News18 Odia Digital
ନୂଆ ଦିଲ୍ଲୀ: ସାରା ଦେଶ କୋଭିଡ୍-୧୯ ବିରୋଧରେ ଲଢ଼େଇ କରୁଛି । ପ୍ରଧାନ ମନ୍ତ୍ରୀଙ୍କ ସହ ମିଶି ଦେଶର ୧୩୦ କୋଟି ଜନତା ଲଢ଼ୁଛନ୍ତି ଓ ଭାରତର ଲଢ଼େଇକୁ ସବୁ ଦେଶ ପ୍ରଶଂସା କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନ୍ୟୁଜ ୧୮କୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ଶାହ ଭାରତବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଭାରତରେ ତିଆରି ହେଉଥିବା ବସ୍ତୁ କିଣନ୍ତୁ ଓ ବ୍ୟବହାର କରନ୍ତୁ ।
‘‘ଭାରତରେ କରୋନା ମୃତ୍ୟୁ ହାର ଅନ୍ୟ ଦେଶମାନଙ୍କ ଠାରୁ ବହୁତ କମ୍ ରହିଛି । ବିଶ୍ବରେ ମୃତ୍ୟୁ ହାର ୬.୧୫ ପ୍ରତିଶତ ଥିବା ବେଳେ ଭାରତରେ ଏହା ୨.୮ ପ୍ରତିଶତ ରହିଛି । ଲକଡାଉନ୍ ପଦକ୍ଷେପ ଓ ଲୋକଙ୍କ ସଂଯମ ଓ ସତର୍କତା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ସବୁ ପ୍ରସ୍ତୁତି ପରେ ହିଁ ଅନଲକ୍-୧ ଆଣିବାର ନିଷ୍ପତ୍ତି ନିଆଯାଇଛି,’’ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ନ୍ୟୁଜ ୧୮ର ଏଡିଟର-ଇନ୍-ଚିଫ୍ ରାହୁଲ ଯୋଶୀଙ୍କ ସହ ଏକ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ଶାହ କହିଛନ୍ତି ଯେ ଲକଡାଉନ୍ ବେଳେ ଶ୍ରମିକମାନେ ଯେମିତି ହଇରାଣ ହରକତ ନ ହେବେ ସେଥି ପାଇଁ ଶ୍ରମିକଙ୍କ ପାଇଁ ୧୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବସ୍ରେ ୪୧ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ପଠାଯାଇଥିବା ବେଳେ ୪ ହଜାରରୁ ଅଧିକ ଟ୍ରେନ୍ରେ ୫୫ ଲକ୍ଷ ଶ୍ରମିକଙ୍କୁ ପଠାଯାଇଛି ।
ମୋଦି ସରକାରଙ୍କ ଦୁଇ ପର୍ଯ୍ୟାୟ ଶାସନରେ ଦେଶ ପାଇଥିବା ସଫଳତା ବଖାଣିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ଯେ ମୋଦି ସରକାର ଗରିବ ଲୋକଙ୍କ ଜୀବନ ଶୈଳୀ ସୁଧାରିଛନ୍ତି । ଉଜ୍ବଳା ଯୋଜନାରେ ଉପକୃତ ହୋଇଛନ୍ତି ୮ କୋଟି ଲୋକ । ଏହି ଯୋଜନାରେ ୭.୫ କୋଟି ଗ୍ୟାସ୍ ସିଲିଣ୍ଡର ଦିଆଯାଇଛି । ଅଢ଼େଇ କୋଟି ପରିବାରକୁ ମିଳିଛି ବିଦ୍ୟୁତ ସଂଯୋଗ । ଦେଶର ସୀମା ସୁରକ୍ଷାକୁ ନିଶ୍ଚିତ କରିଛନ୍ତି ମୋଦି ସରକାର । ସେନାରେ ସମନ୍ବୟ ପାଇଁ CDS ନିଯୁକ୍ତି ଦିଆଯାଇଛି ।
ଶାହା କହିଛନ୍ତି ଯେ ପି.ଏମ୍. କିଷାନ ସମ୍ମାନ ଯୋଜନାରେ କୃଷକମାନେ ଉପକୃତ ହୋଇଛନ୍ତି । ସାଢ଼େ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୭୨ ହଜାର କୋଟି ଟଙ୍କା । ଧାରା ୩୭୦ ଓ ୩୫-Aକୁ ମୋଦି ସରକାର ଉଚ୍ଛେଦ କରିଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ହୋଇଛି । ମୋଦି ସରକାରରେ ୭୫ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି ବୋଲି କହିଛନ୍ତି ଶାହ ।
ଏହା ବି ପଢ଼ନ୍ତୁ: ଇଂଲଣ୍ଡରେ ଆଜି ଠାରୁ ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।