News18 Odia Digital
ଏବେ ବି ଅନେକ ଲୋକ କୋଭିଡ-୧୯ରୁ (COVID-19) ନିଜକୁ ଓ ଅନ୍ୟମାନଙ୍କୁ ରକ୍ଷା କରିବାକୁ ଜରୁରୀ ଥିବା ମାସ୍କ ପିନ୍ଧୁ ନ ଥିବା ବେଳେ ମାସ୍କ ଯେ କେତେ ଜରୁରୀ ତାହା ଜଣେ ଆମେରିକୀୟ ମହିଳା ଏହି ମାହାମାରୀରେ ମୃତ୍ୟୁ ପୂର୍ବରୁ ବନେଇଥିବା ଏକ ଭିଡିଓରୁ ଅନୁଭବ କରିହେବ । ସେହି ଭିଡିଓଟିକୁ ଏ ପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।
ସାରା ମୋଣ୍ଟୋୟା (Sara Montoya) ନାମକ ଏହି ୪୩-ବର୍ଷୀୟ ମହିଳା ବନେଇଥିବା ସେହି ଭିଡିଓରେ କହିଛନ୍ତି: ‘‘ମୋ’ ଜୀବନରେ ମୁଁ କେବେ ଭାବି ନ ଥିଲି ଯେ ଯେଉଁ ନିଶ୍ୱାସକୁ ଆମେ ପ୍ରତି ମୁହୂର୍ତ୍ତରେ ନେଉଥାଉ ଆଉ ସକାଳେ ନିଦରୁ ଉଠିବା ଠାରୁ କେବେ ତା’ ପ୍ରତି ଧ୍ୟାନ ଦେଉ ନ ଥାଉ ସେହି ନିଶ୍ୱାସ ପାଇଁ ମୁଁ ଦିନେ ସଂଗ୍ରାମ କରିବି । ଆପଣ ଦୟାକରି ନିଜ ପରିବାରକୁ ବିପଦରେ ପକାନ୍ତୁ ନାହିଁ… ଏହା ମୂଲ୍ୟହୀନ ନୁହେଁ। ଆପଣ ମାସ୍କ ଲଗାନ୍ତୁ। ଯଦି ଆବଶ୍ୟକତା ନାହିଁ ତେବେ ବାହାରକୁ ଯାଆନ୍ତୁ ନାହିଁ ।’’
“ମୁଁ ମୋ’ ପିଲାମାନଙ୍କୁ ମନେ ପକାଉଛି। ମୁଁ ମୋ’ ସ୍ୱାମୀଙ୍କୁ ମନେ ପକାଉଛି... ଭଗବାନଙ୍କ ଦୟାରୁ ମୁଁ ଏହି ଡାକ୍ତରଖାନାରୁ ବାହାରକୁ ଯିବି। ମୁଁ ଜାଣେ ନାହିଁ କେବେ ଯିବି, କିନ୍ତୁ ନିଶ୍ଚୟ ଯିବି,’’ ସେହି ଭିଡିଓରେ କହିଛନ୍ତି ସାରା । ହେଲେ ସେ ସେହି ହସପିଟାଲରୁ ଜୀବନ୍ତ ବାହାରି ନ ଥିଲେ । ସେଇଠି ତାଙ୍କର କରୋନା ଭାଇରସ୍ (Coronavirus) କାରଣରୁ ମୃତ୍ୟୁ ହୋଇଥିଲା ।
ଦେଖନ୍ତୁ ସାରାଙ୍କ ସେହି ଭିଡିଓ:ସାରାଙ୍କ ଝିଅ ଜସ୍ମିନ୍ ଚାଭେଜ୍ ଯେତେବେଳେ ଶୁଣିଲେ ଯେ ତାଙ୍କ ମା’ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ଲୋକଙ୍କୁ COVID-19କୁ ଗୁରୁତ୍ୱର ସହ ନେବାକୁ ଅନୁରୋଧ କରିଛନ୍ତି, ସେ ଲଜ୍ଜିତ ହୋଇଥିଲେ । ସେ ଏହାକୁ ହଟାଇବାକୁ ତାଙ୍କ ମା’ଙ୍କୁ କହିଥିଲେ, କିନ୍ତୁ ସାରା ମୋଣ୍ଟୋୟା ମନା କରିଦେଇଥିଲେ।
“ମୁଁ ଖୁସି ଯେ ସେ ମୋ’ କଥା ଶୁଣି ନାହାଁନ୍ତି। ତାଙ୍କ ଭିଡିଓ ୫ ମିଲିୟନରୁ ଅଧିକ ଥର ଦେଖାଯାଇଛି । ମୁଁ ଖୁସି ଯେ ଲୋକେ ଏହି ଭାଇରସ୍ ସତରେ ଅଛି ବୋଲି ଜାଣୁଛନ୍ତି,’’ ଆମେରିକୀୟ ସମ୍ବାଦପତ୍ର ‘ଟୁଡେ’କୁ କହିଛନ୍ତି ୨୪-ବର୍ଷୀୟା ଜସ୍ମିନ୍ ଚାଭେଜ୍ ।

ନିଜ ତିନି ଝିଅଙ୍କ ସହ ସାରା ମୋଣ୍ଟୋୟା (ବାମ)
‘‘ମୁଁ ପ୍ରକୃତରେ ଭାବିଥିଲି ସେ (ତାଙ୍କ ମା’) ଅକ୍ସିଜେନ୍ ମେସିନ୍ ନେଇ ଘରକୁ ଆସିବେ। ମୋ’ ପରିବାର ତାଙ୍କୁ ଲୋଡ଼ୁଥିଲା । ମୁଁ କେବଳ ଚାହୁଁଛି ଆମ ସମ୍ପ୍ରଦାୟ ଏହି ଭୂତାଣୁକୁ ଗମ୍ଭୀରତାର ସହ ନେଉ,’’ କହିଛନ୍ତି ଜସ୍ମିନ୍ ।
ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶଏହା ବି ପଢ଼ନ୍ତୁ | କେରଳର ୧୦୩ ବର୍ଷ ବୟସ୍କ ବ୍ୟକ୍ତି ଦେଲେ କରୋନାକୁ ମାତ୍ ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ବଡ଼ ସଫଳତାଜୁଲାଇ ୫ ତାରିଖରେ ତାଙ୍କ ମା’ ସାରା ସେହି ଭିଡିଓଟି ପୋଷ୍ଟ କରିବା ପରେ ତାଙ୍କ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ସେ ଅଗଷ୍ଟ ୧୩ ତାରିଖରେ COVID-19 ଯୋଗୁଁ ମୃତ୍ୟୁ ବରଣ କରିଥିଲେ । ଏବେ ଜସ୍ମିନ୍ ସେହି ପୂରା ଭିଡିଓଟିକୁ ଦେଖିଛନ୍ତି ଓ ତାଙ୍କ ମା’ ସେଥିରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସେୟାର କରିଥିବାରୁ କୃତଜ୍ଞ ଅନୁଭବ କରୁଛନ୍ତି।
ଜୁନ୍ ମାସର ଶେଷ ଆଡ଼କୁ ସାରା ମୋଣ୍ଟୋୟା ଏକ ସାଧାରଣ ସାଇନସ୍ ସଂକ୍ରମଣରେ (simple sinus infection) ପୀଡ଼ିତ ହୋଇଛନ୍ତି ବୋଲି ଭାବି ଏକ ସ୍ଥାନୀୟ ଡାକ୍ତରଖାନାକୁ ଯାଇଥିଲେ । ସେଠି ଡାକ୍ତରମାନେ ତାଙ୍କୁ COVID-19 ଲକ୍ଷଣ ନ ଥିବାରୁ ଘରକୁ ପଠାଇଦେଇଥିଲେ। ହେଲେ ପରେ ତାଙ୍କ ଦେହରେ କୋଭିଡ-୧୯ ସଂକ୍ରମଣ ଚିହ୍ନଟ କରାଯାଇଥିଲା ଓ ଚିକିତ୍ସା ଆରମ୍ଭ କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।