କରୋନା: ରାଜ୍ୟରେ ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ; ଆସନ୍ତା ସପ୍ତାହରେ ପହଞ୍ଚିବ ଟେଷ୍ଟ କିଟ୍

ସରକାର ତିନୋଟି ଟି (T) – ଟେଷ୍ଟ, ଟ୍ରାକ୍ ଓ ଟ୍ରିଟମେଣ୍ଟ୍ – ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଓ ରାଜ୍ୟରେ କରୋନା ସ୍ଥିତି ଗୋଷ୍ଠି ସଂକ୍ରମଣ ଆଡ଼କୁ ଯାଇନି ବୋଲି କହିଛନ୍ତି ଆଜି ନୂଆ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ନିରଞ୍ଜନ ମିଶ୍ର ।

କରୋନା: ରାଜ୍ୟରେ ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ; ଆସନ୍ତା ସପ୍ତାହରେ ପହଞ୍ଚିବ ଟେଷ୍ଟ କିଟ୍
ସରକାର ତିନୋଟି ଟି (T) – ଟେଷ୍ଟ, ଟ୍ରାକ୍ ଓ ଟ୍ରିଟମେଣ୍ଟ୍ – ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଓ ରାଜ୍ୟରେ କରୋନା ସ୍ଥିତି ଗୋଷ୍ଠି ସଂକ୍ରମଣ ଆଡ଼କୁ ଯାଇନି ବୋଲି କହିଛନ୍ତି ଆଜି ନୂଆ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ନିରଞ୍ଜନ ମିଶ୍ର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୁଣି ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଆଣ୍ଟିବଡ଼ି ଟେଷ୍ଟ । ଆଇସିଏମଆର (ICMR) ଦ୍ୱାରା ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍‌ ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ । ଆରଏମଆରସି (RMRC)ରେ ପହଞ୍ଚିବାକୁ ଥିବା ଏହି କିଟ୍‌ ବର୍ତ୍ତମାନ ଘରକୁ ଘର ବୁଲି ହେଉଥିବା ସର୍ଭେରେ ବ୍ୟବହୃତ ହେବ । ଆସନ୍ତା କାଲି ଠାରୁ ଓଡ଼ିଶାରେ ଟେଷ୍ଟିଙ୍ଗ କେମିତି ବଢ଼ିବ ସେ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଯୋଜନା ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି ।

‘‘ଓଡ଼ିଶାରେ ବର୍ତ୍ତମାନ ଗୋଷ୍ଠି ସଂକ୍ରମଣ ହୋଇନାହିଁ । ଏବେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନେ ସଙ୍ଗରୋଧ କେନ୍ଦ୍ରରେ ଥିବା ଲୋକେ ଓ କୋଭିଡ ଯୋଦ୍ଧା । ତେଣୁ ଓଡ଼ିଶାରେ ଆଲାରାମିଙ୍ଗି ପରିସ୍ଥିତି ନାହିଁ । ଆମକୁ ସବୁ ଦିନ ପାଇଁ ସଚେତନ ହେବାକୁ ପଡିବ । ଆଣ୍ଟିବଡି ଟେଷ୍ଟ ଦ୍ୱାରା ଅଧୀକ ପରୀକ୍ଷଣ ହୋଇପାରିବ । ଆଇସିଏମଆରର ନିର୍ଦ୍ଦେଶାବଳୀ ଅନୁସାରେ ଯାହା କିଛି ହେବ,’’ କହିଛନ୍ତି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସେଜ୍‌ (ଆଇଏଲଏସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା।

ଆଜି ନୂଆ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ନିରଞ୍ଜନ ମିଶ୍ର କହିଛନ୍ତି ଯେ ଆଇସିଏମଆର ନୂଆ ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ସର୍ଭେ କରୁଛନ୍ତି । ଅଧିକ ଟେଷ୍ଟ ହେଲେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇପାରିବେ ଏବଂ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇ ସଂକ୍ରମଣକୁ ରୋକା ଯାଇପାରିବ ।

ILSର ନିର୍ଦ୍ଦେଶକ ଅଜୟ ପରିଡ଼ା


‘‘ତିନୋଟି ଟି (T) – ଟେଷ୍ଟ, ଟ୍ରାକ୍‌ ଓ ଟ୍ରିଟମେଣ୍ଟ୍‌ – ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ତିନୋଟି T ହିଁ କରୋନାକୁ ନିୟନ୍ତ୍ରଣ କରିପାରିବ । ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଆମେ ଯାଇନୁ । ଓଡ଼ିଶାରେ ଯେଉଁମାନେ ସଂକ୍ରମଣ ହେଉଛନ୍ତି ସେଥି ମଧ୍ୟରୁ ଅଧିକ ଲକ୍ଷଣବିହୀନ ଅଛନ୍ତି । ଅଧିକ ଟେଷ୍ଟ ହେଲେ ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରିବେ । ସେ ପ୍ରାଇଭେଟ କି ସରକାରୀ ହସ୍ପିଟାଲ ହେଉ ଟେଷ୍ଟ୍‌ ବଢ଼ିବା ଉଚିତ,’’ କହିଛନ୍ତି ମିଶ୍ର ।

‘‘ମୁଖ୍ୟ ମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ଆମ ରାଜ୍ୟର ସ୍ଥିତି ଜାତୀୟ ହାର ତୁଳନାରେ ବହୁତ ଭଲ ରହିଛି । ଲୋକେ ବହୁତ ସଚେତନ ହୋଇଛନ୍ତି । ସାଧାରଣ ଲୋକ ବି ସଚେତନ ହେଲେଣି । ଆମର ଅଧିକରୁ ଅଧିକ ସ୍ୱାସ୍ଥ୍ୟ କର୍ମୀମାନେ ବି କାମ କରୁଛନ୍ତି,’’ ସେ କହିଛନ୍ତି ।

ରାଜ୍ୟ ସରକାର ବି ପୁର୍ବରୁ କହିଛନ୍ତି ଯେ ଜୁନ ଓ ଜୁଲାଇ ମାସ ଅତ୍ୟନ୍ତ ଗୁରୁତ୍ୱପୁର୍ଣ । ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହାର ଅଧିକ ରହିଛି । କରୋନା ମକାବିଲାରେ ଭାରତ ବର୍ଷରେ ଓଡ଼ିଶା ଏକ ମଡେଲ ରାଜ୍ୟ ଭାବେ ପରିଗଣିତ ହେଉଛି । ରାଜ୍ୟକୁ ପ୍ରବାସୀ ଆସିବା ପରେ ପଜିଟିଭ ସଂଖ୍ୟା ବଢ଼ିଛି ।  ଏବେ ମୋଟ ପଜିଟିଭ ସଂଖ୍ୟା ୫,୭୫୨ ଥିବା ବେଳେ ୩,୯୮୮ ସୁସ୍ଥ  ହୋଇଛନ୍ତି ଓ ୧,୭୪୦ ଜଣ ଚିକିତ୍ସାଧୀନ ଅଛନ୍ତି । ଏ ପର୍ଯ୍ୟନ୍ତ ୨,୩୫,୬୨୭ଟି ସ୍ୟାମ୍ପଲ୍‌ ପରୀକ୍ଷଣ ହୋଇଛି ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 24, 2020, 6:30 PM IST
corona virus btn
corona virus btn
Loading