ବାଲେଶ୍ୱରରେ ପ୍ରତିଷ୍ଠା ହେବ ଆଉ ଏକ ସ୍ଥାୟୀ କୋଭିଡ ହସପିଟାଲ; ମିଳିବ ଅଧିକ ଆମ୍ବୁଲାନ୍ସ

ଏହି ନୂଆ ହସ୍ପିଟାଲରେ ୧୦୦ ଶଯ୍ୟା ସହିତ ଦୁଇଟି ଓଟି ଓ ଆଇସିୟୁ ରହିବ । ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଏକ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ରହିଛି । ଏବେ ପ୍ରତି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଆଉ ଏକ ସ୍ଥାୟୀ କୋଭିଡ ହସପିଟାଲ; ମିଳିବ ଅଧିକ ଆମ୍ବୁଲାନ୍ସ
ବାଲେଶ୍ୱରରେ ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ
  • News18 Odia
  • Last Updated: September 11, 2020, 10:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ଜିଲ୍ଲା ଡ଼ାକ୍ତରଖାନା ପରିସରରେ ଏକ ସ୍ଥାୟୀ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ । ବାଲେଶ୍ବର ଜିଲା ଗସ୍ତରେ ଆସି ସେ ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା  କରିବା ପରେ ଏହି ଘୋଷଣା କରିଛନ୍ତି ।

ଏହି ହସ୍ପିଟାଲରେ ୧୦୦ ଶଯ୍ୟା ରହିବା ସହିତ ଦୁଇଟି ଓଟି ଓ ଆଇସିୟୁ ସୁବିଧା ରହିବ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି । ପୂର୍ବରୁ ଥିବା ଅସ୍ଥାୟୀ କୋଭିଡ଼ ହସ୍ପିଟାଲରେ ଡାକ୍ତର ଯଥେଷ୍ଟ ଥିଲେ ମଧ୍ୟ ନର୍ସଙ୍କ ସଂଖ୍ୟା କମ ରହିଛି । ଆଜି ସୁଦ୍ଧା ସେଠାରେ ଅଧିକ ୧୦ ଜଣ ନର୍ସଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତ୍ରିପାଠୀ ।

ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଏକ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ରହିଛି । ମାତ୍ର ଏବେ ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ହସ୍ପିଟାଲର କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଲେ ନୂଆ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଇ ପାରିବ ।

ଅସ୍ଥାୟୀ କୋଭିଡ଼ ହସ୍ପିଟାଲରେ ଅଧିକ ୧୦ ଜଣ ନର୍ସଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତ୍ରିପାଠୀ ।


ସପ୍ତାହେ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏହି ମେଡିକାଲ କୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି । PWD ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଏହାକୁ ପ୍ରସ୍ତୁତ କରିବେ ।

ଜିଲ୍ଲାରେ ଚାଲିଥିବା କଲ୍‌ ସେଣ୍ଟରରୁ ମିଳୁଥିବା ସୂଚନା ଆଧାରରେ ରାତି ସମୟରେ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ଅଧିକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବାକୁ ବି ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ଏବେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ୨୫ ଜଣ ଏଏନେମ କଲ ସେଣ୍ଟରରେ କାମ କରୁଛନ୍ତି । ଏହି କଲ ସେଣ୍ଟର ମାଧ୍ୟମରେ ସୁବିଧାରେ ପଜିଟିଭ ଓ ନେଗେଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ସୂଚନା ଦିଆଯିବା ସହିତ ପ୍ରତ୍ୟେକ ଦିନ ହୋମ ଆଇସଲେସନରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ।

ପଜିଟିଭ୍‌ ରୋଗୀ ନ ଥିବା ସେଣ୍ଟରମାନଙ୍କରେ ନିୟୋଜିତ ପାରାମେଡ଼ିକାଲ ଷ୍ଟାଫମାନଙ୍କ ମାଧ୍ୟମରେ ଜିଲ୍ଲାରେ ଜନ ସମ୍ପର୍କ ଅଭିଯାନ ଆରମ୍ଭ କରାଯିବ । ଏଥିରେ ବୟସ୍କ ଓ ରୋଗାଗ୍ରସ୍ଥ ଲୋକଙ୍କୁ ସ୍ବତନ୍ତ୍ର ଭାବେ ଯତ୍ନ ନେବାକୁ ସଚେତନତା ସୃଷ୍ଟି କରାଯିବ । ପ୍ରାୟ ୩୭୯ ଜଣ ଷ୍ଟାଫ ଜିଲ୍ଲାରେ ଏହି କାର୍ଯ୍ୟରେ ନିୟୋଜିତ ହେବେ ।

‘‘ବର୍ତ୍ତମାନ ସମୟରେ ଲକଡାଉନ ଓ ସଟଡାଉନ ଉଠାଇ ଦିଆଯାଇଛି । ଏହି ସମୟରେ ମୁଖ୍ୟତଃ ସହରାଞ୍ଚଳରେ ଜୀବିକା ପାଇଁ ଅଧିକ ଲୋକ ଘରୁ ବାହାରୁଛନ୍ତି । ଏହି ସମୟରେ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ବାଲେଶ୍ୱର ଜିଲ୍ଲାର ମୃତ୍ୟୁ ସଂଖ୍ୟା ରାଜ୍ୟ ହାର ଅନୁସାରେ କମ ରହିଛି । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀ ଭଲ କାମ କରୁଛନ୍ତି । ଡୋର ଟୁ ଡୋର କ୍ୟାମ୍ପେନ ମାଧ୍ୟମରେ ବାଲେଶ୍ୱର ଜିଲ୍ଲାରେ ଆହୁରି ଅଧିକ ବ୍ୟାପକ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଉଛି,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଏହା ବି ପଢ଼ନ୍ତୁ | ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୩,୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ; ୧୪ ଜଣଙ୍କ ମୃତ୍ୟୁ ହେଲା

ବାଲେଶ୍ୱର ଗସ୍ତରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡି.ଏମ୍‌.ଇ.ଟି. ମୁଖ୍ୟ ସି.ଭି.କେ. ମହାନ୍ତି ଓ କରୋନା ପରିସ୍ଥିତି ପର୍ଯ୍ୟବେକ୍ଷକ ମଧୁସୁଦନ ପାଢୀ ଆସି ଜ୍ୟୋତି ହସ୍ପିଟାଲରେ ସ୍ଥାପିତ କୋଭିଡ଼ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଫକୀର ମୋହନ ସରକାରୀ ମେଡ଼ିକାଲ କଲେଜ ପରିଦର୍ଶନ କରିଥିଲେ ।



ବାଲେଶ୍ୱର ଜିଲ୍ଲାରେ ଆଜି ୨୦୯ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୪,୯୧୩ରେ ପହଞ୍ଚିଛି । ଏଥି ମଧ୍ୟରୁ ୧,୧୩୧ ଜଣ ଏବେ ଚିକିତ୍ସିତ ହେଉଥିବାବେଳେ ୩,୭୬୩  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Published by: Anand Shankar Thankur Das
First published: September 11, 2020, 10:58 PM IST
corona virus btn
corona virus btn
Loading