ରାଜ୍ୟରେ ଆଉ ଜଣେ କରୋନା ପଡିଟିଭ୍ ଚିହ୍ନଟ; ଇଏ ବି ଭୁବନେଶ୍ୱର ବମିଖାଲର ବାସିନ୍ଦା

ଆକ୍ରାନ୍ତ ଯୁବକଙ୍କ ବୟସ ୩୫ ବର୍ଷ । ସେ ରାଜ୍ୟର ୭, ୮, ୨୨ ଓ ୩୯ ନମ୍ବର କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନ ଥିଲା, ହେଲେ ତାଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୫୫ରେ ।

ରାଜ୍ୟରେ ଆଉ ଜଣେ କରୋନା ପଡିଟିଭ୍ ଚିହ୍ନଟ; ଇଏ ବି ଭୁବନେଶ୍ୱର ବମିଖାଲର ବାସିନ୍ଦା
ଭୁବନେଶ୍ୱରର ଏକ ପରିବାରର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ପହଞ୍ଚିଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ ।
  • News18 Odia
  • Last Updated: April 13, 2020, 6:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଭାଇରସ୍‌ ପଜିଟିଭି ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ପହଞ୍ଚିଛି ୫୫ରେ । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ଘର ବି ଭୁବନେଶ୍ବରର ବମିଖାଲରେ ।

ଏହି ଆକ୍ରାନ୍ତ ଯୁବକଙ୍କ ବୟସ ୩୫ ବର୍ଷ । ସେ ରାଜ୍ୟର ୭, ୮, ୨୨ ଓ ୩୯ ନମ୍ବର କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ଦେଇ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ୨୨ ମାର୍ଚ୍ଚରୁ ୧୨ ଏପ୍ରିଲ ପର୍ଯ୍ୟନ୍ତ ସେ କଣ୍ଟେନମେଣ୍ଟ ଜୋନ୍‌ ବମିଖାଲର ଜୟ ଦୁର୍ଗା ନଗରସ୍ଥିତ ବେବିଲନ ଆପାର୍ଟମେଣ୍ଟରେ ରହିଥିଲେ ।

ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନ ଥିଲା । ହେଲେ ସ୍ବାସ୍ଥ୍ୟ କର୍ମୀମାନେ ତାଙ୍କ ନମୁନା ସଂଗ୍ରହ କରି ଆଜି ପରୀକ୍ଷା ପାଇଁ ପଠାଇଥିଲେ । ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ ବୋଲି ଜଣା ପଡ଼ିବା ପରେ ତାଙ୍କୁ କିମ୍‌ସ କୋଭିଡ୍ ହସପିଟାଲକୁ ପଠାଇ ଦିଆଯାଇଛି ।

ଏହି ସଦ୍ୟ ମାମଲାକୁ ମିଶାଇ କେବଳ ଭୁବନେଶ୍ବରରେ କରୋନା ପଜିଟିଭଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ୭ ଜଣ ଡିସଚାର୍ଜ ହୋଇଛନ୍ତି । ଏବେ ସାରା ରାଜ୍ୟରେ ମୋଟ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ୫୫ ହୋଇଛି । ଏ ପର୍ଯ୍ୟନ୍ତ ମୋଟ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ୪୨ ଜଣ ପଜିଟିଭ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରର ଦୁଇଟି ଜାଗାରୁ ହଟିଛି କରୋନା କଣ୍ଟେନମେଣ୍ଟ କଟକଣା । ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳରୁ କଟକଣା ହଟାଇଛି ବିଏମସି । ତେବେ ଆହୁରି ସାତ ଦିନ ଯାଏ ସେହିସବୁ ଅଞ୍ଚଳରେ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ଏଥି ସହ ଭୁବନେଶ୍ବରର ଆଉ ତିନିଟି ଜାଗାରେ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ ଚୌଧରୀ କହିଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୪,୧୭୦ଟି ନମୁନା ପରୀକ୍ଷା ହୋଇଛି ଓ ସେଥିରୁ ୫୪ ଜଣ କରୋନା ଭାଇରସ୍‌ ପିଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି ।
First published: April 13, 2020, 6:33 PM IST
corona virus btn
corona virus btn
Loading