News18 Odia Digital
ଭୁବନେଶ୍ୱର: ବଙ୍ଗୋପ ସାଗରରେ ଆଜି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି ଅମ୍ଫନ । ଗତ ୬ ଘଣ୍ଟା ଧରି ୩ କିମି ପ୍ରତି ଘଣ୍ଚା ବେଗରେ ଗତି କରୁଛି ଏହି ବିଶାଳ ବାତ୍ୟା । ଏବେ ପାରାଦୀପଠାରୁ ୯୮୦ କିମି ଦୂରରେ ଓ ପଶ୍ଚିମ ବଙ୍ଗର ଦୀଘାରୁ ୧,୧୪୦ କିମି ଦୂର ଦକ୍ଷିଣରେ ଅମ୍ଫନ ଅଛି ବୋଲି ସୂଚନା ଦେଇଛି ପାଣିପାଗ ବିଜ୍ଞାନ ବିଭାଗ ।
ଆଗାମୀ ୧୨ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ ଅମ୍ଫନ । ଆସନ୍ତା ୨୪ ଘଣ୍ଟା ଯାଏ ଉତ୍ତର-ପଞ୍ଚିମ ଦିଗରେ ଗତି କରିବ ବାତ୍ୟା ଅମ୍ଫନ । ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ପଶ୍ଚିମ ବଙ୍ଗ ଓ ବାଂଲାଦେଶ ମଧ୍ୟରେ ବାତ୍ୟା ଅମ୍ଫନ ଲ୍ୟାଣ୍ଡଫଲ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଶ୍ଚିମ ବଙ୍ଗର ସାଗର ଓ ବାଂଲାଦେଶର ହାତୀଆ ଦ୍ବୀପ ମଧ୍ୟ ଦେଇ ଏହା ଯାଇପାରେ ।
ଅମ୍ଫନର ପ୍ରଭାବରେ ମେ ୧୮ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷାର ଆଶଙ୍କା ଅଛି । ୧୯ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ମେ ୧୮ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ୪୫-୫୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ୨୦ ତାରିଖ ସକାଳୁ ଉତ୍ତର ଓଡ଼ିଶାରେ ୭୫-୮୫ କିମି ବେଗରେ ପବନ ବହିବା ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ପୁରୀରେ ସତ୍ସ୍ୟଜୀବୀମାନେ ବାତ୍ୟାର ପ୍ରଭାବରୁ ରକ୍ଷା ପାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଏହି ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ରହିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର (SRC) ପ୍ରଦୀପ ଜେନା । ସେ କହିଛନ୍ତି ଆଜି ସନ୍ଧ୍ୟା ସୁଦ୍ଧା ଦିଗ ପରିବର୍ତ୍ତନ କରିପାରେ ବାତ୍ୟା । ରାଜ୍ୟର ୧୨ଟି ଜିଲ୍ଲାକୁ ଆଲର୍ଟ ରଖାଯାଇଛି । ଉତ୍ତର ଓଡ଼ିଶାର ୪ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇପାରନ୍ତି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରଭାବ ପଡ଼ିବ । ଉଦ୍ଧାର କାର୍ଯ୍ୟ ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାଖାପାଖି ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ସ୍ଥଳେ ଜିଲ୍ଲାପାଳମାନେ ଏ ନେଇ ନିଷ୍ପତ୍ତି ନେବେ । ବାତ୍ୟାର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିଛି NDRF । ବାତ୍ୟା ପ୍ରଭାବିତ ଜିଲ୍ଲାକୁ NDRFର ୭ଟି ଟିମ୍ ଯାଇ ପହଞ୍ଚିଛନ୍ତି ଓ ୨ଟି ଟିମ୍ ରିଜର୍ଭ ଅଛନ୍ତି ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ ।
ଏହା ବି ଦେଖନ୍ତୁ: ‘ଜୀତା ରହେଗା ମେରା ଇଣ୍ଡିଆ’: କରୋନା ବିରୋଧରେ ଲଢ଼େଇ ଉପରେ ରିଲାଏନ୍ସର ଭିଡିଓ ଗୀତ ଦେଖନ୍ତୁଏହା ବି ପଢ଼ନ୍ତୁ: ଚାକିରିଜୀବୀଙ୍କ ପାଇଁ ବଡ଼ ଖବର: ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷର ଅପେକ୍ଷାର ଏବେ ଅନ୍ତ ହେବଏହା ବି ପଢ଼ନ୍ତୁ: କୋଇଲା ଖନନରେ ସରକାରଙ୍କ ଏକଚାଟିଆ ଅଧିକାର ଶେଷ; ପ୍ରତିରକ୍ଷା ଉତ୍ପାଦନରେ FDI ବଢ଼ିଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।