କରୋନା ଭାଇରସ: ରାଜ୍ୟରେ ପୁଣି ଆଉ ଜଣେ ସନ୍ଦିଗ୍ଧ; ଚୀନ୍ ଫେରନ୍ତା ଓଡ଼ିଆଙ୍କ ଉପରେ ସତର୍କ ଦୃଷ୍ଟି

ଏସ୍.ସି.ବି.ରେ ପୂର୍ବରୁ ଭର୍ତ୍ତି ହୋଇଥିବା ଫୁଲବାଣୀର ଚ଼ୀନ ଫେରନ୍ତା ଡ଼ାକ୍ତରୀ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସେଠି ନୀରିକ୍ଷଣରେ ଥିବା ଜଣେ ଚ଼ୀନ ଫେରନ୍ତା ଓଡ଼ିଆ ଯୁବତୀଙ୍କ ରିପୋର୍ଟ ପୁନେରୁ ତିନି ଦିନ ମଧ୍ୟରେ ଆସିବ । ମୋଟ ସାତ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଛଅ ଜଣ ସୁସ୍ଥ ବୋଲି କହିଛନ୍ତି ଡାକ୍ତରମାନେ ।

କରୋନା ଭାଇରସ: ରାଜ୍ୟରେ ପୁଣି ଆଉ ଜଣେ ସନ୍ଦିଗ୍ଧ; ଚୀନ୍ ଫେରନ୍ତା ଓଡ଼ିଆଙ୍କ ଉପରେ ସତର୍କ ଦୃଷ୍ଟି
କଟକ ବଡ଼ ମେଡିକାଲରେ ଜଣେ ସନ୍ଦିଗ୍ଧ
  • News18 Odia
  • Last Updated: February 5, 2020, 9:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ଭାଇରସକୁ ନେଇ ଚ଼ୀନ ସମେତ ସାରା ବିଶ୍ବରେ ଭୟର ବାତାବରଣ ଜାରି ରହିଥିବା ବେଳେ ଓଡିଶା ପ୍ରତି ଏ ଯାଏଁ କୌଣସି ବିପଦ ଥିବାର ସଙ୍କେତ ମିଳି ନାହିଁ । ତେବେ ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ପୁଣି ଜଣେ ବ୍ୟକ୍ତି କଟକ ବଡ଼ ମେଡିକାଲରେ ଭର୍ତ୍ତି ହେବା ପରେ ରାଜ୍ୟରେ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ସାତରେ ପହଞ୍ଚିଛି।

ଏସ୍‌.ସି.ବି. ମେଡିକାଲ କଲେଜ ତଥା ହସ୍ପିଟାଲର ସ୍ବତନ୍ତ୍ର କରୋନାଭାଇରସ ୱାର୍ଡ଼ରେ ଭର୍ତ୍ତି ହୋଇଥିବା ଏହି ବ୍ୟକ୍ତିଙ୍କ ଘର ଜଗତସିଂପୁର ଅଞ୍ଚଳରେ ବୋଲି ଜଣାଯାଇଛି । ସେ ପେଶାରେ ଜଣେ ସଫ୍ଟୱେଆର୍‌ ଇଞ୍ଜିନୟର୍‌ ଓ ହଙ୍ଗକଙ୍ଗରେ ରୁହନ୍ତି । ସେ କୌଣସି କାମରେ ସେଠାରୁ ଜାନୁଆରୀ ୫ରେ ଚ଼ୀନର ସିନଜେନ୍ ପ୍ରଦେଶକୁ ଯାଇଥିଲେ ଓ ୨୪ ତାରିଖରେ ଫେରିଥିଲେ । ସେଠାରୁ ଫେରି ଓଡ଼ିଶା ପହଞ୍ଚିବା ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା ଓ ସେ ଏସ୍‌.ସି.ବି. ମେଡିକାଲକୁ ଆସିଥିଲେ ।

ଏସ୍‌.ସି.ବି.ରେ ପୂର୍ବରୁ ଭର୍ତ୍ତି ହୋଇଥିବା ଫୁଲବାଣୀର ଚ଼ୀନ ଫେରନ୍ତା ଡ଼ାକ୍ତରୀ ଛାତ୍ରଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି । ସେଠି ନୀରିକ୍ଷଣରେ ଥିବା ଆଉ ଜଣେ ଚ଼ୀନ ଫେରନ୍ତା ଓଡ଼ିଆ ଯୁବତୀଙ୍କ ରିପୋର୍ଟ ପୁନେରୁ ତିନି ଦିନ ମଧ୍ୟରେ ଆସିବାର ସମ୍ଭାବନା ରହଛି । ଏମାନଙ୍କୁ ମିଶାଇ ମୋଟ ସାତ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଛଅ ଜଣ ସୁସ୍ଥ ବୋଲି କହିଛନ୍ତି ଡାକ୍ତରମାନେ ।

‘‘ଜଗତସିଂପୁରର ଏହି ବ୍ୟକ୍ତିଙ୍କୁ ଗତ ଆଠ ଦିନ ହେଲା ଥଣ୍ଡା ଜ୍ବର ଛାଡୁନି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଛି । ସ୍ବାବ୍ ଓ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି ପୁଣେ । ସେହିପରି ଚୀନ୍‌ରେ ଡାକ୍ତରୀ ପଢୁଥିବା କୋରାପୁଟ କୋଟପାଡ଼ର ଜଣେ ଛାତ୍ରୀ ଇତି ମଧ୍ୟରେ ଏଠାରୁ ଘରକୁ ଫେରିଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି,’’ କହିଛନ୍ତି ଏସ.ସି.ବି. ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବାନାନନ୍ଦ ମହାରଣା ।

ଚୀନ୍ ଫେରନ୍ତା ଓଡ଼ିଆଙ୍କ ଉପରେ ସତର୍କ ନଜର ରଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଲୋକସେବା ଭବନରେ କରୋନା ଭାଇରସକୁ ନେଇ ଉପୁଜିଥିବା ସ୍ଥିତିର ସମୀକ୍ଷା କରିଛନ୍ତି ବିଭାଗୀୟ ସଚିବ । ରାଜ୍ୟ ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ (ଡିଏମଇଟି) ସି.ବି.କେ. ମହାନ୍ତି,  କଟକ ବଡ଼ ମେଡିକାଲର ନୋଡାଲ ଅଫିସର ମନୋରଂଜନ ପଟ୍ଟନାୟକ ଓ ବିଭାଗୀୟ ଅଧିକାରୀମାନଙ୍କୁ ଡାକି କରିଛନ୍ତି ଆଲୋଚନା ।

କୋରାପୁଟର ଚୀନ୍ ଫେରନ୍ତା ଡାକ୍ତରୀ ଛାତ୍ରୀ ସୁଶ୍ରୀ ବକ୍ସି


‘‘ଏ ପର୍ଯ୍ୟନ୍ତ ଚୀନ୍ ଓ ମାଲେସିଆରୁ ପ୍ରାୟ ୨୫ ଜଣ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ୟା ଭିତରେ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରକ୍ତ ନମୂନା ନେଗେଟିଭ୍ ଆସିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି । ମଙ୍ଗଳବାର ମେଡିକାଲରେ ଭର୍ତ୍ତି ହୋଇଥିବା ଜଗତସିଂହପୁରର ଇଂଜିନିୟରଙ୍କ ସମେତ ଦୁଇ ଜଣଙ୍କୁ ୱାର୍ଡରେ ରଖି ନୀରିକ୍ଷଣ ଓ ଚିକିତ୍ସା କରାଯାଉଛି । ବାକି ୨୨ ଜଣଙ୍କୁ ରଖାଯାଇଛି ହୋମ୍ ସର୍ଭେଲାନ୍ସ ବା କ୍ୱାରାଣ୍ଟାଇନରେ,’’ ବୈଠକ ପରେ କହିଛନ୍ତି ଡିଏମଇଟି ସି.ବି.କେ. ମହାନ୍ତି ।

କୋରାପୁଟର ଚୀନ୍ ଫେରନ୍ତା ଡାକ୍ତରୀ ଛାତ୍ରୀ ସୁଶ୍ରୀ ବକ୍ସି କହିଛନ୍ତି: ’’ଆମେ ଚ଼ୀନରୁ ଜାନୁଆରୀ ୧୯ରେ ଫେରିଲୁ । ତା’ ପରେ କରୋନା ଭାଇରସ ବ୍ୟାପିବା କଥା ଜଣା ପଡ଼ିଲା । କିନ୍ତୁ ଆମେ ଚ଼ୀନରେ ରହୁଥିଲୁ ବୋଲି ଏଆରପୋର୍ଟମାନଙ୍କରେ ଆମକୁ ପରୀକ୍ଷା କରାଯାଉଥିଲା । ଆଉ ଓଡ଼ିଶା ଫେରି ଆମେ ନିଜକୁ ସୁରକ୍ଷିତ ଜାଣିବା ପାଇଁ ଡାକ୍ତରୀ ପରୀକ୍ଷା କରେଇ ନେଲୁ । ଚ଼ୀନରେ ଆମ ବିଶ୍ୱବାଦ୍ୟାଳୟରେ କାହାକୁ ଏ ଭାଇରସ ଧରି ନାହିଁ’’ ।

ମଙ୍ଗଳବାର ଭିଡିଓ କନଫେରେନ୍ସ ମାଧ୍ୟମରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଥଲେ କେନନ୍ଦ୍ର ସ୍ବାସ୍ଥ୍ୟ ସଚିବ । କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ଓ ଚିକିତ୍ସା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଞ୍ଚଟି ସ୍ବତନ୍ତ୍ର ଶଯ୍ୟା ଓ ରାଜ୍ୟର ମୁଖ୍ୟ ଚିକିତ୍ସାଳୟରେ ୩୦ ଶଯ୍ୟା ରଖାହେବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚ଼ିବ ଏହାର ତଦାରଖ କରିଛନ୍ତି । ଏସ.ସି.ବି. ମେଡ଼ିକାଲରେ ଏବେ କରୋନା ଭାଇରସ ପାଇଁ ୮୪ ଟି ବେଡ ରହିଛି । ଆବଶ୍ୟକ ହେଲେ ବେଡ ସଂଖ୍ୟା ୧୫୦କୁ ବୃଦ୍ଧି କରାଯିବ ବୋଲି ଡିଏମିଟି କହିଛନ୍ତି ।

ଚୀନରେ କୋରୋନା ଭାଇରସ ଏ ପର୍ଯ୍ୟନ୍ତ ପ୍ରାୟ ୫୦୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି ବୋଲି ଜଣା ପଡ଼ିଛି । ତା’ ସହିତ ସେଠି ସନ୍ଦିଗ୍ଧମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସମସ୍ୟାଟି ଚ଼ିନ୍ତାଜନକ ରହିଛି ।
First published: February 5, 2020, 9:48 PM IST
corona virus btn
corona virus btn
Loading