News18 Odia Digital
ଭୁବନେଶ୍ୱର: ଜୁଲାଇ ମାସ ସରିବାକୁ ବସିଥିବାରୁ ଅଗଷ୍ଟ ମାସ ନୂଆ ଗାଇଡଲାଇନ୍ ଆଣିବାକୁ ସରକାର ପ୍ରସ୍ତୁତ ହେଉଥିବା ବେଳେ କଟକଣାଗୁଡ଼ିକ ଆହୁରି କୋହଳ ହୋଇପାରେ ବୋଲି ଆଶା ବଢ଼ିଛି । ମିଳୁଥିବା ସୂଚନା ଅନୁସାରେ ଅଗଷ୍ଟ ୧ରୁ ଓଡ଼ିଶାରେ ଅନଲକ୍ କରିବା ପାଇଁ ସରକାର ଯୋଜନା କରୁଛନ୍ତି ।
‘ବି’ କ୍ୟାଟେଗୋରୀରେ ଥିବା ୧୦ଟି ଜିଲ୍ଲାରେ କଟକଣା କୋହଳ ହୋଇପାରେ । ‘ବି’ କ୍ୟାଟାଗୋରୀ ଜିଲ୍ଲାରେ ରାତି ୮ଟା କିମ୍ବା ୯ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖାଯାଇପାରେ । ମାତ୍ର କଟକ, ଭୁବନେଶ୍ୱର, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ବଳବତ୍ତର ରହିପାରେ । ସାରା ରାଜ୍ୟରେ ପୂରା ଅଗଷ୍ଟ ମାସ ନାଇଟ୍ କର୍ଫ୍ୟୁ ଜାରି ରଖିବାକୁ ଚିନ୍ତା କରାଯାଉଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ନୂଆ ଗାଇଡଲାଇନରେ ସରକାର ମଲ୍ ଖୋଲିବା ପାଇଁ ବି ଅନୁମତି ଦେଇପାରନ୍ତି ବୋଲି କୁହାଯାଉଛି । ହେଲେ ରାଜ୍ୟରେ ଫିଲ୍ମ ହଲ୍ ଖୋଲି ନ ପାରେ । ରାଜନୈତିକ ଓ ସାମାଜିକ ଗ୍ୟାଦରିଂ ବନ୍ଦ ରହିପାରେ । ଏବେ ବାହାଘରରେ ୫୦ ଜଣ ଯୋଗଦେବା ପାଇଁ ଅନୁମତି ଥିବା ବେଳେ ଏହି ସଂଖ୍ୟା ୧୦୦କୁ ବୃଦ୍ଧି କରାଯାଇପାରେ । ଅନ୍ତିମ ସଂସ୍କାରରେ ୨୫ ଜଣଙ୍କ ସ୍ଥାନରେ ୫୦ ଜଣଙ୍କୁ ଅନୁମତି ଦେଇପାରନ୍ତି ସରକାର ।
ଏହା ବି ପଢ଼ନ୍ତୁ | ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ CM ହେଲେ; ସେ ପେଶାରେ ଇଞ୍ଜିନିୟର୍ ଓ ଜଣେ ପୂର୍ବ CMଙ୍କ ପୁଅହୋଟେଲରେ ବସି ଖାଇବା ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି । ବାର୍ ଓ ସୁଇମିଙ୍ଗ୍ ପୁଲ ଖୋଲିବା ପାଇଁ ଅନୁମତି ମିଳିପାରେ । ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ନ୍ୟସ୍ତ କରିପାରନ୍ତି ସରକାର । ତୃତୀୟ ଲହରର ଭୟ ଥିବାରୁ ସମ୍ପୂର୍ଣ୍ଣ ଖୋଲିବା ଦିଗରେ ଏହା ହିଁ ବଡ଼ ପ୍ରତିବନ୍ଧକ ବୋଲି କୁହାଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ନିଆ ଶର୍ମା ଧଳା ବିକିନି ପିନ୍ଧି ଏକ ସେକ୍ସି Video ପୋଷ୍ଟ୍ କଲେ; ଇଣ୍ଟରନେଟରେ ଲଗାଇଲେ ନିଆଁ!‘‘ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି । ଯେଉଁଠି ଅଧିକ ରହୁଛି ସେଠି ଆମେ ଅଧିକ ଫୋକସ୍ ଦେଇ ସଂକ୍ରମଣ କମେଇବାକୁ ଚେଷ୍ଟା କରୁଛୁ । ଭୁବନେଶ୍ୱରରେ ଲୋକଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠି ସଂକ୍ରମଣ ଅଧିକ ରହୁଛି । ତେଣୁ ଭୁବନେଶ୍ୱରରେ ଆମେ ସର୍ଭିଲାନ୍ସ ବଢ଼େଇଛୁ । ଆଶା କରିବା ଆଗକୁ ଏଠି ବି କମିବ । ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ୍ ହେବ । ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ । ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ । ତରବରିଆ ନିଷ୍ପତ୍ତି ନେଲେ ଆମ ପାଇଁ ବିପଦ ସୃଷ୍ଟି ହେବ,’’ କହିଛନ୍ତି ଡି.ଏମ୍.ଇ.ଟି. ଡଃ ସିବିକେ ମହାନ୍ତି ।
ଏହା ବି ପଢ଼ନ୍ତୁ | Porn Probe: ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କୁ ମୁହାଁମୁହିଁ ବସାଇ ପଚରା ଉଚୁରା ହେଲା; ଶିଳ୍ପା କାନ୍ଦିଲେସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି, ‘‘ସମ୍ପୂର୍ଣ୍ଣ ଅନଲକ୍ ହେଲେ ବି କିଛି ପରିମାଣରେ କଟକଣା ରହିବା ଦରକାର । ଇନଡୋର୍ କାର୍ଯ୍ୟକ୍ରମଗୁଡ଼ିକ ୫୦ ପ୍ରତିଶତ ଲୋକଙ୍କୁ ନେଇ ହେବା ଦରକାର । ରାଜନୈତିକ, ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ଏକାଠି ହେବା ଉପରେ କଟକଣା ରହିବା ଦରକାର । ଆମେରିକାରେ କରୋନା ସଂକ୍ରମଣ ମାମଲା ପୁଣି ବଢି଼ଲାଣି । ଆମର ଟିକାକରଣ ପାଇଁ ଆହୁରି ଚାରି ମାସ ଲାଗିବ । ସେ ସମୟ ମଧ୍ୟରେ ହର୍ଡ଼ ଇମ୍ୟୁନିଟି ହୋଇସାରିଥିବ । ଡିସେମ୍ବର ଯାଏ ନିୟମ ମାନିବାକୁ ପଡ଼ିବ । ସାପ୍ତାହିକ ସଟଡାଉନ୍ ଉଠାଇଦେବା ଦରକାର, କିନ୍ତୁ ନାଇଟ୍ କର୍ଫ୍ୟୁ ରଖାଯାଉ । ଏବେ ବି ଭୟ ଯାଇନାହିଁ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରକୃତ କ୍ୟାଟ୍ରିନା କୈଫ କିଏ? ଚିହ୍ନିବା କଠିନ; ଅନେକ ଧୋଖା ଖାଉଛନ୍ତି‘‘ରାଜ୍ୟରେ କୋଭିଡ ପଜିଟିଭ ହାର କମୁଛି । ଧୀରେ ଧୀରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଲାଣି । ମନ୍ଦିର ଓ ମଠ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଆମେ ନିବେଦନ କରୁଛୁ । ମନ୍ଦିର ଖୋଲିଲେ ଭକ୍ତ ମନ୍ଦିର ଆସିବେ । ସେବାୟତ ଓ ପୂଜକଙ୍କର କିଛି ରୋଜଗାର ହେବ । ରାଜ୍ୟ ସରକାର ବିଭିନ୍ନ ବର୍ଗଙ୍କ ଥଇଥାନ ପାଇଁ ଚିନ୍ତା କରୁଥିବା ବେଳେ ମନ୍ଦିର ପୂଜକ ଓ ସେବାୟତଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ,’’ କହିଛନ୍ତି ମନ୍ଦିର ଓ ମଠ ସେବାୟତ ସଙ୍ଘର ସଭାପତି କାମେଶ୍ବର ତ୍ରିପାଠୀ ।
ଆସନ୍ତା ରବିବାର ମନ୍ଦିର ଓ ମଠ ସେବାୟତ ସଙ୍ଘ ପକ୍ଷରୁ ଭୁବନେଶ୍ୱରରେ ଏକ ବୈଠକ ହେବ । ଏହି ସମୟ ମଧ୍ୟରେ ସରକାର ମନ୍ଦିର ପୂଜକ ଓ ସେବାୟତଙ୍କ ପାଇଁ କୌଣସି ବ୍ୟବସ୍ଥା ନ କଲେ ବିକ୍ଷୋଭ କରାଯିବ ବୋଲି କହିଛନ୍ତି ତ୍ରିପାଠୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।