ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନାକୁ ହରେଇଲେ, ହସପିଟାଲରୁ ଡିସଚାର୍ଜ ହେଲେ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମୁମ୍ବାଇର ନାନାବତୀ ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଜୁଲାଇ ୧୨ ତାରିଖରେ ମାଆ ଓ ଝିଅ କରୋନା ଭାଇରସରେ ସଂକ୍ରମିତ ହେବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ

  • Share this:
News18 Odia Digital

ମୁମ୍ବାଇ: କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବଲିଉଡ୍‌ (Bollywood) ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ (Aishwarya Rai Bachchan) ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ (Aaradhya Bachchan) ମୁମ୍ବାଇର ନାନାବତୀ ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସୁପରଷ୍ଟାର ଅମିତାଭ ବଚ୍ଚନ (Amitabh Bachchan) ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ (Abhishek Bachchan) କୋଭିଡ-୧୯ରେ (COVID-19) ସଂକ୍ରମିତ ହେବା ପରେ ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା ବି କରୋନାରେ ସଂକ୍ରମିତ ହୋଇଥିଲେ ।

ଜୁଲାଇ ୧୧ ତାରିଖରେ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲେ । ତା’ପରେ ଜୁଲାଇ ୧୨ ତାରିଖରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ବି କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା । ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କର ପୂର୍ବରୁ ଏହି ରୋଗର କୌଣସି ଲକ୍ଷଣ ନ ଥିଲା, ତେଣୁ ଉଭୟେ ଘରେ କ୍ୱାରେଣ୍ଟାଇନରେ ରହିଥିଲେ । ହେଲେ ପରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଉଭୟଙ୍କୁ ବି ମୁମ୍ବାଇର ନାନାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅଭିନେତା ଅଭିଷେକ ବଚ୍ଚନ ଟ୍ୱିଟ୍ କରି କହିଛନ୍ତି ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟାଙ୍କ ତାଜା କରୋନା ପରୀକ୍ଷା ନକାରାତ୍ମକ ହେବା ପରେ ସେ ଦୁଇ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ‘‘ମୁଁ ଓ ମୋ’ ବାପା ଡାକ୍ତରଖାନାରେ ଅଛୁଁ,’’ ଅଭିଷେକ ଟ୍ୱିଟରେ ଲେଖିଛନ୍ତି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ମୁମ୍ବାଇର ନାନାବତୀ ହସପିଟାଲରେ ଭର୍ତ୍ତି ହୋଇଥିଲେ ।


ଅମିତାଭ ବଚ୍ଚନ ଏବେ କରୋନା ଭୂତାଣୁ ସଂକ୍ରମଣ ସହ ସଂଘର୍ଷ କରୁଛନ୍ତି । ସେ ମୁମ୍ବାଇର ନାନାବତୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । କରୋନା ପଜିଟିଭ୍‌ ହେବା ବିଷୟରେ ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ । ଅମିତାଭ ବଚ୍ଚନ କରୋନା ଭୂତାଣୁରେ ସଂକ୍ରମିତ ହେବା ଜଣାପଡ଼ିବା ପର ଠାରୁ ତାଙ୍କ ପ୍ରଶଂସକ ଓ ନିକଟ ବ୍ୟକ୍ତିମାନେ ତାଙ୍କ ଶୀଘ୍ର ସ୍ୱାସ୍ଥ୍ୟ ଲାଭ ପାଇଁ ପ୍ରାର୍ଥନା କରୁଛନ୍ତି । ଅମିତାଭ ବଚ୍ଚନ ବି ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି । ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଅନେକ ଥର କୃତଜ୍ଞତା ଜଣାଇଛନ୍ତି ।

ଅନେକ ଚଳଚ୍ଚିତ୍ର ତାରକା କରୋନା ପଜିଟିଭ୍ ହୋଇଛନ୍ତି

କରୋନା ଭାଇରସ୍‌ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶେଷ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସବୁ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ନିକଟ ଅତୀତରେ ଏହି ବିପଜ୍ଜନକ ଭୂତାଣୁ ଅନେକ ଚଳଚ୍ଚିତ୍ର ତାରକାଙ୍କୁ ସଂକ୍ରମିତ କରିଛି । ନିକଟରେ ବଚ୍ଚନ ପରିବାର ବ୍ୟତୀତ ଅଭିନେତା ଅନୁପମ ଖେରଙ୍କ ଘରେ ଚାରି ଜଣ ବ୍ୟକ୍ତି କରୋନା ପଜିଟିଭ୍ ହୋଇଛନ୍ତି । ତାଙ୍କ ମା’ ଦୁଲାରୀ ଖେର୍‌, ଭାଇ ରାଜୁ, ବୋହୂ ଓ ଭଣଜା କରୋନା ପଜିଟିଭ୍ ଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ: ପାକିସ୍ତାନ ଓ ଚୀନ୍ ପାଇଁ କାଳ! ବୁଧବାର ଦିନ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନ

ଏହା ବି ପଢ଼ନ୍ତୁ: ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି

ଇମ୍ରାନ ହାସମିଙ୍କ ଫିଲ୍ମ ‘ଉଁଗଲୀ’ରେ ଅଭିନୟ କରିଥିବା ଅଭିନେତ୍ରୀ ରେଚଲ୍‌ ହ୍ୱାଇଟ ବି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଦକ୍ଷିଣ ସିନେମା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଅର୍ଜୁନ ବି କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି । 'କସୌଟି ଜିନ୍ଦଗୀ’ର ଅନୁରାଗ ବସୁ ଅର୍ଥାତ ଅଭିନେତା ପାର୍ଥ ସମଥାନ୍ ଓ ବଲିଉଡର ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଧୃବ ଭଟ୍ଟାଚାର୍ଯ୍ୟ ବି କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
Published by:Anand Shankar Thankur Das
First published: