News18 Odia Digital
ୱାଶିଂଟନ୍: ବୈଜ୍ଞାନିକମାନେ ଏମିତି ଏକ ଆଣ୍ଟିବଡି (antibody) ଚିହ୍ନଟ କରିଛନ୍ତି ଓ ତା’ର ପରୀକ୍ଷଣ କରିଛନ୍ତି ଯାହା କରୋନା ଭାଇରସର (Coronavirus) ବିଭିନ୍ନ ପ୍ରକାରର ରୂପ ଦ୍ୱାରା ହେଉଥିବା ସଂକ୍ରମଣର ଗମ୍ଭୀରତାକୁ ସୀମିତ କରିପାରୁଛି । ଏହି ଆଣ୍ଟିବଡି ସେହି ସବୁ ସଂକ୍ରମଣକୁ ବି ଗୁରୁତର ହେବାରୁ ରୋକିବାରେ ପ୍ରଭାବଶାଳୀ ହେଉଛି ଯାହା କୋଭିଡ୍-୧୯ (COVID-19) ସହିତ ସାର୍ସ୍ (SARS) ରୋଗ ପାଇଁ ବି ଦାୟୀ ହୋଇଥାଏ ।
ଏହି ଅଧ୍ୟୟନ ସମୟରେ ସାର୍ସ୍ (SARS) ରୋଗର କାରଣ ହେଉଥିବା ସାର୍ସ୍-ସିଓଭି-୧ (SARS-CoV-1) ଭୂତାଣୁ ଦ୍ୱାରା ସଂକ୍ରମିତ ଓ ବର୍ତ୍ତମାନର କୋଭିଡ-୧୯ରେ ପୀଡି଼ତ ଜଣେ ଜଣେ ରୋଗୀଙ୍କ ରକ୍ତକୁ ବିଶ୍ଳେଷଣ କରି ସେମାନଙ୍କ ଶରୀରରୁ ଆଣ୍ଟିବଡିକୁ ପୃଥକ କରାଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ୪ ଦିନ ହେଲା କିଛି ଖାଇନି’’ଅଧ୍ୟୟନର ସହ-ବରିଷ୍ଠ ଲେଖକ ତଥା ଆମେରିକାର ଡ୍ୟୁକ୍ ୟୁନିଭରସିଟିର ହ୍ୟୁମାନ୍ ଭ୍ୟାକ୍ସିନ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ବାର୍ଟନ୍ ହେନ୍ସ କହିଛନ୍ତି, ‘‘ବର୍ତ୍ତମାନର ବିଶ୍ୱବ୍ୟାପୀ ମହାମାରୀକୁ ମୁକାବିଲା କରିବାର ସାମର୍ଥ୍ୟ ଏହି ଆଣ୍ଟିବଡିରେ ରହିଛି । ଏହା ଭବିଷ୍ୟତରେ ଆସିବାକୁ ଥିବା ପ୍ରକୋପ ପାଇଁ ବି ଉପଲବ୍ଧ ହୋଇପାରେ । ଯେବେ ବି ଅନ୍ୟ କରୋନା ଭାଇରସ୍ ନିଜ ପ୍ରାକୃତିକ ପଶୁ ପୋଷକରୁ ବାହାରି ମଣିଷକୁ ସ୍ଥାନାନ୍ତରିତ ହୁଏ ସେତେବେଳେ ଏହି ଆଣ୍ଟିବଡି ପ୍ରଭାବଶାଳୀ ହେବ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS |
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦିହୋଇ ପଡ଼ିଛନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ଗବେଷକମାନେ ଏମିତି ୧,୭୦୦ରୁ ଅଧିକ ଆଣ୍ଟିବଡି ଚିହ୍ନଟ କରିଛନ୍ତି ଯେଉଁମାନେ ନିର୍ଦ୍ଦିଷ୍ଟ ଭୂତାଣୁଗୁଡ଼ିକର ନିର୍ଦ୍ଦିଷ୍ଟ ସ୍ଥାନଗୁଡିକୁ ବାନ୍ଧି ସେମାନଙ୍କ ପ୍ରଭାବ ପ୍ରତିରକ୍ଷା ପ୍ରଣାଳୀ ଥିବା କୋଷକୁ ସଂକ୍ରମିତ କରିବାରୁ ରୋକନ୍ତି । ବାର୍ଟନ୍ ହେନ୍ସ କହିଛନ୍ତି ଯେ ସାଧାରଣତଃ ଯେତେବେଳେ ଭୂତାଣୁର ରୂପ ପରିବର୍ତ୍ତନ (mutation) ହୁଏ, ସେତେବେଳେ ଅନେକ ସମ୍ପର୍କକାରୀ ସ୍ଥଳ (ବାଇଣ୍ଡିଂ ସାଇଟ୍) ବଦଳାଯାଏ କିମ୍ବା ବିଲୋପ ହୁଏ ଓ ସେହି ସମୟରେ ଆଣ୍ଟିବଡି ପ୍ରଭାବହୀନ ହୋଇଯାଏ ।
ଏହା ବି ପଢ଼ନ୍ତୁ | ଅନଲାଇନ୍ କ୍ଲାସ୍ କରୁଥିଲା ପିଲାଟି, ହଠାତ୍ ଫୋନରେ ବଡ଼ ଶବ୍ଦ ସହ ବିସ୍ଫୋରଣ ହେଲା; ତା’ପରେ…ଗବେଷକମାନେ କହିଛନ୍ତି ଯେ ଅନେକ ସମୟରେ ଭାଇରସରେ ଏମିତି ସ୍ଥାନ ଥାଏ ଯାହା ସେମାନଙ୍କର ରୂପ ପରିବର୍ତ୍ତନ (mutation) ସତ୍ତ୍ୱେ ଅପରିବର୍ତ୍ତିତ ରହିଥାଏ । ଏହି ସଦ୍ୟ ଅଧ୍ୟୟନରେ ଏମିତି ଆଣ୍ଟିବଡି ଉପରେ ଧ୍ୟାନ ଦିଆଯାଇଥିଲା ଯାହା ଭୂତାଣୁ ବିରୁଦ୍ଧରେ ଅତ୍ୟଧିକ ପ୍ରଭାବଶାଳୀ ହେବାର କ୍ଷମତା ରଖିଥିବା କାରଣରୁ ଏହି ସ୍ଥଳଗୁଡିକୁ ଟାର୍ଗେଟ କରିଥାଏ । ଏହି ଅଧ୍ୟୟନ ମଙ୍ଗଳବାର (ନଭେମ୍ବର ୨, ୨୦୨୧) ଦିନ ‘ସାଇନ୍ସ ଟ୍ରାନ୍ସଲେସନାଲ ମେଡିସିନ୍’ରେ ପ୍ରକାଶିତ ହୋଇଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।