ଅକ୍ଷୟ କୁମାର-ଟ୍ୱିଙ୍କଲ ଖାନ୍ନା ୧୦୦ ଅକ୍ସିଜେନ କଣ୍ଟେନର୍ସ ଦାନ କଲେ; ସାଥିରେ ଦେଲେ ବଡ଼ ଖୁସି ଖବର

ଟ୍ୱିଙ୍କଲ ଖାନ୍ନା ଓ ଅକ୍ଷୟ କୁମାର କରୋନା ସହ ସଂଗ୍ରାମ କରୁଥିବା ଲୋକଙ୍କୁ ଅକ୍ସିଜେନ ସିଲିଣ୍ଡର ବିତରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ସୂଚନା ଟ୍ୱିଙ୍କଲ ଖାନ୍ନା ଦେଇଛନ୍ତି । ଦେଶରେ ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ଉଭୟ ଏହି ନିଷ୍ପତ୍ତି ନେଇଛନ୍ତି ।

ଅକ୍ଷୟ କୁମାର-ଟ୍ୱିଙ୍କଲ ଖାନ୍ନା ୧୦୦ ଅକ୍ସିଜେନ କଣ୍ଟେନର୍ସ ଦାନ କଲେ

ଅକ୍ଷୟ କୁମାର-ଟ୍ୱିଙ୍କଲ ଖାନ୍ନା ୧୦୦ ଅକ୍ସିଜେନ କଣ୍ଟେନର୍ସ ଦାନ କଲେ

  • Share this:
News18 Odia Digital
ମୁମ୍ବାଇ: ଆଜିକାଲି କୋଭିଡ-୧୯ ର (COVID-19) ମାରାତ୍ମକ ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ଭାରତରେ ରେକର୍ଡ ସଂଖ୍ୟକ କରୋନା ମାମଲା ଦେଖିବାକୁ ମିଳୁଛି । ମହାମାରୀ ପ୍ରତିଦିନ ନିଜର ରେକର୍ଡ ଭାଙ୍ଗୁଥିବା ଜଣାପଡିଛି । କେବଳ ରୋଗୀଙ୍କ କ୍ଷେତ୍ରରେ ନୁହେଁ ମୃତକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ଉତ୍ସାହର ସହିତ ଦେଶକୁ ସାହାଯ୍ୟ କରୁଛନ୍ତି । ବଲିଉଡ ଅକ୍ଷୟ କୁମାର (Akshay Kumar) ମଧ୍ୟ ଏହି ସାହାଯ୍ୟକାରୀମାନଙ୍କ ମଧ୍ୟରୁ ଜଣେ । ଅକ୍ଷୟ କୁମାର ଓ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା (Twinkle Khanna) କରୋନୋ ଭାଇରସ୍ ବିରୋଧରେ ଭାରତର ଲଢେଇରେ କ୍ରମାଗତ ଭାବରେ ଅବଦାନ ଦେଉଥିବାର ଦେଖାଯାଉଛି ।

ଟ୍ୱିଙ୍କଲ ଖାନ୍ନା ଓ ଅକ୍ଷୟ କୁମାର କରୋନା ସହ ସଂଗ୍ରାମ କରୁଥିବା ଲୋକଙ୍କୁ ଅକ୍ସିଜେନ ସିଲିଣ୍ଡର ବିତରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ୱିଙ୍କଲ ଖାନ୍ନା ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଦିନ ସେ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ କହିଛନ୍ତି ଯେ କୋଭିଡ-୧୯ (COVID-19) ମହାମାରୀ ବିରୋଧରେ ଲଢେଇରେ ସହଯୋଗ କରିବାକୁ ଅକ୍ଷୟ କୁମାର ୧୦୦ ଅକ୍ସିଜେନ କଣ୍ଟେନର୍ସ ଦାନ କରିଛନ୍ତି ।



ଦେଶରେ ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ଉଭୟ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ପ୍ରଦାନ କରି ଟ୍ୱିଙ୍କଲ ଖାନ୍ନା ନିଜ ଟ୍ୱିଟରେ ଲେଖିଛନ୍ତି- 'ଦୟାକରି ମୋତେ ଯାଞ୍ଚ ହୋଇଥିବା, ନିର୍ଭରଯୋଗ୍ୟ ଓ ପଞ୍ଜୀକୃତ ଏନଜିଓ ବିଷୟରେ ସୂଚନା ଦିଅନ୍ତୁ, ଯେଉଁମାନେ ଆମକୁ ୧୦୦ ଅକ୍ସିଜେନ କଣ୍ଟେନର୍ସ ବିତରଣ କରିବାରେ ସାହାଯ୍ୟ କରିପାରିବ ।' ଏଥିସହ ଟ୍ୱିଙ୍କଲ ଖାନ୍ନା ଏହା ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଅକ୍ସିଜେନ କଣ୍ଟେନର୍ସ ବ୍ରିଟେନରୁ ସେମାନଙ୍କ ପାଖକୁ ସିଧାସଳଖ ପହଞ୍ଚାଯିବ ।'



ଏହା ବ୍ୟତୀତ ଅନ୍ୟ ଏକ ଟ୍ୱିଟରେ ଅଭିନେତ୍ରୀ କହିଛନ୍ତି ଯେ ଲଣ୍ଡନ ଭାରତୀୟ ମୂଳର ଦୁଇଜଣ ଡାକ୍ତର ମଧ୍ୟ ଅକ୍ସିଜେନ କଣ୍ଟେନର୍ସ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅଭିନେତ୍ରୀ ଲେଖିଛନ୍ତି- 'ମହାନ ଖବର- ଲଣ୍ଡନ ଏଲିଟ୍ ହେଲ୍ଥର ଡିଭାଇନ୍ ଫାଉଣ୍ଡେସନ୍ ମାଧ୍ୟମରେ ଡକ୍ଟର ଦ୍ରଶାନିକା ପଟେଲ ଓ ଡକ୍ଟର ଗୋବିନ୍ଦ ବ୍ୟାଙ୍କାନି ୧୨୦ ଅକ୍ସିଜେନ କଣ୍ଟେନର୍ସ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅକ୍ଷୟ କୁମାର ଓ ମୁଁ ମଧ୍ୟ ୧୦୦ ଅକ୍ସିଜେନ କଣ୍ଟେନର୍ସ ଦେବା ପାଇଁ ବ୍ୟବସ୍ଥା କରିଛୁ । ଆମ ପାଖରେ ସର୍ବମୋଟ ୨୨୦ ଅକ୍ସିଜେନ କଣ୍ଟେନର୍ସ ଅଛି।'
Published by:Jagdish Barik
First published: