Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ବିଗ୍ ବି ଭିଡିଓ ସେୟାର କଲେ

ଅମିତାଭ ବଚ୍ଚନ ସେୟାର କରିଥିବା ଏହି ଭିଡିଓରେ ଏକ ସୁନ୍ଦର କୁନି ପିଲା ଦେଖିବାକୁ ମିଳୁଛି, ଯିଏ ନିଜ ପରିବାରର କୌଣସି ବ୍ୟକ୍ତିଙ୍କ କୋଳରେ ବସି ନାଚୁଛି । ଏହି ଭିଡିଓକୁ ଦେଖିବା ପରେ ନିଶ୍ଚିତ ଆପଣଙ୍କ ମୁହଁରେ ହସ ଆସିବ ।

ଅମିତାଭ ବଚ୍ଚନ; (ଡାହାଣ) ନାଚୁଥିବା ଶିଶୁଟି

ଅମିତାଭ ବଚ୍ଚନ; (ଡାହାଣ) ନାଚୁଥିବା ଶିଶୁଟି

  • Share this:
News18 Odia Digital

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ (Coronavirus) ବିରୁଦ୍ଧରେ ଯୁଦ୍ଧ ଲଢ଼ି ଜିତିବା ପରେ ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ (Amitabh Bachchan) ଏବେ ନିଜ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି ଓ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି । ସୋସିଆଲ ମିଡ଼ିଆରେ (social media) ସେ ବହୁତ ସକ୍ରିୟ ରୁହନ୍ତି ନିଜ ପ୍ରଶଂସକମାନଙ୍କ ପାଇଁ କିଛି କିଛି ସେୟାର୍‌ କରୁଥାନ୍ତି । ସୋସିଆଲ ମିଡ଼ିଆରେ ସେ କବିତା ସହିତ କିଛି ମଜାଦାର ଭିଡିଓ ବି ସେୟାର କରନ୍ତି । ଏବେ ବିଗ୍ ବି (Big B) ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖିବା ପରେ ନିଶ୍ଚିତ ଆପଣଙ୍କ ମୁହଁରେ ହସ ଆସିବ ।

ବାସ୍ତବରେ ଅମିତାଭ ବଚ୍ଚନ ସେୟାର କରିଥିବା ଏହି ଭିଡିଓରେ ଏକ ସୁନ୍ଦର କୁନି ପିଲା ଦେଖିବାକୁ ମିଳୁଛି, ଯିଏ ନିଜ ପରିବାରର କୌଣସି ବ୍ୟକ୍ତିଙ୍କ କୋଳରେ ବସିଛନ୍ତି । ସେ ବ୍ୟକ୍ତି ହୁଏତ ଶିଶୁଟିର ମାଆ ବା ପିଉସୀ ହୋଇଥିବେ । ଭିଡିଓରେ ଶିଶୁଟି ଅମିତାଭ ବଚ୍ଚନଙ୍କ ସୁପରହିଟ୍ ଗୀତ 'ଖଇକେ ପାନ ବନାରସ ୱାଲା'ରେ ନାଚୁଥିବା (baby dance to Khaike pan Banaras wala) ଦେଖିବାକୁ ମିଳୁଛି । ଗୀତରେ ଥିବା ଶିଶୁର ଅଭିବ୍ୟକ୍ତି ଦେଖିବା ଯୋଗ୍ୟ । ଏହି ଭିଡିଓ ଦେଖିବା ପରେ ଅମିତାଭ ବଚ୍ଚନ ଆଉ ରହିପାରିଲେ ନାହିଁ । ସେ ଭିଡିଓଟି ସେୟାର କରି ଲେଖିଥିଲେ, ‘‘ହାହାହା... ବିଚରା... କିନ୍ତୁ କେତେ ସୁନ୍ଦର!’’

ଦେଖନ୍ତୁ ଭିଡିଓ (Watch Video):



ଅମିତାଭ ଶେୟାର୍‌ କରିଥିବା ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ବିଗ୍ ବିଙ୍କ ପ୍ରଶଂସକମାନେ ଏହି ଭିଡିଓ ଉପରେ ନିଜ ମତାମତ ଦେଇଚାଲିଛନ୍ତି ।

ନିକଟରେ ଅମିତାଭ ବଚ୍ଚନ ଆର୍ୟା ନାମକ ଜଣେ ଗାୟିକାଙ୍କ ଗୀତକୁ ଟ୍ୱିଟ କରିଥିଲେ । ଅମିତାଭଙ୍କ ଏହି ଟ୍ୱିଟ୍ ପରେ ଆର୍ୟାଙ୍କ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଥିଲା । ପାଶ୍ଚାତ୍ୟ ଓ ଭାରତୀୟ ସଂଗୀତର ରଚନା ମିଶ୍ରଣ କରି ଆର୍ୟା ଗୀତ ଗାଆନ୍ତି ।

ଏହା ବି ପଢ଼ନ୍ତୁ | ରାଜସ୍ଥାନରେ ଏକ ପାକିସ୍ତାନୀ ଶରଣାର୍ଥୀ ପରିବାରର ୧୧ ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହେଲା

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ଅମିତାବଙ୍କ ପତ୍ନୀ ଜୟାଙ୍କ ବ୍ୟତୀତ ବଚ୍ଚନ ପରିବାରର ସବୁ ସଦସ୍ୟ ନିକଟରେ କରୋନା ପଜିଟିଭ୍ ହୋଇିଲେ । ଶନିବାର ପ୍ରାୟ ୨୯ ଦିନ ହସପିଟାଲରେ ଚିକିତ୍ସିତ ହେବା ପରେ ଅଭିଷେକ ବଚ୍ଚନ କରୋନା ଯୁଦ୍ଧରେ ଜିତି ଘରକୁ ଫେରିଥିଲେ ।



ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ତାଙ୍କ ପୁଅ ଘରକୁ ଫେରି ଆସିବାର ଆନନ୍ଦ ମଧ୍ୟ ବାଣ୍ଟିଥିଲେ । ସେ ନିଜ ଟ୍ୱିଟର୍‌ ପୋଷ୍ଟରେ ପୁଅର ଏକ ଫଟୋ ବି ସେୟାର କରିଥିଲେ ।
Published by:Anand Shankar Thankur Das
First published: