରିବ। ଏହି ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ରବିବାର ଦିନ ବଡ଼ ମେଡିକାଲରେ ସ୍ଥିତିର ସମୀକ୍ଷା ହୋଇଥିଲା ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସହ ବହୁ ପ୍ରଶାସନିକ ଅଧିକାରୀ,  ଏ.ସ.ସି.ବିର ଅଧ୍ୟକ୍ଷ, ଅଧିକ୍ଷକଙ୍କ ସମେତ ଏ.ସ.ସି.ବିର କୋ ଭିଡ଼କମିଟିର ମୁଖ୍ୟ ଓ ଅନେକ ଡ଼ାକ୍ତର ଯୋଗ ଦେଇଥିଲେ। ଆଣ୍ଟିଜେନ ପରୀକ୍ଷା ସହିତ ଏ.ସ.ସି.ବି.ରେ ଗଚ୍ଛିତ ଥିବା ଏବଂ ଆମଦାନୀ ହେବାକୁ ଥିବା N୯୫ ମାସ୍କ ଓ ପି.ପି.ଇ. କିଟର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଆବଶ୍ୟକ ହେଲେ ସିଟି ହସ୍ପିଟାଲକୁ ମଧ୍ୟ ଏହି ଉପକରଣଗୁଡ଼ିକୁ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏ.ସ.ସି.ବି.ର ଓ.ପି ଡି.ରେ ହେଉଥିବା ଭିଡ଼କୁ ଦେଖି ସେଠାରେ ସାମାଜିକ ଦୂରତ୍ୱ କିଭଳି ରକ୍ଷା କରାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା । ଓ.ପି.ଡି.ରେ ଏସ.ସି.ବି.ର ସୁରକ୍ଷା କର୍ମୀଙ୍କ ସହ ପୋଲିସ କର୍ମୀଙ୍କୁ ନିୟୋଜିତ କରିବା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅତି ଆବଶ୍ୟକ ନ ଥିଲେ ଏ.ସ.ସି.ବି. ଓ.ପି ଡି.କୁ ନ ଆସିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

କଟକ ବଡ଼ ମେଡ଼ିକାଲ (ଏସ୍.ସି.ବି. ମେଡିକାଲ କଲେଜ ଓ ହସପିଟାଲ୍)


‘‘ଏବେ ଆମେ TRU NAT ଓ RTPCR ମେସିନ ଜରିଆରେ କୋଭିଡ଼ ନମୁନା ପରୀକ୍ଷା କରୁଛୁ । ଆସନ୍ତା କିଛି ଦିନ ମଧ୍ୟରେ ତିନିଟି ଅତିରିକ୍ତ TRU NAT ମେସିନ ମିଳିବାକୁ ଯାଉଛି । ଫଳରେ ଆମେ ଅଧିକ ସଂଖ୍ୟକ ପରୀକ୍ଷା କରିପାରିବୁ। ଏବେ ଦିନକୁ ୧୬ ଶହଟି ନମୁନା ପରୀକ୍ଷା କରାଯାଉଥିବା ବେଳେ କିଛି ଦିନ ପରେ ଦୈନିକ ୨ ହଜାରରୁ ଉର୍ଦ୍ଧ୍ବ ନମୁନା ଆମେ ପରୀକ୍ଷା କରାଇ ପାରିବୁ। ଆଣ୍ଟିଜେନ କିଟ୍‌ ଆସିଲେ ଆମେ ବହୁତ କମ ସମୟ ମଧ୍ୟରେ ରିପୋର୍ଟ ପାଇପାରିବୁ,’’ କହିଛନ୍ତି ଏ.ସ.ସି.ବି. ଅଧ୍ୟକ୍ଷ ପ୍ରଫେସର ଡ଼ାକ୍ତର ଦତ୍ତେଶ୍ୱର ହୋତା।

ମଙ୍ଗଳବାର ଦିନ ଏହି ମେସିନ ଓଡ଼ିଶାରେ ପହଞ୍ଚିବ ।  ଏହି ମେସିନ୍‌ ଓ କିଟ ଜରିଆରେ ଏ.ସ.ସି.ବି.ରେ ତୁରନ୍ତ ପରୀକ୍ଷା ଆରମ୍ଭ ହେବ। ଏହା ଦ୍ୱାରା ମାତ୍ର ୩୦ ମିନିଟ ମଧ୍ୟରେ କୋଭିଡ଼ ପରୀକ୍ଷା ସମ୍ଭବ ହେବ। ଏହି ମେସିନ କେଉଁଠି ଲାଗିବ ସେ ନିଷ୍ପତ୍ତି ଏ.ସ.ସି.ବି.ର କୋଭିଡ଼ କମିଟି ଉପରେ ଛଡ଼ା ଯାଇଥିଲେ ମଧ୍ୟ ମୁଖ୍ୟତଃ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଭାଗରେ ଲାଗିପାରେ ବୋଲି ଜଣା ଯାଉଛି।

‘‘ଆଣ୍ଟିଜେନ କିଟର ପ୍ରଥମ ବ୍ୟାଚ ଦିଲ୍ଲୀକୁ ଦିଆ ଯାଇଥିଲା । ଦ୍ୱିତୀୟ ବ୍ୟାଚ ଓଡ଼ିଶାକୁ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ଦିନ ଆମେ ଏହି କିଟ ପାଇବୁ। କିଟ ପାଇବା କ୍ଷଣି ପରୀକ୍ଷା ଆରମ୍ଭ ହେବ,’’ କହିଛନ୍ତି ବୈଠକରେ ଯୋଗ ଦେଇଥିବା ଡ଼ି.ଏ.ମ.ଇ.ଟି. ପ୍ରଫେସର ଡାକ୍ତର ସି.ବି.କେ. ମହାନ୍ତି।

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ନେଲାଣି ୩୮ ଜଣଙ୍କ ଜୀବନ; ଦେଶରେ ବେଲଗାମ୍‌ କରୋନା ସ୍ଥିତି

ଏହା ବି ପଢ଼ନ୍ତୁ: ସାବାଡ଼ ହେଲା ଡ୍ରାଗନ୍: ଲଦ୍ଦାଖରେ ସୀମାରୁ ୨ କିମି ପଛକୁ ହଟିଲା ଚୀନ୍ ସେନା; ଟେଣ୍ଟ୍ ଓ ସାମଗ୍ରୀ ହଟାଇଲା

ଏହାରି ଭିତରେ କଟକ ଜିଲ୍ଲାରେ ପୁଣି ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଏ.ସ.ସି.ବି.ର ୭ ଜଣ କର୍ମଚାରୀ ଥିବା ବେଳେ ଆଇସୋଲେସନରେ ଥିବା ୪ ଜଣ ବ୍ୟକ୍ତି ବି ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ଚୌଦ୍ୱାରରୁ ୫, ଶିଶୁ ଭବନକୁ ଆସିଥିବା ଜଣେ ୭ ବର୍ଷର ବାଳକ ଓ ଜଗତପୁରର ଏକ ଘରୋଇ ହସ୍ପିଟାଲରୁ ମଧ୍ୟ ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି।
Published by:Anand Shankar Thankur Das
First published: