ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଓଡ଼ିଶା FCIର ଆଉ ଜଣେ କର୍ମଚାରୀଙ୍କର କରୋନାରେ ପ୍ରାଣ ଗଲା; ହୋମ୍ ଆଇସୋଲେସନ୍‌ରେ ଥିଲେ

ଓଡ଼ିଶା FCIର ଆଉ ଜଣେ କର୍ମଚାରୀଙ୍କର କରୋନାରେ ପ୍ରାଣ ଗଲା; ହୋମ୍ ଆଇସୋଲେସନ୍‌ରେ ଥିଲେ

‘‘ମୁଁ ଦେଖିଲି ସେ ମୁଣ୍ଡ ଓ ହାତ କେମିତି ଅଜବ ଢଙ୍ଗରେ ହଲାଉଛନ୍ତି । ମୁଁ ପଚାରିଲି, ‘କ’ଣ ଏମିତି ପିଲାଙ୍କ ପରି ମୁହଁ ହାତ ହଲାଉଛ?’ ସେ କହିଲେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି… ତା’ ପରେ ସେ ସାଙ୍ଗେ ସାଙ୍ଗେ ଚାଲିଗଲେ,’’ କହିଛନ୍ତି ସୁନାରାମଙ୍କ ପତ୍ନୀ ଫୁଲମଣି ।

ଓଡ଼ିଶା FCIର ଆଉ ଜଣେ କର୍ମଚାରୀଙ୍କର କରୋନାରେ ପ୍ରାଣ ଗଲା; ହୋମ୍ ଆଇସୋଲେସନ୍‌ରେ ଥିଲେ
ସୁନା ରାମ ଟୁଡୁ; (ଡାହାଣ) ତାଙ୍କ ପତ୍ନୀ ଓ ଦୁଇ ପୁଅ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/ମୟୂରଭଞ୍ଜ: ଚାରି ଦିନ ମଧ୍ୟରେ ଭାରତୀୟ ଖାଦ୍ୟ ନିଗମର (Food Corporation of India - FCI) ଦୁଇ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରେଇଲେଣି । ମେ ୧୦ ତାରିଖ ଦିନ ଜୟପୁର କୋରାପୁଟରେ କାର୍ଯ୍ୟରତ FCIର ଆକାଉଣ୍ଟାଣ୍ଟ୍‌ ୩୮-ବର୍ଷୀୟ ସଞ୍ଜୀବ କୁମାର ସିଂଙ୍କ ମୃତ୍ୟୁ ହେବା ପରେ ମେ ୧୩ ତାରିଖ ରାତିରେ ବାଲେଶ୍ୱରରେ କାର୍ଯ୍ୟରତ କମର୍ସିଆଲ୍‌ ମ୍ୟାନେଜର୍‌ ୪୪ ବର୍ଷୀୟ ସୁନା ରାମ ଟୁଡୁଙ୍କ ମୃତ୍ୟୁ ହୋଇଛି ।

ଏହି ଦୁଇ ଯୁବ କର୍ମଚାରୀଙ୍କ ଅକାଳ ମୃତ୍ୟୁ ଯୋଗୁଁ ଓଡ଼ିଶା ଏଫ୍‌.ସି.ଆଇ.ର (Odisha FCI) କର୍ମଚାରୀମାନଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳିଯାଇଛି ଓ ଏବେ ରାଜ୍ୟ ସରକାର ସେମାନଙ୍କୁ କରୋନା ଟିକାକରଣରେ ପ୍ରାଥମିକତା ଦେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି । ସାରା ଦେଶକୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଏହି ଜାତୀୟ ସଙ୍ଗଠନରେ କାର୍ଯ୍ୟରତ ହଜାର ହଜାର କର୍ମଚାରୀ ଓ ଶ୍ରମିକ ଏବେ ବି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ କାମ କରୁଥିବାରୁ ସେମାନଙ୍କୁ କରୋନା ଭାଇରସ୍‌ ସଂକ୍ରମଣର (Coronavirus) ଭୟ ଅଧିକ ରହିଥିବା ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

ଉଭୟ ସଞ୍ଜୀବ କୁମାର ସିଂ ଓ ସୁନା ରାମ ଟୁଡୁ ଏ ପର୍ଯ୍ୟନ୍ତ କରୋନା ଭ୍ୟାକ୍ସିନ ନେଇ ନ ଥିଲେ । ହେଲେ ସେମାନେ କରୋନା କଟକଣା ମାନି ନିଜ କାର୍ଯ୍ୟ କରିଚାଲିଥିଲେ । ଭ୍ୟାକ୍ସିନ ନେଇଥିଲେ ସେମାନଙ୍କ ମୃତ୍ୟୁ ହୋଇ ନ ଥାନ୍ତା ବୋଲି କହିଛନ୍ତି ସେମାନଙ୍କ ପରିବାର ଲୋକେ । ଏଫ୍‌.ସି.ଆଇ.ର କର୍ମଚାରୀ ଓ ଶ୍ରମିକମାନଙ୍କୁ କରୋନା ଟିକା (Corona Vaccine) ଦେବାର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ଏପ୍ରିଲ୍‌ ୨୮ ତାରିଖରେ ଚିଠି ଲେଖିଥିଲେ ବି ଏ ପର୍ଯ୍ୟନ୍ତ ଓଡ଼ିଶା ଏଫ୍‌.ସି.ଆଇ.ରେ (Odisha FCI) ନିୟୋଜିତ ଲୋକଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଟିକା ନେଇପାରି ନ ଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ସୁନା ରାମ ଟୁଡୁ


‘‘ସେ (ସୁନା ରାମ) ବାଲେଶ୍ୱର ଅଫିସରେ କାମ କରୁଥିବା ବେଳେ ମେ ୩ ତାରିଖଠାରୁ ଦେହରେ ଜ୍ୱର ରହୁଥିବା ଦେଖୁଥିଲେ । ୮ ତାରିଖ ଦିନ ପରୀକ୍ଷା କରାଇ ଜାଣିବାକୁ ପାଇଥଲେ ଯେ ତାଙ୍କୁ କରୋନା ଧରିଛି । ସେ ଘରକୁ ପଳାଇ ଆସି ହୋମ୍‌ ଆଇସୋଲେସନରେ ଥିଲେ । ସବୁ କିଛି ଠିକ୍‌ ଥିଲା । ଖିଆପିଆ କରୁଥିଲେ ଓ ଔଷଧ ବି ଖାଉଥିଲେ । ଆମେ ସମସ୍ତେ ଆଶା କରୁଥିଲୁ ସେ ଠିକ୍‌ ହୋଇଯିବେ । ହେଲେ ଗୁରୁବାର (ମେ ୧୩) ରାତିରେ ସେ ଡିନର୍‌ ଖାଇସାରି ବିଛଣାରେ ଥିବା ବେଳେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ ଓ ସବୁ ଦିନ ପାଇଁ ଆଖି ବୁଜିଦେଲେ,’’ କାନ୍ଦି କାନ୍ଦି କହିଛନ୍ତି ସୁନା ରାମଙ୍କ ପତ୍ନୀ ଫୁଲମଣି ଟୁଡୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

ସବୁ ଦିନ ପରି ଗୁରୁବାର ରାତିରେ ସୁନା ରାମ ବିଛଣାକୁ ଯାଇଥିଲେ, ହେଲେ ଏ ଥର ତାଙ୍କ ଚେହେରାରେ ଅସ୍ୱାଭାବିକତା ଲକ୍ଷ କରିଥିଲେ ଫୁଲମଣି । ‘‘ମୁଁ ଦେଖିଲି ସେ ମୁଣ୍ଡ ଓ ହାତ କେମିତି ଅଜବ ଢଙ୍ଗରେ ହଲାଉଛନ୍ତି । ମୁଁ ପଚାରିଲି, ‘କ’ଣ ଏମିତି ପିଲାଙ୍କ ପରି ମୁହଁ ହାତ ହଲାଉଛ?’ ସେ କହିଲେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି । ମୁଁ ତାଙ୍କୁ ପାଣି ପିଆଇଲି । ହେଲେ ସେ ସାଙ୍ଗେ ସାଙ୍ଗେ ଚାଲିଗଲେ,’’ କହିଛନ୍ତି ଫୁଲମଣି ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ସୁନା ରାମଙ୍କ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଘର ମୂୟରଭଞ୍ଜ ଜିଲ୍ଲାର ତିରିଙ୍ଗ ବ୍ଲକ୍‌ ପୁରୁଣାପାଣି ଗାଁକୁ ଫେରି ଆସି ହୋମ୍‌ ଆଇସୋଲେସନରେ (home isolation) ଥିଲେ । ଏବେ ତାଙ୍କ ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଛି ବୋଲି କହିଛନ୍ତି ଫୁଲମଣି । ସେ ନିଜେ, ତାଙ୍କ ଦୁଇ ପୁଅ – ୧୫ ବର୍ଷୀୟ ଭୁଜୁରଘୁ ଓ ୧୨ ବର୍ଷୀୟ ପୀଠଚାନ୍ଦ – ଓ ତାଙ୍କ ମା’ ବି ଆକ୍ରାନ୍ତ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କାଇଲି ଜେନର୍ଙ୍କ ଏହି ନୂଆ ଡ୍ରେସ୍ ଫ୍ୟାଶନ୍ ଦୁନିଆର ଧ୍ୟାନ ତାଙ୍କ ଆଡ଼କୁ ଟାଣି ଆଣିଛି

‘‘ସେ (ସୁନା ରାମ) ଯଦି ଟିକା ନେଇଥାନ୍ତେ ତାହେଲେ ସେ ଆଜି ଆମ ସହିତ ଥାଆନ୍ତେ । ଆମେ ବି କେହି ଏ ପର୍ଯ୍ୟନ୍ତ ଟିକା ନେଇନାହୁଁ । ଟିକାକରଣ କେନ୍ଦ୍ରରେ ଟିକା ନ ଥିବାରୁ କେବେ ଟିକା ମିଳିବ ତାହା ବି ଜାଣିନୁ । ଭଗବାନ ଆମକୁ ଓ ଆମ ପରି ସବୁ ଭାଇଭଉଣୀଙ୍କୁ ରକ୍ଷା କରନ୍ତୁ,’’ କହିଛନ୍ତି ଫୁଲମଣି । କୋରାପୁଟରେ କରୋନାରେ ପ୍ରାଣ ହରାଇଥିବା ମୂଳତଃ ବିହାର ନିବାସୀ ସଞ୍ଜୀବ କୁମାର ସିଂଙ୍କ ପତ୍ନୀ ବି ଏହି ସମାନ କଥା କହିଥିଲେ

ପତ୍ନୀ ଓ ପିଲାଙ୍କ ସହ ସଞ୍ଜୀବ କୁମାର ସିଂ


ଏଫ୍‌.ସି.ଆଇ.ର କମର୍ସିଆଲ୍‌ ଶାଖାରେ ମ୍ୟାନେଜର୍‌ ଥିବା ସୁନା ରାମ ଟୁଡୁ ଛଅ ମାସ ତଳେ ଭୁବନେଶ୍ୱରରୁ ବଦଳି ହୋଇ ବାଲେଶ୍ୱର ଯାଇଥିଲେ । ସେ ୨୦୦୬ ମସିହାରୁ ଏଫ୍‌.ସି.ଆଇ.ରେ କାର୍ଯ୍ୟ କରିଆସୁଥିଲେ । ଏଫ୍‌.ସି.ଆଇ.ର ଭୁବନେଶ୍ୱରରେ (Bhubaneswar) ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚସ୍ଥ ହେଉଥିବା ନାଟକଗୁଡ଼ିକରେ ଭାଗ ନେଇ ସେ ନିଜ ଅଭିନୟ ପ୍ରତିଭା ଦ୍ୱାରା ସମସ୍ତଙ୍କ ପ୍ରିୟ ହୋଇଥିଲେ । ଦୁଇ ବର୍ଷ ତଳେ ସେ ଭୁବନେଶ୍ୱରର ବାଲିଅନ୍ତା ନିକଟରେ ଏକ ଫ୍ଲାଟ୍‌ କିଣିଥିଲେ ।

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ଏଫ୍‌.ସି.ଆଇ.ର ଓଡ଼ିଶାରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ଏ ପର୍ଯ୍ୟନ୍ତ ୫୧ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା, ସେଥିରୁ ୨୪ ଜଣ ସୁସ୍ଥ ହୋଇଥିବା ଓ ଜଣେ ମୃତ୍ୟୁ ବରଣ କରିଥିବା ସଙ୍ଗଠନ ପକ୍ଷରୁ ମେ ୧୨ ତାରିଖ ଦିନ କୁହାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଡିଜିଏମ୍‌ ପି.କେ. ବେହୁରା ଓ ଟିଟିଲାଗଡ଼ର ଡିଏମ୍‌ ସଞ୍ଜୟ ପାଠୀଙ୍କ ପରି ବରିଷ୍ଠ ଅଧିକାରୀମାନେ ଅଛନ୍ତି । ଜ୍ୱରରେ ଆକ୍ରାନ୍ତ ହୋଇ କରୋନା ସଂକ୍ରମଣର ଲକ୍ଷଣ ଥିବା ଅନେକ ଏଫ୍‌.ସି.ଆଇ. କର୍ମଚାରୀ ଓ ଶ୍ରମିକ ଏବେ ସଙ୍ଗରୋଧରେ ରହୁଛନ୍ତି ଓ କେତେକ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ ।



ଏଫ୍‌.ସି.ଆଇ. ଓଡ଼ିଶାର ମୁଖ୍ୟ ପ୍ରବନ୍ଧକ (ଜି.ଏମ୍‌.) ରାଜ୍ୟ ସରକାରଙ୍କୁ ଏହି ସଙ୍ଗଠନର କର୍ମଚାରୀ ଓ ଶ୍ରମିକମାନଙ୍କୁ କରୋନା ଟିକାକରଣରେ ପ୍ରାଥମିକତା ଦେବା ପାଇଁ ଅନୁରୋଧ କରିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏପ୍ରିଲ୍‌ ୨୮ ତାରିଖରେ ସବୁ ଜିଲ୍ଲାପାଳଙ୍କୁ ଏ ନେଇ ଏକ ଚିଠି ଲେଖିଥିଲେ । ସେହି ଚିଠିରେ ଏଫ୍‌.ସି.ଆଇ.ର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ, ସାତଟି ଡିଭିଜନାଲ୍‌ ଅଫିସ୍‌ ଓ ୧୯ଟି ଷ୍ଟୋରେଜ୍‌ ଡିପୋରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନଙ୍କ ଟିକାକରଣ ଶୀଘ୍ର କରାଇବା ପାଇଁ ଆଦେଶ ଦେଇଥିଲେ । ହେଲେ ଏହାର ୧୫ ଦିନ ପରେ ବି ତାହା କାର୍ଯ୍ୟକାରୀ ହୋଇ ନ ଥିବା ଅଭିଯୋଗ କରିଛନ୍ତି ଅନେକ ଏଫ୍‌.ସି.ଆଇ. କର୍ମଚାରୀ (FCI employees)।
Published by: Anand ST Das
First published: May 14, 2021, 10:11 PM IST