କାହିଁକି ଦେଶରେ ଏତେ ଶୀଘ୍ର ବ୍ୟାପିଚାଲିଛି କରୋନା? AIIMS ନିର୍ଦ୍ଦେଶକ ଗୁଲେରିଆ କାରଣ କହିଲେ

AIIMS Director Dr Randeep Guleria: ANI ସହିତ କଥାବାର୍ତ୍ତା କରି ରଣଦୀପ ଗୁଲେରିଆ କହିଛନ୍ତି ଯେ ଆମକୁ ମନେ ରଖିବାକୁ ହେବ ଯେ କୌଣସି ଟିକା ଆପଣଙ୍କୁ ୧୦୦ ପ୍ରତିଶତ ସୁରକ୍ଷା ଦେଇପାରିବ ନାହିଁ ।

AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

  • Share this:
News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍ (Coronavirus) ସଂକ୍ରମଣର ବୃଦ୍ଧି ଘଟୁଥିବା ମାମଲା ଉପରେ ଦିଲ୍ଲୀ ସ୍ଥିତ AIIMS ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ (Randeep Guleria) ବଡ଼ କଥା କହିଛନ୍ତି । AIIMS ନିର୍ଦ୍ଦେଶକ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ପାଇଁ ଅନେକ କାରଣ ଦାୟୀ । କିନ୍ତୁ ଏଥି ମଧ୍ୟରୁ ଦୁଇଟି ପ୍ରମୁଖ ରହିଛି । ପ୍ରଥମଟି ହେଉଛି ଜାନୁଆରୀ ଓ ଫେବୃଆରୀରେ ଟୀକାକରଣ ଆରମ୍ଭ ହେବା ପରେ ସଂକ୍ରମଣ ମାମଲା କମିବାରେ ଲାଗିଥିଲା ଓ ଲୋକମାନେ କରୋନା ଗାଇଡଲାଇନ ଅନୁଯାୟୀ ଆଚରଣ କରିବା ବନ୍ଦ କରିଦେଲେ । ଏହି ସମୟ ଥିଲା ଯେତେବେଳେ ଭୁତାଣୁରେ ପରିବର୍ତ୍ତନ ହୋଇଥିଲା ଓ ଏହା ଅଧିକ ସଂକ୍ରାମକ ହୋଇଗଲା ।

ସଂକ୍ରମଣର ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅନେକ ଚାପ ରହିଛି ବୋଲି ଗୁଲେରିଆ କହିଛନ୍ତି । ଆମ ହସ୍ପିଟାଲ ଗୁଡ଼ିକରେ କ୍ରମାଗତ ଭାବରେ ଶଯ୍ୟା ସଂଖ୍ୟା ବଜାୟ ରଖିବାକୁ ହେବ ଓ ବଢ଼ୁଥିବା ମାମଲାଗୁଡ଼ିକର ମୁକାବିଲା ପାଇଁ ସମ୍ବଳ ବୃଦ୍ଧି କରିବାକୁ ପଡିବ । ଆମକୁ ସଂକ୍ରମଣର ବଢ଼ୁଥିବା ମାମଲାଗୁଡ଼ିକୁ ଯଥାଶୀଘ୍ର ନିୟନ୍ତ୍ରଣ କରିବା ଆବଶ୍ୟକ ।

ସେ କହିଛନ୍ତି ଯେ ଏହି ସମୟରେ ଦେଶରେ ଅନେକ ଧାର୍ମିକ କାର୍ଯ୍ୟକଳାପ ଚାଲିଛି ଓ ବିଧାନସଭା ନିର୍ବାଚନ ମଧ୍ୟ ଚାଲିଛି । ଆମକୁ ବୁଝିବାକୁ ହେବ ଯେ ଜୀବନ ମୂଲ୍ୟବାନ ଅଟେ । ଆମେ ସୀମିତ ପରିସର ମଧ୍ୟରେ ଅନ୍ୟାନ୍ୟ କାର୍ଯ୍ୟ କରିପାରିବା, ଯାହା ଦ୍ୱାରା ଲୋକମାନଙ୍କର ଧାର୍ମିକ ଭାବନା କ୍ଷତିଗ୍ରସ୍ତ ହୁଏ ନାହିଁ ଓ ଲୋକମାନେ ମଧ୍ୟ କରୋନା ଗାଇଡଲାଇନ ଅନୁସରଣ କରିବା ଉଚିତ୍ ।

ଟିକା ଲଗାଇବା ଦ୍ୱାରା ଏହି ଲାଭ ମିଳିବ
ANI ସହିତ କଥାବାର୍ତ୍ତା କରି ରଣଦୀପ ଗୁଲେରିଆ କହିଛନ୍ତି ଯେ ଆମକୁ ମନେ ରଖିବାକୁ ହେବ ଯେ କୌଣସି ଟିକା ଆପଣଙ୍କୁ ୧୦୦ ପ୍ରତିଶତ ସୁରକ୍ଷା ଦେଇପାରିବ ନାହିଁ । ଟିକା ପାଇବା ପରେ ମଧ୍ୟ ଆପଣ ସଂକ୍ରମିତ ହୋଇପାରନ୍ତି । କିନ୍ତୁ ଟିକା ଲଗାଇବା ପରେ ଶରୀରରେ ଥିବା ଆଣ୍ଟିବଡି କାରଣରୁ ଏହି ଭୂତାଣୁ ଶରୀର ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ ଓ ବ୍ୟକ୍ତିର ଅବସ୍ଥା ଗୁରୁତର ହେବାର ସମ୍ଭାବନା ମଧ୍ୟ କମ୍ ରହିଥାଏ ।
Published by:Jagdish Barik
First published: