ଭାରତରେ ମିଳିପାରେ ସିଙ୍ଗଲ ଡୋଜ କରୋନା ଟିକା; ଆବେଦନ କଲା ଜନସନ ଆଣ୍ଡ ଜନସନ କମ୍ପାନୀ

ଭାରତର ସିଙ୍ଗଲ ଡୋଜ ଟିକା ମିଳିପାରେ। ଏହା ଫଳରେ ଗୋଟିଏ ମାତ୍ର ଡୋଜ ଟିକା କମ ସମୟ ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଦେବା ସହଜ ହେବ।

ଭାରତରେ ମିଳିବ ସିଙ୍ଗଲ ଡୋଜ ଟିକା (ପ୍ରତୀକାତ୍ମକ ଛବି)

ଭାରତରେ ମିଳିବ ସିଙ୍ଗଲ ଡୋଜ ଟିକା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ୱାଶିଂଟନ: ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ କରୋନା ବିରୋଧୀ ସିଙ୍ଗଲ ଡୋଜ ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଲୋଡ଼ିଛି। ଯଦି ଏହାକୁ ସରକାର ଅନୁମୋଦନ କରନ୍ତି, ତେବେ ଏହା ଚତୁର୍ଥ ଟିକା ହେବ, ଯାହା ସାହାଯ୍ୟରେ ଭାରତରେ ମହାମାରୀ ବିରୋଧରେ ଲଢେ଼ଇ କରିବା ସମ୍ଭବ ହୋଇପାରିବ। ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିସିଲ୍ଡ ଓ ଋଷିଆ ଟିକା ସ୍ପୁଟନିକ-ଭି ସହାୟତାରେ ଏକ ବିଶାଳ ଟିକାକରଣ ଅଭିଯାନ ଚାଲିଛି।

କୋଭାକ୍ସିନ୍, କୋଭିସିଲ୍ଡ ଓ ସ୍ପୁଟ୍ନିକ-ଭି, ଏହି ତିନିଟି ହେଉଛି ଡବଲ୍-ଡୋଜ୍ ଟିକା।  ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ୪୯.୫୩ କୋଟିରୁ ଅଧିକ ଡୋଜ ଦିଆଯାଇଛି।  ଜରୁରୀକାଳୀନ ବ୍ୟବହାର ପାଇଁ ଯଦି ଜନସନ ଆଣ୍ଡ ଜନସନଙ୍କ ଟିକା ଅନୁମୋଦିତ ହୁଏ, ତେବେ ଏହା ଭାରତରେ ବ୍ୟବହୃତ ପ୍ରଥମ ସିଙ୍ଗଲ୍ ଡୋଜ୍ ଟିକା ହେବ।

ସୋମବାର ଦିନ  କମ୍ପାନୀ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଅଗଷ୍ଟ ୫ ତାରିଖରେ ଜନସନ ଆଣ୍ଡ ଜନସନ ତା'ର ସିଙ୍ଗଲ ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କରିଛି। ଆମର ଆଶା ଖୁବ ଶୀଘ୍ର ଏହାକୁ ବ୍ୟବହାର ପାଇଁ ଅନୁମତି ମିଳିବ। ବୟୋଲୋଜିକାଲ ଇ ଆମର ବିଶ୍ୱସ୍ତରୀୟ ସପ୍ଲାଏ ଚେନର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି କମ୍ପାନୀ ସହାୟତାରେ ଜନସନ ଆଣ୍ଡ ଜନସନ ବିଶ୍ୱର ବିଭିନ୍ନ ପ୍ରାନ୍ତକୁ ଟିକା ପଠାଇ ପାରୁଛି।

ଭାରତ ପରି ଘନ ଜନସଂଖ୍ୟା ବିଶିଷ୍ଟ ଦେଶରେ ଗୋଟିଏ ମାତ୍ର ଡୋଜ ଟିକା କମ ସମୟ ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ସହଜ କରିବ।
Published by:Soumya Das
First published: