ଆସନ୍ତା ଜାନୁଆରୀ ମାସ ଠାରୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ ଓ କଲେଜ!
ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ କ୍ଲାସ୍ ହେବ ଓ ଅତି କମରେ ୧୦୦ ଦିନ ପାଠପଢ଼ା ହେବ । ସ୍କୁଲ ଖୋଲିବା ପରେ ଛୁଟି ଦିନରେ ମଧ୍ୟ ପାଠପଢ଼ା କାର୍ଯ୍ୟ ଜାରି ରହିବ । ଏପରିକି ଶନିବାର ଓ ରବିବାର ଦିନରେ ମଧ୍ୟ ପିଲାଙ୍କୁ ସ୍କୁଲରେ ପାଠପଢ଼ା ଯିବ ।

ଆସନ୍ତା ଜାନୁଆରୀ ମାସ ଠାରୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ ଓ କଲେଜ!
- News18 Odia
- Last Updated: December 10, 2020, 2:52 PM IST
ଭୁବନେଶ୍ୱର: ରାଜ୍ୟରେ ନୂଆବର୍ଷ ଠାରୁ ସମସ୍ତ ସ୍କୁଲ ଓ କଲେଜ ଖୋଲିପାରେ । ଏହାକୁ ନେଇ ରାଜ୍ୟ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ । ରାଜ୍ୟରେ ଜାନୁଆରିରେ ସମସ୍ତ ସ୍କୁଲ ଖୋଲିବାକୁ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
"ନୂଆବର୍ଷରେ ଆଶା କରୁଛୁ ପିଲା କଲେଜରେ କ୍ଲାସ୍ କରିବେ । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ୟୁଜି ଓ ପିଜି ସେମିଷ୍ଟର ଘୁଞ୍ଚାଯିବ । ୭୦ ରୁ ୮୦ ଦିନ ପାଠପଢା ଯିବା ପରେ ପରୀକ୍ଷା କରାଯିବ । ଯଦି କଲେଜ ଖୋଲିବା ବିଳମ୍ବ ହୁଏ ତେବେ ପାଠ୍ୟକ୍ରମର ମଧ୍ୟ ହ୍ରାସ କରାଯିବ । ଅନଲାଇନ୍ କ୍ଲାସ ଆଧାରରେ ପରୀକ୍ଷା ହେଲେ ଫେଲ୍ ପ୍ରତିଶତ ବୃଦ୍ଧି ପାଇବ," କହିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।
ରାଜ୍ୟରେ କରୋନା କଟକଣା ଯୋଗୁଁ ଦୀର୍ଘ ନଅ ମାସ ଧରି ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ବିଗତ ଦିନରେ ଅନଲାଇନ୍ରେ ପାଠପଢା ହୋଇଥିଲେ ମଧ୍ୟ ଏହା ସମସ୍ତଙ୍କ ପାଇଁ ଉପଯୋଗୀ ହୋଇପାରି ନାହିଁ । ଅନ୍ଲାଇନ୍ରେ କ୍ଲାସ୍ ହେଉଥିଲେ ଅଫଲାଇନରେ ସମସ୍ତ ପରୀକ୍ଷା ହେବ ବୋଲି ସରକାର ତରଫରୁ ସୂଚନା ମିଳିଛି । ମାଟ୍ରିକ୍ ଓ ଯୁକ୍ତ-୨ ପରୀକ୍ଷା ଅଫ୍ଲାଇନ୍ରେ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସରକାର କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନେବେ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।