News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର ନୈତିକତା କମିଟି କୋଭିଡ-୧୯ର ସ୍ୱଦେଶୀ ବିକଶିତ ଟିକା (COVID-19 Vaccine) 'କୋଭାକ୍ସିନ' (Covaxin)ର ମାନବ ପରୀକ୍ଷାକୁ (human trial) ଅନୁମୋଦନ କରିଛି । ଏଥି ପାଇଁ ସୋମବାର ଠାରୁ ପରୀକ୍ଷାରେ ଯୋଗଦେବାକୁ ଇଚ୍ଛୁକ ସୁସ୍ଥ ଲୋକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବ AIIMS । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ପକ୍ଷରୁ କୋଭାକ୍ସିନ୍ ଟିକାର ମାନବ ଉପରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଦିଲ୍ଲୀ ସ୍ଥିତ AIIMS ସମେତ ୧୨ଟି ଅନୁଷ୍ଠାନକୁ ଚୟନ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ । ସେଥି ମଧ୍ୟରୁ ସର୍ବାଧିକ ୧୦୦ ଜଣ ଲୋକ AIIMS ରୁ ହୋଇପାରନ୍ତି । AIIMSର ସେଣ୍ଟର ଫର କମ୍ୟୁନିଟି ମେଡିସିନର ପ୍ରଫେସର ଡଃ ସଞ୍ଜୟ ରାୟ କହିଛନ୍ତି ଯେ କୋଭ୍ୟାକ୍ସିନ୍ ମାନବ ପରୀକ୍ଷାକୁ AIIMS ନୈତିକତା କମିଟି ଅନୁମୋଦନ କରିଛି । ଏହି ପରୀକ୍ଷଣରେ ସେମିତି ସୁସ୍ଥ ବ୍ୟକ୍ତି ଅନ୍ତର୍ଭୁକ୍ତ ହେବେ ଯେଉଁମାନଙ୍କର ଅନ୍ୟ କୌଣସି ରୋଗ ନାହିଁ, ଯେଉଁମାନେ କୋଭିଡ-୧୯ରେ ପୀଡ଼ିତ ନୁହଁନ୍ତି ଏବଂ ଯାହାଙ୍କ ବୟସ ୧୮ବର୍ଷରୁ ଅଧିକ ଓ ୫୫ ବର୍ଷରୁ କମ୍।

କିଛି ଲୋକ ଏହି ପରୀକ୍ଷା ପାଇଁ ଆଗରୁ ପଞ୍ଜୀକୃତ ହୋଇସାରିଛନ୍ତି ।
‘‘କିଛି ଲୋକ ଏହି ପରୀକ୍ଷା ପାଇଁ ଆଗରୁ ପଞ୍ଜୀକୃତ ହୋଇସାରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବ୍ୟସ୍ଥାର ଆକଳନ କାର୍ଯ୍ୟ ସୋମବାର ଠାରୁ ଆରମ୍ଭ ହେବ । ତା’ ପରେ କେବଳ ଟିକା ପରୀକ୍ଷା କରାଯିବ। ଏହି ପରୀକ୍ଷଣରେ ଭାଗ ନେବାକୁ ଚାହୁଁଥିବା ଅନ୍ୟ ଲୋକେ Ctaiims.covid19@gmail.com କୁ ଇମେଲ୍ ପଠାଇ ପାରିବେ । ଆହୁରି ମଧ୍ୟ, ଆପଣ ମୋବାଇଲ୍ ନମ୍ବର 7428847499 କୁ SMS ପଠାଇ ପାରିବେ,’’ କହିଛନ୍ତି ଡଃ ରାୟ ।
ଏହା ବି ପଢ଼ନ୍ତୁ:
ରିୟା ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ ଓ ଧମକଭରା ମେସେଜ ପଠାଇଥିବା ୨ ଜଣଙ୍କ ବିରୋଧରେ FIR ହେଲାଏହା ବି ପଢ଼ନ୍ତୁ:
ଡ୍ରୋନ୍ ବୈଜ୍ଞାନିକ ଭାବେ ଅଜସ୍ର ଖ୍ୟାତି ପାଇଥିବା କର୍ଣ୍ଣାଟକ ଯୁବକ ପ୍ରତାପଙ୍କ ମିଛ ଧରାପଡ଼ିଲାକୋଭାକ୍ସିନ୍ ଟିକାକୁ ICMR ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV)ର ସହଯୋଗରେ ହାଇଦ୍ରାବାଦର ଭାରତ ବାୟୋଟେକ୍ (Bharat Biotech) ଦ୍ୱାରା ବିକଶିତ କରାଯାଇଛି । ଏହାର ମାନବ ପରୀକ୍ଷଣକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ବି ଅନୁମୋଦନ କରିଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।