ଲକଡାଉନରେ ଡେଲିଭରୀ କର୍ମୀଙ୍କୁ Amazon, BigBasket, Grofers ଓ MedLife ପ୍ରଶଂସା କଲେ

ଏକ ମିଳିତ ମୋର୍ଚ୍ଚା ଗଢ଼ି ଏହି କମ୍ପାନୀଗୁଡ଼ିକ ଚିନ୍ତିତ ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ସତେଜ ଉତ୍ପାଦ, ଜୀବନ ରକ୍ଷାକାରୀ ଔଷଧ ଓ ଅନ୍ୟାନ୍ୟ ଜରୁରୀ ଜିନିଷ ସେମାନଙ୍କ ଘରର ଦ୍ୱାରରେ ପହଞ୍ଚାଇବେ ।

ଲକଡାଉନରେ ଡେଲିଭରୀ କର୍ମୀଙ୍କୁ Amazon, BigBasket, Grofers ଓ MedLife ପ୍ରଶଂସା କଲେ
ଜଣେ ଆମାଜନ୍‌ ଡେଲିଭରୀ କର୍ମୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସାପ୍ତାହିକ ତେଜରାତି ସାମଗ୍ରୀ କିମ୍ବା ମାସିକ ଚିକିତ୍ସା ସାମଗ୍ରୀ ପାଇବା ଅତ୍ୟାବଶ୍ୟକ ସେବା ମଧ୍ୟରୁ ଗୋଟିଏ ଅଟେ ଯାହାକୁ ଏହି ଲକଡାଉନ୍ ସମୟରେ ପ୍ରଦାନ କରିବା ପାଇଁ ଅନୁମତି ଦିଆଯାଇଛି । ସମଗ୍ର ଦେଶ ଏହି ୨୧ ଦିନିଆ ଲକଡାଉନର ମାନସିକ ଚାପ ଓ କଷ୍ଟକୁ ଅନୁଭବ କରୁଛି । କିନ୍ତୁ ସେହି ଲୋକମାନଙ୍କ ବିଷୟରେ କଣ, ଯେଉଁମାନେ ବୃଦ୍ଧାବସ୍ଥା, ଅସୁସ୍ଥତା ଯୋଗୁଁ କିମ୍ବା ଶିଶୁ କିମ୍ବା ବିକଳାଙ୍ଗ ବ୍ୟକ୍ତିଙ୍କର ଯତ୍ନ ନେଉଥିବା ଏକମାତ୍ର ବ୍ୟକ୍ତି ହୋଇଥିବା କାରଣରୁ ଦୋକାନକୁ ଯାଇପାରନ୍ତି ନାହିଁ? ଆମ ଭିତରୁ ଅନେକ ଘରେ ହିଁ ରହୁଥିବା ଏବଂ ସାମାଜିକ ଦୂରତା କୁ ବଜାୟ ରଖୁଥିବାର ଏହିଭଳି ଅନେକ କାରଣ ଅଛି ।

ତଥାପି ଦୈନନ୍ଦିନ ଜୀବନ ଅତିବାହିତ କରିବାକୁ ଆମ ସମସ୍ତଙ୍କୁ ଖାଦ୍ୟ ଏବଂ ଔଷଧ ଏବଂ ଆବଶ୍ୟକ ହେଉଥିବା ଜିନିଷଗୁଡ଼ିକର ଆବଶ୍ୟକତା ହୋଇଥାଏ। ଏହାକୁ ହଜାର ହଜାର ସାହାସୀ ବିତରଣ କରୁଥିବା ପ୍ରତିନିଧି ମାନେ ସମ୍ଭବପର କରିଛନ୍ତି ଯେଉଁମାନେ କି ଆମ ପାଇଁ ଆମର ଜୀବନ ରେଖା ହୋଇ ଆମର ଦୈନନ୍ଦିନ ଜରୁରୀ ଜିନିଷ ଆମ ହାତ ପହଞ୍ଚରେ ପହଞ୍ଚାଇ ଆମକୁ ସହାୟତା କରିଛନ୍ତି। ଏହା କେବଳ ଉପଯୁକ୍ତ ଯେ ଆମେ ଏହି ଅତ୍ୟଧିକ ଉତ୍ତେଜନା ଏବଂ ସଙ୍କଟ ସମୟରେ ଏହି ଲୋକମାନଙ୍କୁ ସେମାନଙ୍କର ଅକ୍ଲାନ୍ତ ଏବଂ ଦୃଢ ପରିଶ୍ରମ ପାଇଁ ଅଭିବାଦନ ଜଣାଉଛୁ।

ସେବା କରୁଥିବା ପଛରେ ଥିବା ଲୋକଙ୍କୁ ଏକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି Amazon, BigBasket, Grofers ଏବଂ MedLife ଏକ ଭିଡିଓ ପ୍ରଦର୍ଶନ କରୁଛି ଯାହାକି ଆମକୁ ଏହି ନେଟୱର୍କ ପାଇଁ କୃତଜ୍ଞ ହେବାକୁ ମନେ ପକାଇଦେଇଥାଏ ଯାହାକି ପ୍ରତ୍ୟେକ ଦିନ ଏହି ରାଷ୍ଟ୍ରର ଲୋକଙ୍କର ସେବା କରିବାରେ ଲାଗିଥାଏ।

(ପ୍ରତୀକାତ୍ମକ ଛବି)


#HumSabEkSaath (#ଆମେ ସମସ୍ତେ ଏକା ସହିତ) ସଂଗୀତ ଗାଇ ସେମାନେ ଘରେ ରହିବାକୁ ଏବଂ ନିରାପଦରେ ରହିବାକୁ ମନେ ପକାଇଦିଅନ୍ତି। ହାତ ମିଶେଇ ଏବଂ ଏକ ମିଳିତ ମୋର୍ଚା ଉପସ୍ଥାପନ କରି ସେମାନେ ଚିନ୍ତିତ ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ସତେଜ ଉତ୍ପାଦ, ଜୀବନ ରକ୍ଷାକାରୀ ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ସେମାନଙ୍କ ଘରର ଦ୍ୱାରରେ ପହଞ୍ଚାଇବେ। ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ କରାଯାଇ ଏବଂ ସମସ୍ତ ସାମାଜିକ ଦୂରତା ପାଇଁ ଥିବା ନିୟମ ଗୁଡ଼ିକୁ ମାନୁଥିବା ସହିତ ଏହି ଭିଡିଓ ଦେଶରେ ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇଛି। କାହିଁକି? କାରଣ ଦିନର ଶେଷରେ, ଆମେ ସମସ୍ତେ ଗୋଟିଏ ଦେଶ, ଗୋଟିଏ ରାଷ୍ଟ୍ର ଅଟୁ ଏବଂ ଆମର ଆବଶ୍ୟକତା ସମୟରେ ଯେଉଁମାନଙ୍କୁ ଆମେ ଅଧିକ ଆବଶ୍ୟକ କରୁ, ସେମାନେ ଆମ ପାଇଁ ଅଛନ୍ତି, ସେମାନଙ୍କୁ ଆମେ ନିଶ୍ଚିତ ଧନ୍ୟବାଦ ଜଣାଇବା ଆବଶ୍ୟକ।

ଏଠାରେ #TogetherForIndia ଭିଡିଓ ଦେଖନ୍ତୁ ।

First published: April 4, 2020, 3:01 PM IST
corona virus btn
corona virus btn
Loading