ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଭାଲେଣ୍ଟାଇନ୍ସ ଡ଼େ ରେ ଆନନ୍ଦ ମହିନ୍ଦ୍ରା ସେୟାର କଲେ ସ୍ପେଶାଲ ଭିଡ଼ିଓ; ଲୋକେ କହିଲେ- ସର୍ବଶ୍ରେଷ୍ଠ ଗିଫ୍ଟ

ଭାଲେଣ୍ଟାଇନ୍ସ ଡ଼େ ରେ ଆନନ୍ଦ ମହିନ୍ଦ୍ରା ସେୟାର କଲେ ସ୍ପେଶାଲ ଭିଡ଼ିଓ; ଲୋକେ କହିଲେ- ସର୍ବଶ୍ରେଷ୍ଠ ଗିଫ୍ଟ

Social media: ଆନନ୍ଦ ମହିନ୍ଦ୍ରା ଟିକା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କ୍ରିଏଟିଭ ଭିଡିଓ ସେୟାର କରିଛନ୍ତି । ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ଭିଡିଓ ସୋସିଆଲ ମିଡିଆ ୟୁଜରସଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ଭାଲେଣ୍ଟାଇନ୍ସ ଡ଼େ ରେ ଆନନ୍ଦ ମହିନ୍ଦ୍ରା ସେୟାର କଲେ ସ୍ପେଶାଲ ଭିଡ଼ିଓ; ଲୋକେ କହିଲେ- ସର୍ବଶ୍ରେଷ୍ଠ ଗିଫ୍ଟ
ଭାଲେଣ୍ଟାଇନ୍ସ ଡ଼େ ରେ ଆନନ୍ଦ ମହିନ୍ଦ୍ରା ସେୟାର କଲେ ସ୍ପେଶାଲ ଭିଡ଼ିଓ
  • News18 Odia
  • Last Updated: February 14, 2021, 5:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଫେବୃଆରୀ ୧୪ ଅର୍ଥାତ ଭାଲେଣ୍ଟାଇନ୍ସ ଡେ କୁ (Valentine day) ଆଜି ସମଗ୍ର ବିଶ୍ୱ ପ୍ରେମ ଓ ଅଭିବ୍ୟକ୍ତିର ଦିନ ଭାବେ ପାଳନ କରୁଛି । ଲୋକମାନେ ପରସ୍ପର ସହିତ ସେମାନଙ୍କର ହୃଦୟ ବିଷୟରେ କଥାବାର୍ତ୍ତା କରୁଛନ୍ତି । ଯଦିଓ କରୋନା ଭୂତାଣୁ ଯୋଗୁଁ ଚଳିତ ବର୍ଷ ଭାଲେଣ୍ଟାଇନ୍ସ ଡେ' ଅଧିକ ଧୁମଧାମରେ ପାଳନ ହେଉ ନାହିଁ । ଏଥି ସହିତ ଏହି ବିଶେଷ ଦିନରେ ଭାରତର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏହାର ଟିକା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କ୍ରିଏଟିଭ ଭିଡିଓ ସେୟାର କରିଛନ୍ତି । ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ବିଶେଷ କଥା ହେଉଛି ଏହି ଭିଡିଓକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର୍ଶ ପୁନାୱାଲା ଆନନ୍ଦ ମହିନ୍ଦ୍ରା ଟ୍ୟାଗ୍ କରିଛନ୍ତି । ଏହି ବିଶେଷ ଭିଡିଓ ସେୟାର କରି ଆନନ୍ଦ ମହିନ୍ଦ୍ରା କ୍ୟାପସନରେ ଲେଖିଛନ୍ତି, 'ହାସ୍ୟପୁର୍ଣ୍ଣ ସମ୍ମାନ ପୁନାୱାଲା ଆପଣଙ୍କ ପାଇଁ ଏକ ପ୍ରସ୍ତୁତ ବିଜ୍ଞାପନ । ଏହି ଟିକା ସବୁଦିନ ପାଇଁ । ଲୋକମାନେ ଏହି ଭିଡିଓକୁ ଏତେ ପସନ୍ଦ କଲେ ଯେ ଏହି ଭିଡିଓରେ କିଛି ଘଣ୍ଟା ପାଇଁ ଲକ୍ଷ ଲକ୍ଷ ଭିୟୁଜ ଓ କମେଣ୍ଟ ଆସିଛି । ଆପଣ ମଧ୍ୟ ଏହି ଭିଡ଼ିଓ ଦେଖନ୍ତୁ…



ଏହି ଭିଡିଓ ଦେଖିବା ପରେ ଲୋକମାନେ ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି । କିଛି ଉପଭୋକ୍ତା କହିଛନ୍ତି ଯେ ୨୦୧୧ ରେ ଆଜିର ଦିନ ଭାଲେଣ୍ଟାଇନ୍ସ ଡେ ନ ହୋଇ ବରଂ ଭ୍ୟାକ୍ସିନ ଡେ ହେବା ଉଚିତ୍ । ତେବେ ଦେଖନ୍ତୁ ଏହି ଭିଡିଓ ବିଷୟରେ କିଏ କ'ଣ କହିଛି ...





ଦୀନେଶ କାନ୍ତ ନାମକ କାନେ ୟୁଜର ଲେଖିଛନ୍ତି ଏହା ହେଉଛି ଭାଲେଣ୍ଟାଇନ୍ସ ଡେ ବେଷ୍ଟ ଗିଫ୍ଟ ।





ରବି ପଣ୍ଡା ନାମକ ଜଣେ ୟୁଜର ଲେଖିଛନ୍ତି, 'ହଁ ତାହା ମଧ୍ୟ ଠିକ ଅଛି ..
Published by: Jagdish Barik
First published: February 14, 2021, 5:44 PM IST