ଅଭିଷେକ ବଚ୍ଚନଙ୍କୁ କରୋନା ହୋଇଥିବା ଜାଣି ଅଜୟ ଦେବଗନ ତାଙ୍କୁ ଖୁବ୍ ଗାଳି ଦେଇଥିଲେ!
ଅଜୟ ଦେବଗନ୍ ଅଭିଷେକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଅଭିଷେକ କହିଛନ୍ତି ଯେ ଅଜୟ ତାଙ୍କୁ ଗାଳି ଦେଇସାରିବେ ପରେ ତାଙ୍କର ମନେ ପଡ଼ିଗଲା ଯେ ଅଜୟ ତାଙ୍କୁ କିଛି ଦିନ ପୂର୍ବରୁ ଭେଟିଥିଲେ!

ଅଜୟ ଦେବଗନ ଓ ଅଭିଶେକ ବଚ୍ଚନ (ଫାଇଲ୍ ଫଟୋ)
- News18 Odia
- Last Updated: January 8, 2021, 11:18 PM IST
ନୂଆ ଦିଲ୍ଲୀ: ଜୁଲାଇ ୨୦୨୦ରେ ବଲିଉଡ ସମ୍ରାଟ ଅମିତାଭ ବଚ୍ଚନ (Amitabh Bachchan) ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ (Abhishek Bachchan) କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏହି ସମୟରେ ତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ଓ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । କିନ୍ତୁ ବଲିଉଡ୍ ଅଭିନେତା ଅଜୟ ଦେବଗନ୍ (Ajay Devgan) କ’ଣ କରିଥିଲେ ଜାଣନ୍ତି?
ଅଭିଷେକ ବଚ୍ଚନଙ୍କୁ କରୋନା ହୋଇଛି ବୋଲି ଖବର ଶୁଣି ଅଭିନେତା ଅଜୟ ଦେବଗନ୍ (Ajay Devgan) ଅଭିଷେକ ବଚ୍ଚନଙ୍କୁ ଗାଳି ଦେଇଥିଲେ । ଅଭିଷେକ ବଚ୍ଚନ ନିଜେ ଏହି ବିଷୟରେ ପ୍ରକାଶ କରିଛନ୍ତି । ଅମିତାଭ ଓ ଅଭିଷେକଙ୍କ ବ୍ୟତୀତ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟା ମଧ୍ୟ ଏହି ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ସେମାନେ କିଛି ଦିନର ଚିକିତ୍ସା ପରେ ସୁସ୍ଥ ହୋଇଯାଇଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ₹୯୪,୦୦୦
ଏହା ବି ପଢ଼ନ୍ତୁ | ଯାଜପୁର: ଅପହରଣକାରୀଙ୍କ କବଳରୁ ଖସିଲା ସ୍କଲ୍ ଛାତ୍ର; ଶିଶୁ କନ୍ୟା ପିହୁ ଏବେ ବି ନିଖୋଜ
ବାସ୍ତବରେ ଅଜୟ ଦେବଗନ କରୋନା ସଂକ୍ରମଣ ସମୟରେ ସଚେତନ ନ ରହିଥିବାରୁ ଓ ଅବହେଳା କରିଥିବାରୁ ଅଭିଷେକଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ । ଅଜୟ ଅଭିଷେକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଅଭିଷେକ ବଚ୍ଚନ କହିଛନ୍ତି ଯେ ଯେତେବେଳେ ଅଜୟ ତାଙ୍କୁ ଗାଳି ଦେବା ପରେ ଫୋନ୍ ରଖିଲେ ସେତେବେଳେ ତାଙ୍କର ମନେ ପଡ଼ିଗଲା ଯେ ଅଜୟ ତାଙ୍କୁ କିଛି ଦିନ ପୂର୍ବରୁ ଭେଟିଥିଲେ!
ଦେଖନ୍ତୁ ଭିଡିଓ:
View this post on Instagram
କପିଳ ଶର୍ମାଙ୍କ ଶୋ’ରେ ଉଭୟ ଅଭିଷେକ ବଚ୍ଚନ ଓ ଅଜୟ ଦେବଗନ ବହୁତ ମଜା କରୁଥିବା ଦେଖିବାକୁ ମିଳିବ ।
ଆଜିକାଲି ଅଜୟ ଓ ଅଭିଷେକ ନିଜ ଫିଲ୍ମ 'ଦ ବିଗ୍ ବୁଲ୍'ର ପ୍ରମୋସନ କରୁଛନ୍ତି ଓ ଏହି କ୍ରମରେ ସେମାନେ କପିଳ ଶର୍ମାଙ୍କ ଶୋ’ରେ ଦେଖାଯିବାକୁ ଯାଉଛନ୍ତି । 'ଦ ବିଗ୍ ବୁଲ୍' ବ୍ୟତୀତ ଅଭିଷେକଙ୍କୁ ଫିଲ୍ମ ‘କହାନୀ'ର ସ୍ପିନ୍-ଅଫ୍ ଫିଲ୍ମ 'ବବ୍ ବିଶ୍ୱାସ’ରେ ବି ଦେଖିବାକୁ ମିଳିବ ।