News18 Odia Digital
ମୁମ୍ବାଇ: ନିକଟରେ ବଚ୍ଚନ ପରିବାରର ଦୁଇ ଜଣ ସଦସ୍ୟ ଅମିତାଭ ବଚ୍ଚନ (Amitabh Bachchan) ଓ ଅଭିଷେକ ବଚ୍ଚନ (Abhishek Bachahan) କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ମୁମ୍ବାଇର ନାନାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହା ପରେ ତାଙ୍କ ପରିବାର ସଦସ୍ୟମାନଙ୍କ କରୋନା ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ଐଶ୍ଵର୍ଯ୍ୟା ରାୟ (Abhishek Bachahan) ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ (Aaradhya Bachchan) ରିପୋର୍ଟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଜୟା ବଚ୍ଚନ (Jaya Bachchan), ତାଙ୍କ ଝିଅ ଶ୍ୱେତା ନନ୍ଦା ଓ ନାତି ଅଗସ୍ତ୍ୟ ନନ୍ଦଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ବଚ୍ଚନ ପରିବାରରେ ଏ ପର୍ଯ୍ୟନ୍ତ ମୋଟ ଚାରି ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଲେଣି ।
ଏହା ପୂର୍ବରୁ ଶନିବାର ଦିନ
ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା । କିଛି ସମୟ ପରେ ତାଙ୍କର ସମସ୍ତ କର୍ମଚାରୀ ଓ ପରିବାର ସଦସ୍ୟଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ସ୍ୱାବ ପରୀକ୍ଷଣରେ ଅମିତାଭ ଓ ଅଭିଷେକଙ୍କୁ ଛାଡି ବଚ୍ଚନ ପରିବାରର ଅନ୍ୟ ସମସ୍ତ ସଦସ୍ୟ କରୋନା ନେଗେଟିଭ୍ ହୋଇଥିଲେ । ହେଲେ ରବିବାର ଦିନ କରୋନା ଟେଷ୍ଟର ରିପୋର୍ଟରେ ଐଶ୍ଵର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା କରୋନା ପଜିଟିଭ୍ ବୋଲି ଜଣାପଡିଛି।
ଜୟା ବଚ୍ଚନ, ଶ୍ୱେତା ବଚ୍ଚନ ଓ ତାଙ୍କର ଦୁଇ ସନ୍ତାନ ଅଗସ୍ତ୍ୟ ଓ ନବ୍ୟା ନୱେଲିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଥିବା ସୂଚନା ମିଳିଛି । ତେବେ ପରିବାରର ସର୍ବକନିଷ୍ଠ ସଦସ୍ୟ ଆରାଧ୍ୟା ବଚ୍ଚନଙ୍କ କରୋନା ପଜିଟିଭ ଥିବା ଖବର ପରିବାରର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । କୁହାଯାଉଛି ଯେ ବଚ୍ଚନ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ କରୋନା ଲକ୍ଷଣଗୁଡ଼ିକ କମ୍ ମାତ୍ରାରେ ଅଛି ।

ପୁଅ ଅଭିଷେକ ବଚ୍ଚନଙ୍କ ସହ ଅମିତାଭ ବଚ୍ଚନ
ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି । ବଚ୍ଚନ ପରିବାରର ଦୁଇଟି ବଙ୍ଗଳା ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।
ଏହା ବି ପଢ଼ନ୍ତୁ:
ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁଏହା ବି ପଢ଼ନ୍ତୁ:
‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥାଏହା ବି ପଢ଼ନ୍ତୁ:
ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅମିତାଭ ଓ ଅଭିଷେକ କରୋନାରେ ସଂକ୍ରମିତ ହୋଇଥିବା ଶୁଣିବା ପରେ ଲୋକେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି । ଅମିତାଭଙ୍କ କିଛି ପ୍ରଶଂସକ ଭିଲେ ପାର୍ଲେ ହସପିଟାଲ୍ ବାହାରେ ଏକାଠି ହେବାକୁ ଚେଷ୍ଟା କରିଥିଲେ । ପୋଲିସ ସେମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲା ଏବଂ ସେମାନଙ୍କୁ ରାସ୍ତାରେ ଠିଆ ହେବାକୁ ଅନୁମତି ଦିଆଯାଇନଥିଲା ବୋଲି ପୋଲିସ କହିଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।