ଭୁବନେଶ୍ୱରରେ ସବୁ ଧାର୍ମିକ ଅନୁଷ୍ଠାନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା; ଗହଳି ଉପରେ ନଜର

କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ବି.ଏମ୍.ସି. ୟୁନିଟ-୩ ସ୍ଥିତ ଭାରତୀୟ ବିଦ୍ୟା ଭବନକୁ ସିଲ୍ କରିଛି । ସେଠାରେ କଟକଣାକୁ ଖିଲାପ କରି ଅଫଲାଇନରେ ଚାଲିଥିଲା ପରୀକ୍ଷା । କଳିଙ୍ଗ ଏକାଡେମୀ ଓ ଆଦିତ୍ୟ ଏକାଡେମୀକୁ ବି ସିଲ୍ କରାଯାଇଛି ।

ଭୁବନେଶ୍ୱରରେ ସବୁ ଧାର୍ମିକ ଅନୁଷ୍ଠାନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା; ଗହଳି ଉପରେ ନଜର
ଏକ କୋଚିଂ ସେଣ୍ଟରକୁ ସିଲ୍ କରୁଛନ୍ତି ବି.ଏମ୍.ସି. ଅଧିକାରୀମାନେ ।
  • News18 Odia
  • Last Updated: April 20, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଥିବା କୋଭିଡ ସଂକ୍ରମଣ ସ୍ଥିତିକୁ ଦେଖି ଭୁବନେଶ୍ୱରରେ ଥିବା ସବୁ ଧାର୍ମିକ ଅନୁଷ୍ଠାନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.) । ଏଥିରେ ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୀର୍ଜା ସାମିଲ୍‌ ଅଛନ୍ତି ।

ସବୁ ଧାର୍ମିକ ଅନୁଷ୍ଠାନରେ ନୀତିକାନ୍ତି ଚାଲିବ, କିନ୍ତୁ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ । କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗ ଆସିବା ପରେ ଭାରତୀୟ ବିଦ୍ୟା ଭବନ, କଳିଙ୍ଗ ଏକାଡେମୀ ଓ ଆଦିତ୍ୟ ଏକାଡେମୀକୁ ମଧ୍ୟ ସିଲ୍‌ କରିଛି ବି.ଏମ୍‌.ସି.। କୋଭିଡର ଦ୍ୱିତୀୟ ଲହରର ପ୍ରକୋପକୁ ଦୃଷ୍ଟିରେ ରଖି ବି.ଏମ୍‌.ସି. ଏହି ନିଷ୍ପତ୍ତି ନେଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି; ଜାଣନ୍ତୁ ସେ କହିଲେ

ବିଭିନ୍ନ ଧର୍ମର ଧର୍ମଗୁରୁ ଓ କର୍ମକର୍ତ୍ତାଙ୍କ ସହ ଭର୍ଚ୍ଚୁଆଲ ମାଧ୍ୟମରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି ବି.ଏମ୍‌.ସି. । ଏଥି ପାଇଁ ପୂର୍ବ ଭଳି ଗାଇଡ଼ଲାଇନ ବି ଜାରି କରାଯାଇଛି । ଦୁଇ ଦିନ ତଳେ ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ମଙ୍ଗଳବାର ଦିନ ସହରର ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ମଠ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଭାରତୀୟ ବିଦ୍ୟା ଭବନରେ କଟକଣାକୁ ଖିଲାପ କରି ଅଫଲାଇନରେ ଚାଲିଥିଲା ପରୀକ୍ଷା ।


‘‘କୋଭିଡର ସ୍ଥିତିକୁ ଦେଖି ପୂର୍ବ ଭଳି ଏ ଥର ବି ଆମେ ସବୁ ମନ୍ଦିର ଓ ସବୁ ଧର୍ମାନୁଷ୍ଠାନ ଉପରେ କଟକଣା ଲଗାଇଛୁ । ଭକ୍ତମାନେ ଧର୍ମାନୁଷ୍ଠାନ ଭିତରକୁ ଯାଇପାରିବେ ନାହିଁ କି ଦର୍ଶନ କରିପାରିବେ ନାହିଁ । ଯେଉଁମାନେ ଧର୍ମାନୁଷ୍ଠାନ ଭିତରେ ପୂଜାର୍ଚ୍ଚନା ପାଇଁ ଅଛନ୍ତି ସେମାନେ ବି ନିୟମ ମାନି ପୂଜାର୍ଚ୍ଚନା କରିବେ ବୋଲି ନିୟମ ଜାରି ହୋଇଛି,’’ କହିଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଫେସିଆଲ୍ ଟ୍ରିଟ୍ମେଣ୍ଟ୍ ତାମିଲ୍ ଅଭିନେତ୍ରୀଙ୍କ ମୁହଁ ଖରାପ କରିଦେଲା; PHOTO ଶେୟାର୍ କରି କହିଲେ

ଧାର୍ମିକ ଅନୁଷ୍ଠାନ ସହ ଶିକ୍ଷାନୁଷ୍ଠାନ, ଗହଳି ମାର୍କେଟ, ହୋଟେଲ, ରେଷ୍ଟୁରାଣ୍ଟ ଓ ମେଡ଼ିସିନ୍ ଷ୍ଟୋରଗୁଡ଼ିକ ଉପରେ ବି ତୀକ୍ଷ୍ଣ ନଜର ରଖିଛି ବି.ଏମ୍‌.ସି. । ମଙ୍ଗଳବାର ଦିନ କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ବି.ଏମ୍‌.ସି. ୟୁନିଟ-୩ ସ୍ଥିତ ଭାରତୀୟ ବିଦ୍ୟା ଭବନକୁ ସିଲ୍‌ କରାଯାଇଛି । ସେଠାରେ କଟକଣାକୁ ଖିଲାପ କରି ଅଫଲାଇନରେ ଚାଲିଥିଲା ପରୀକ୍ଷା । ସିଲ୍ ହେବା ପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବି.ଏମ୍‌.ସି. । ନୟାପଲ୍ଲୀସ୍ଥିତ କଳିଙ୍ଗ ଏକାଡେମୀ ଓ ଆଦିତ୍ୟ ଏକାଡେମୀକୁ ମଧ୍ୟ ସିଲ୍‌ କରିଛି ବି.ଏମ୍‌.ସି. ।

ଏହା ବି ପଢ଼ନ୍ତୁ | ମେ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ୍

"ସୋମବାର ଦିନ ମଧ୍ୟ ସାଉଥ୍‌ ଜୋନର ବିଭିନ୍ନ ଇନଷ୍ଟିଚ୍ୟୁଟ ଓ ହଷ୍ଟେଲ ଉପରେ ଚଢ଼ାଉ କରାଯାଇଥିଲା । ଦୁଇଟି ହଷ୍ଟେଲକୁ ସିଲ୍‌ କରାଯାଇଛି । ଏବେ ଦୁଇଟି କୋଚିଂ ସେଣ୍ଟର୍‌ ସିଲ କରିବା ପରେ ଭାରତୀୟ ବିଦ୍ୟା ଭବନରେ ପରୀକ୍ଷା ହେଉଥିବା ଖବର ପାଇ ତାକୁ ବି ସିଲ୍‌ କରାଯାଇଛି । ସାଧାରଣ ଲୋକ ଯେଉଁଠି ଏ ଭଳି କୋଭିଡ ନିୟମ ଉଲ୍ଲଙ୍ଘନ ହେଉଥିବା ଦେଖିବେ ଦୟା କରି ବି.ଏମ୍‌.ସି.କୁ ଜଣାନ୍ତୁ ଓ କୋଭିଡ ସଂକ୍ରମଣ ବ୍ୟାପିବାରୁ ରକ୍ଷା କରନ୍ତୁ,’’ କହିଛନ୍ତି ବି.ଏମ୍.ସି. ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ ।



ଭୁବନେଶ୍ୱରରେ କ୍ରମାଗତ ଭାବେ ବଢୁଥିବା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ କିଛି ଦିନ ହେଲା ଦୈନିକ ୫୦୦ ପାଖାପାଖି ପଜିଟିଭ ମାମଲା କେବଳ ରାଜଧାନୀରୁ ସାମ୍ନାକୁ ଆସୁଛି । ତେଣୁ ପୂର୍ବ ଭଳି ପ୍ରଚାରରେ ସୀମିତ ନ ରହି ବି.ଏମ୍.ସି. ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଛି ।
Published by: Anand ST Das
First published: April 20, 2021, 11:58 PM IST