କରୋନା ଭାଇରସ: ଅମିତାଭ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, ଅନିଲ କପୁର ଓ କାର୍ତ୍ତିକ ଆର୍ୟନ ପ୍ରଶଂସକଙ୍କୁ ଉପଦେଶ ଦେଲେ

ବିଗ୍ ବି ସୋସିଆଲ ମିଡ଼ିଆରେ କରୋନାଭାଇରସ ମହାମାରୀ ଉପରେ ଏକ କବିତା ପାଠ କରି ତାଙ୍କ ପ୍ରଶଂସକମାନଙ୍କୁ ପରାମର୍ଶ ଦେଉଥିବା ଦେଖାଯାଇଛି । ପ୍ରିୟଙ୍କା ଚୋପ୍ରା କହିଛନ୍ତି ଲୋକେ ପରସ୍ପରକୁ ଛୁଇଁ ଅଭିବାଦନ କରିବା ପରିବର୍ତ୍ତେ ନମସ୍କାର ଦ୍ୱାରା ଏହା କରିବା ଉଚିତ୍‌ ।

କରୋନା ଭାଇରସ: ଅମିତାଭ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, ଅନିଲ କପୁର ଓ କାର୍ତ୍ତିକ ଆର୍ୟନ ପ୍ରଶଂସକଙ୍କୁ ଉପଦେଶ ଦେଲେ
ଅମିତାଭ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, ଅନିଲ କପୁର
  • News18 Odia
  • Last Updated: March 13, 2020, 7:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ମହାମାରୀ କରୋନାଭାଇରସ ବିଶ୍ବକୁ ଆତଙ୍କିତ କରିଥିବା ବେଳେ ଅମିତାଭ ବଚ୍ଚନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ବଲିଉଡ୍‌ ସେଲିବ୍ରିଟିମାନେ ନିଜ ପ୍ରଶଂସକମାନଙ୍କୁ ଆଡଭାଇଜରୀ (ଉପଦେଶ ପତ୍ର) ଜାରି କରି ସେମାନେ କେମିତି ନିରାପଦ ରହିବେ ଓ ଅନ୍ୟମାନଙ୍କୁ ନିରାପଦ ରଖିବେ ସେଥି ପାଇଁ ପରାମର୍ଶ ସେୟାର କରିଛନ୍ତି ।

ବିଗ୍‌ ବି ସୋସିଆଲ ମିଡ଼ିଆରେ କରୋନାଭାଇରସ ମହାମାରୀ ଉପରେ ଏକ କବିତା ପାଠ କରିବାକୁ ଯାଇ ତାଙ୍କ ପ୍ରଶଂସକମାନଙ୍କୁ ପରାମର୍ଶ ଦେଉଥିବାର ଦେଖାଯାଇଛି । ପ୍ରଶଂସକମାନଙ୍କୁ ନିୟମିତ ଭାବେ ସାବୁନରେ ହାତ ଧୋଇବାକୁ ସେ ଉପଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ପ୍ରିୟଙ୍କା ଚୋପ୍ରା ଏକ ବାର୍ତ୍ତା ସେୟାର କରି କହିଛନ୍ତି ଯେ ଲୋକେ ପରସ୍ପରକୁ ଛୁଇଁ ଅଭିବାଦନ କରିବା ପରିବର୍ତ୍ତେ ନମସ୍କାର ଦ୍ୱାରା ଏହା କରିବା ଉଚିତ୍‌ । ସେ ଜନସାଧାରଣ ଓ ନିଜ ପ୍ରଶଂସକମାନଙ୍କ ସହ ହାତ ମିଳାଇ ଅଭିବାଦନ କରୁଥିବା ସମୟର ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ।

ଅନ୍ୟପକ୍ଷରେ ଅଭିନେତା ଅନିଲ କପୁର ମୁମ୍ବାଇରେ ଏକ ଇଭେଣ୍ଟରେ ପହଞ୍ଚିବା ପରେ ଏକ ଶ୍ବାସ କ୍ରିୟା ମାସ୍କ (ବ୍ରିଦିଂ ମାସ୍କ)  ପିନ୍ଧିଥିବାର ଦେଖାଯାଇଥିଲା । ଏହା ଅନୁମାନ କରିବା ଠିକ୍‌ ହେବ ଯେ ସେ ଭାରତରେ କରୋନାଭାଇରସର ମାମଲା ବୃଦ୍ଧି ପାଉଥିବା ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିଷୟରେ ଯତ୍ନବାନ ଅଛନ୍ତି । ଅଭିନେତା କାର୍ତ୍ତିକ ଆର୍ୟନ ଲେଖିଛନ୍ତି, ‘‘ସୁରକ୍ଷିତ ରୁହନ୍ତୁ, ଅଧିକ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ’’ ।

ବର୍ତ୍ତମାନ କରୋନାଭାଇରସର ପ୍ରଭାବରୁ ବର୍ତ୍ତିବା ପାଇଁ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଯଥା କଣ୍ଟାକ୍ଟ ଟ୍ରାକିଂ, ସ୍କ୍ରିନିଂ ଓ ସନ୍ଦିଗ୍ଧ କରୋନାଭାଇରସ ରୋଗୀଙ୍କ ସଙ୍ଗରୋଧ ବିଶ୍ବର ପାଖାପାଖି ସବୁ ଦେଶରେ ଆରମ୍ଭ କରାଯାଇଛି ।

ଭାରତର ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି କରୋନାଭାଇରସର ବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି । ଆଗାମୀ ଚଳଚ୍ଚିତ୍ରର ପୂର୍ବନିର୍ଧାରିତ ମୁକ୍ତିଲାଭ କାର୍ଯ୍ୟକ୍ରମ ବାତିଲ ହୋଇଛି, ସମସ୍ତ ବ୍ରଡୱେ ପଦର୍ଶନକୁ ସ୍ଥଗିତ ରଖାଯାଇଛି ଓ ଭିଡ଼କୁ ପୁଣି ସ୍ବାଗତ କରିବା ପାଇଁ ସ୍ଥିତି ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ ଷ୍ଟେଜ୍‌ ଶୋ ବାତିଲ୍‌ ହୋଇଛି ।

ଚୀନର ଉହାନ ସହରରୁ ଏହି କରୋନାଭାଇରସ ଉତ୍ପନ୍ନ ହୋଇଥିଲା । ଧୀରେ ଧୀରେ ଏହା ସମଗ୍ର ବିଶ୍ବରେ ନିଜର କାୟା ବିସ୍ତାର କରିଛି । ବର୍ତ୍ତମାନ ସମଗ୍ର ବିଶ୍ବରେ କରୋନାଭାଇରସର ମାମଲା ୧,୨୪,୦୦୦କୁ ବୃଦ୍ଧି ପାଇଛି ଓ ୪,୫୦୦ ଲୋକଙ୍କର ମୃତ୍ୟୁ ହୋଇଛି । ଭାରତରେ ମଧ୍ୟ ଏହା ବ୍ୟାପିଛି । ଏ ପର୍ଯ୍ୟନ୍ତ ଭାରତରେ କରୋନାଭାଇରସରେ ୭୫ ଜଣ ସଂକ୍ରମିତ ହୋଇଛନ୍ତି । କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି, ଯାହା ଏହି ମହାମାରୀରେ ଦେଶର ପ୍ରଥମ ମୃତ୍ୟୁ ।
First published: March 13, 2020, 7:24 PM IST