୧୯ ତାରିଖରୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ରହିବ; ହଷ୍ଟେଲ ଖାଲି କରାଇବାକୁ ଆଦେଶ ଦିଆଗଲା

ସବୁ ପରୀକ୍ଷା ବି ସ୍ଥଗିତ ରଖାଯାଇଛି । ପରିସ୍ଥିତିକୁ ଦେଖି ପରେ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯିବ । ଠିକ୍ ସମୟରେ ସିଲାବସ୍ ଶେଷ କରିବା ପାଇଁ ଅନଲାଇନ୍ କ୍ଲାସ କରାଇବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଛି ।

୧୯ ତାରିଖରୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ରହିବ; ହଷ୍ଟେଲ ଖାଲି କରାଇବାକୁ ଆଦେଶ ଦିଆଗଲା
ରାଜ୍ୟରେ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ୧୯ ତାରିଖରୁ ବନ୍ଦ ରହିବ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 16, 2021, 11:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଗୁରୁତର ହେଉଥିବାରୁ ଆସନ୍ତା ୧୯ ତାରିଖରୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସବୁ ପରୀକ୍ଷା ବି ସ୍ଥଗିତ ରଖାଯାଇଛି । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି । ପରିସ୍ଥିତିକୁ ଦେଖି ପରେ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଛି ।

ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପାଠପଢା ଚାଲୁ ରହିବ। ଠିକ୍‌ ସମୟରେ ସିଲାବସ୍‌ ଶେଷ କରିବା ପାଇଁ ଅନ୍‌ଲାଇନ୍‌ କ୍ଲାସ କରାଇବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଅର୍ଥାତ୍‌ ପୂର୍ବରୁ ଯେମିତି ଅନଲାଇନ୍‌ କ୍ଳାସ୍‌ ହେଉଥିଲା ସେମିତି କ୍ଳାସ ଚାଲିବ । କେତେବେଳେ କ୍ଳାସ୍‌ ହେବ ସେହି ନିଷ୍ପତ୍ତି ଅଧ୍ୟାପକମାନେ ନେବେ ।

ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଖନନ ସମୟରେ ମିଳିଲା ଏହି ବିଶେଷ ବସ୍ତୁ; ସଂରକ୍ଷିତ ରଖାଯାଇଛି

୧୯ ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରାଇବାକୁ ବି ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି କରି ନିର୍ଦ୍ଦେଶ ଦେଇଛି । ଗତ କିଛି ଦିନ ତଳେ ହଷ୍ଟେଲ ନ ଛାଡି଼ବା ନେଇ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ । ପାଠପଢ଼ା ଫି ସାଙ୍ଗକୁ ବର୍ଷ ଯାକ ପାଇଁ ହଷ୍ଟେଲ୍‌ ଫି ଦେଇଥିବାରୁ ସେମାନେ ହଷ୍ଟେଲ ଛାଡ଼ିବେ ନାହିଁ ବୋଲି ଜିଦ୍‌ କରିଥିଲେ । ହଷ୍ଟେଲ୍‌ ଛାଡି଼ଲେ କେଉଁଠି ରହି ପରୀକ୍ଷା ଦେବେ ବୋଲି ପଚାରିଥିଲେ ଛାତ୍ରଛାତ୍ରୀମାନେ । ସେମାନଙ୍କ ରାସ୍ତାରୋକ ଆନ୍ଦୋଳନ ଓ ସ୍ଲୋଗାନବାଜି ପରେ ଉଚ୍ଚ ଶିକ୍ଷା ବିଭାଗ ହଷ୍ଟେଲ୍‌ ଖୋଲା ରଖିବାକୁ ଅନୁମତି ଦେଇଥିଲେ । ହେଲେ ଏବେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ସବୁ ଶିକ୍ଷାନୁଷ୍ଠାନ ୧୯ ତାରିଖରୁ ହଷ୍ଟେଲକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଟ୍ୱିଟ୍


‘‘ଆମେ ଉଚ୍ଚ ଶିକ୍ଷା ବିଭାଗର ଚିଠି ପାଇଛୁ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୯ ତାରିଖରୁ ଶ୍ରେଣୀ ଗୃହ ପାଠପଢ଼ା ବନ୍ଦ ରହିବ । ହଷ୍ଟେଲ୍‌ ମଧ୍ୟ ଖାଲି କରାଇବୁ । ପିଲାମାନଙ୍କର ଜିଦ୍‌ ରହିଥିଲା ଖାଲି ନ କରିବାକୁ । ଏବେ ତାଙ୍କୁ ମଧ୍ୟ ମାନିବାକୁ ହେବ,’’ କହିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଛେଳି ସହିତ ସେଲ୍ଫି ନେଉଥିଲେ ଯୁବତୀ; ଛେଳି ତାଙ୍କୁ ଆକ୍ରମଣ କଲା; VIDEO ଭାଇରାଲ୍ ହେଲା

ଆସନ୍ତା ୨୦ ତାରିଖରୁ ଯୁକ୍ତ ୩ ସେମିଷ୍ଟାର୍‌ ପରୀକ୍ଷା ଆରମ୍ଭ ହେବାର ଥିଲା । ଗୁରୁବାର ଦିନ ବିଭିନ୍ନ କଲେଜ ଓ ୟୁନିଭରସିଟି ଛାତ୍ରଛାତ୍ରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲେ । ଅନଲାଇନ୍‌ ମୋଡ଼ରେ ପରୀକ୍ଷା କରିବାକୁ ଦାବି କରିଥିଲେ ସେମାନେ । ହେଲେ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ଟ୍ୱିଟ୍‌ କରି ଜଣାଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଭିନୟ ବ୍ୟତୀତ ଏହି ସାତ ଜଣ ଭାରତୀୟ ଅଭିନେତ୍ରୀଙ୍କର ପେଶା ହେଉଛି ଦେହ ବ୍ୟବସାୟ

‘‘କରୋନାର ଭୟାବହତାକୁ ଦେଖି ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ବିହିତ ପଦକ୍ଷେପ ନେଇଛନ୍ତି । ଏହାକୁ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି,’’ କହିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ ।



ପୂର୍ବରୁ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ୍‌ ବାତିଲ ହୋଇଥିବା ବେଳେ ହଷ୍ଟେଲ୍‌ ବି ଖାଲି କରାଯାଇଥିଲା । ସୋମବାର ଠାରୁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ସହ ହଷ୍ଟେଲ ଖାଲି ହେଉଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅନେକ ଅସୁବିଧାର ସାମନା କରିବାକ ପଡ଼ିବ ।
Published by: Anand ST Das
First published: April 16, 2021, 11:12 PM IST