ଦେଶରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଓ ବିମାନ ସେବା ମେ ୩ ତାରିଖ ରାତି ୧୨ଟା ଯାଏଁ ବନ୍ଦ ରହିବ

ବାତିଲ ହୋଇଥିବା ଟ୍ରେନ୍ ପାଇଁ ଅଗ୍ରିମ ଟିକେଟ କରିଥିବା ଯାତ୍ରୀଙ୍କୁ ପୂରା ଭଡ଼ା ଫେରାଯିବ । ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ଯାଏଁ କୌଣସି ଅଗ୍ରୀମ ରିଜର୍ଭେସନ୍‌ କରାଯିବ ନାହିଁ ।

ଦେଶରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଓ ବିମାନ ସେବା ମେ ୩ ତାରିଖ ରାତି ୧୨ଟା ଯାଏଁ ବନ୍ଦ ରହିବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 14, 2020, 8:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ଲକଡାଉନ୍ ଅବଧି ଆହୁରି ୧୯ ଦିନ ବୃଦ୍ଧି ହେବା ପରେ ଭାରତୀୟ ରେଳବାଇ ମେ ୩ ତାରିଖ ପର୍ଯ୍ୟନ୍ତ ଯାତ୍ରୀ ସେବା ବାତିଲ କରିଛି । ଏ ନେଇ ଟ୍ବିଟ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ମେଲ୍, ଏକ୍ସ‌ପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍‌ ଟ୍ରେନ୍, କୋଲ୍‌କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍‌ୱେ ସମେତ ଭାରତୀୟ ରେଳବାଇର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ମେ ୩ ତାରିଖ ରାତି ୧୨ଟା ଯାଏଁ ବନ୍ଦ ରହିବ ।

ବାତିଲ ହୋଇଥିବା ରେଳଗାଡ଼ି ନିମନ୍ତେ ଅଗ୍ରିମ ଟିକେଟ କରିଥିବା ଯାତ୍ରୀଙ୍କୁ ଯାତ୍ରୀ ଭଡ଼ା ସମ୍ପୂର୍ଣ୍ଣ ଫେରସ୍ତ କରାଯିବ। ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ଯାଏଁ କୌଣସି ଅଗ୍ରୀମ ରିଜର୍ଭେସନ୍‌ କରାଯିବ ନାହିଁ । ତେବେ ମାଲ୍‌ ଓ ପାର୍ସଲ୍‌ ପରିବହନ ବର୍ତ୍ତମାନ ପରି ଚାଲୁ ରହିବ । ସେହିପରି କୋଲକାତା ମେଟ୍ରୋ ସର୍ଭିସକୁ ମଧ୍ୟ ମେ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି ।

ଅନେକ ଟ୍ରେନର ଡବାକୁ ଆଇସୋଲେସନ୍‌ କୋଚ୍‌ରେ ପରିଣତ କରାଯାଇଛି । (ଏପି ଫଟୋ)


ମେ ୩ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ । ଏ ନେଇ ଟ୍ବିଟ କରି ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦେଶରେ ଏବଂ ଦେଶ ବାହାରକୁ ଉଡ଼ାଣ ନିମନ୍ତେ ନିର୍ଦ୍ଧାରିତ ସମସ୍ତ ଏୟାର୍‌ ଲାଇନ୍‌ର ବିମାନଗୁଡ଼ିକୁ ବାତିଲ କରିଛି । ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ଯାଏଁ ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ ।

କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ଦେଶରେ ମେ ୩ ଯାଏଁ ଲକଡାଉନ ଅବଧି ବଢ଼ିଲା ବୋଲି ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
First published: April 14, 2020, 8:21 PM IST
corona virus btn
corona virus btn
Loading