ଓଡ଼ିଶାକୁ ବିଜେପି ନିଜ ଅଭେଦ୍ୟ ଗଡ଼ରେ ପରିଣତ କରିବ: ଭର୍ଚୁଆଲ୍‌ ରାଲିରେ ଅମିତ ଶାହ

ୟୁପିଏ ସରକାର ଅପେକ୍ଷା ମୋଦି ସରକାର ଓଡ଼ିଶାକୁ ଯଥେଷ୍ଟ ଅଧିକ ଅନୁଦାନ ଦେଇଛନ୍ତି ଓ ଓଡ଼ିଶାର ବିକାଶ ସହ ଏହାକୁ ଏକ ବିକଶିତ ରାଜ୍ୟ କରିବା ପାଇଁ ମୋଦି ସରକାର ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି ଅମିତ ଶାହ ।

ଓଡ଼ିଶାକୁ ବିଜେପି ନିଜ ଅଭେଦ୍ୟ ଗଡ଼ରେ ପରିଣତ କରିବ: ଭର୍ଚୁଆଲ୍‌ ରାଲିରେ ଅମିତ ଶାହ
ନୂଆ ଦିଲ୍ଲୀରୁ ଓଡ଼ିଶା ପାଇଁ ବିଜେପିର ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରୁଛନ୍ତି ଅମିତ ଶାହ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ସଙ୍କଟ ମଧ୍ୟରେ ଜନତାଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଅଭିଯାନ ଚଳାଇଛି କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି । ରବିବାର ବିହାର ଓ ସୋମବାର ଦିଲ୍ଲୀରୁ ସିଧାସଳଖ ଓଡ଼ିଶାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃ଼ହ ମନ୍ତ୍ରୀ ତଥା ପୂର୍ବତନ ବିଜେପି ସଭାପତି ଅମିତ ଶାହ । ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ରେ ପରିଣତ କରିବା ପାଇଁ ଭର୍ଚୁଆଲ୍‌ ରାଲିରେ ଦେଇଛନ୍ତି ଆହ୍ବାନ ।

‘‘ୟୁପିଏ ସରକାର ଅପେକ୍ଷା ମୋଦି ସରକାର ଓଡ଼ିଶାକୁ ଯଥେଷ୍ଟ ଅଧିକ ଅନୁଦାନ ଦେଇଛନ୍ତି । ଓଡ଼ିଶାର ବିକାଶ ସହ ଏହାକୁ ଏକ ବିକଶିତ ରାଜ୍ୟ କରିବା ପାଇଁ ମୋଦି ସରକାର ସଙ୍କଳ୍ପବଦ୍ଧ । ଦେଶରୁ ଗରିବୀ ହଟାଇବା କାମ କରୁଛି ବିଜେପି । ୬୦ କୋଟି ଲୋକଙ୍କ ଜୀବନଧାରଣର ମାନ ବଦଳାଇଛି ମୋଦି ସରକାର । ୫୧ କୋଟି ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଇଛି ଓ ଉଜ୍ବଳା ଯୋଜନାରେ ୮ କୋଟି ଲୋକଙ୍କୁ ଗ୍ୟାସ୍‌ ସିଲିଣ୍ଡର ମିଳିଛି,’’ ଏହି ଭର୍ଚୁଆଲ୍‌ ରାଲିରେକହିଛନ୍ତି ଶାହ ।

ଶାହ ଆହୁରି କହିଛନ୍ତି ଯେ ମୋଦି ସରକାର ଅଢ଼େଇ କୋଟି ଘରେ ବିଜୁଳି ପହଞ୍ଚାଇଛନ୍ତି ଓ ୧୦ କୋଟି ଲୋକଙ୍କ ଘରେ ଶୌଚାଳୟର ବ୍ୟବସ୍ଥା କରିଛନ୍ତି । ଅଢ଼େଇ କୋଟି ଲୋକଙ୍କୁ ପକ୍କା ଘର ଦିଆଯାଇଛି । ଦେଶର ସୀମାକୁ ସୁରକ୍ଷିତ ରଖିଛନ୍ତି ମୋଦି ସରକାର ।

ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଶାହଙ୍କୁ ସମ୍ମାନିତ କରୁଛନ୍ତି ।


‘‘ଓଡ଼ିଶାର ୪୨ ପ୍ରତିଶତ ଲୋକଙ୍କ ଘରେ ଏ ପର୍ଯ୍ୟନ୍ତ ପାଇପ୍‌ ପାଣି ପହଞ୍ଚୁ ନାହିଁ । ୨୦୨୨ ସୁଦ୍ଧା ଦେଶର ୨୫ କୋଟି ଲୋକଙ୍କ ଘରେ ପାଇପ୍‌ ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି,’’ କହିଛନ୍ତି ଅମିତ ଶାହ । କରୋନା ଲଢେଇରେ ଦେଶର ବିଜେପି କର୍ମକର୍ତ୍ତା ୧୧ କୋଟି ଲୋକଙ୍କୁ ଭୋଜନ ଦେଇଛନ୍ତି ବୋଲି ସେ କହିଛନ୍ତି ।

ଏହି ଭର୍ଚୁଆଲ ରାଲିରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏକ ନୂଆ ଆତ୍ମବିଶ୍ବାସ ନେଇ ଭାରତ ଆଗକୁ ବଢୁଛି । ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ସଙ୍କଳ୍ପବଦ୍ଧ । ‘‘ଓଡ଼ିଶା ଭଳି ରାଜ୍ୟର ବିକାଶ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟର ପରିକଳ୍ପନା କରିଛନ୍ତି । ସବ୍‌ କା ସାଥ୍‌, ସବ୍‌ କା ବିକାଶ ଏବଂ ସବ୍‌କା ବିଶ୍ବାସ ପାଇଁ ମୋଦି ସରକାର କାର୍ଯ୍ୟ କରୁଛି । ବାତ୍ୟା ଅମ୍ଫନର ମୁକାବିଲା ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ୫ ଶହ କୋଟି ସହାୟତା ଯୋଗାଇ ଦେଇଛନ୍ତି,’’ ସେ କହିଛନ୍ତି ।

ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ରର ସହଯୋଗ ଓ ସହାୟତା ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଦଳର ଅନ୍ୟ ତୁଙ୍ଗ ନେତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଓ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 8, 2020, 11:52 PM IST
corona virus btn
corona virus btn
Loading