News18 Odia Digital
ନୂଆ ଦିଲ୍ଲୀ: ଦେଶରୁ କରୋନା ଭାଇରସ (COVID-19) ସଂକ୍ରମଣର ଭୟ ଯାଇ ନାହିଁ । ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ ଆଗକୁ ସଂକ୍ରମଣର ସ୍ଥିତି ଆହୁରି ଭୟାବହ ହୋଇପାରେ । କରୋନା ସଂକ୍ରମଣର ତୃତୀୟ ତରଙ୍ଗ ଆସିପାରେ ବୋଲି ଆଶଙ୍କା କରି ଇଣ୍ଡିଆନ୍ ସୋସାଇଟି ଫର୍ କ୍ରିଟିକାଲ୍ କେୟାର ମେଡିସିନ୍ (ISCCM) ଶନିବାର ଦିନ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ଯେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ସହିତ ସବୁ ସୁବିଧା ଥିବା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଚିକିତ୍ସା ୟୁନିଟ୍ ଖୋଲାଯାଉ ।
ଆଇ.ଏସ୍.ସି.ସି.ଏମ୍. ଶନିବାର ଦିନ ନିଜ ୨୮ତମ ସ୍ଥାପନା ଦିବସ ପାଳନ କରିବା ସହ ଦୁଇ-ଦିନିଆ ଗବେଷଣା ସମ୍ମିଳନୀ ଆୟୋଜନ କରିଥିଲା । ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଭାରତୀୟ ଡାକ୍ତରମାନଙ୍କୁ ନିକଟ ଭବିଷ୍ୟତରେ କ୍ଲିନିକାଲ ଗବେଷଣାର ଅଗ୍ର ଭାଗକୁ ଆଣିବା ।
ଏହା ବି ପଢ଼ନ୍ତୁ | ଶ୍ରୀନଗରରେ ସ୍କୁଲରେ ପହଞ୍ଚିଲେ ଆତଙ୍କବାଦୀ, ଦୁଇ ଜଣ ଶିକ୍ଷକଙ୍କୁ ଗୁଳି ମାରି ହତ୍ୟା କଲେଆଇ.ଏସ୍.ସି.ସି.ଏମ୍. ଏକ ବିବୃତ୍ତିରେ କହିଛି ଯେ ଏହି ସମ୍ମିଳନୀରେ କରୋନା ସଂକ୍ରମଣରେ ଗୁରୁତର ହୋଇଥିବା ରୋଗୀଙ୍କୁ ଚିକିତ୍ସା କରି ବଞ୍ଚାଇବା ଦିଗରେ ଲାଇଫ୍-ଲାଇନ୍ ଭାବରେ କାର୍ଯ୍ୟ କରୁଥିବା ଡାକ୍ତରଖାନାଗୁଡ଼ିକରେ ଗୁରୁତର ରୋଗୀ ଚିକିତ୍ସା ୟୁନିଟଗୁଡିକ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | Bigg Boss 15: ଶମିତା ଶେଟ୍ଟୀଙ୍କୁ ‘‘ଆଣ୍ଟି’’ ଡାକିଲେ କରଣ କୁନ୍ଦ୍ରା; ତା’ ପରେ ସ୍ଥିତି ହେଲା ଅସମ୍ଭାଳବିବୃତ୍ତି ଅନୁଯାୟୀ ଏହି ଅଧିବେଶନରେ ୪୫୦ରୁ ଅଧିକ ଡାକ୍ତର, ବିଶେଷଜ୍ଞ, ନର୍ସ ଓ ଟେକ୍ନିସିଆନ୍ ଅଂଶ ଗ୍ରହଣ କରିଥିଲେ। ଆଇ.ଏସ୍.ସି.ସି.ଏମ୍.ର ସଭାପତି ଡଃ ଦୀପକ ଗୋଭିଲ୍ କହିଛନ୍ତି ଯେ ଦେଶରେ ଗୁରୁତର ରୋଗୀ ସେବା ବିଶେଷଜ୍ଞ, ନର୍ସ ଓ ଟେକ୍ନିସିଆନଙ୍କ ଅଭାବ ଦେଖାଦେଇଛି । ମହାମାରୀ ସମୟରେ ଏହି ଅଭାବ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | କରଣ ମେହେରା କହିଲେ ନିଶା ରାୱଲଙ୍କର ପର ପୁରୁଷ ସହ ପ୍ରେମ ଥିଲା; ‘‘ମୁଁ ତାଙ୍କୁ କ୍ଷମା କରିଦେଇଥିଲି’’ଡଃ ଗୋଭିଲ୍ କହିଛନ୍ତି ଯେ ଦେଶରେ ସାଧାରଣ ଲୋକଙ୍କ ପାଇଁ କ୍ରିଟିକାଲ୍ କେୟାର୍ ଅଧିକ ସୁଗମ ଓ ସୁଲଭ ହେବା ଉଚିତ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।