ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଲକଡାଉନ୍ ଯୋଗୁଁ ଆହାର କେନ୍ଦ୍ରରେ ଠିଆ ହୋଇ ଖାଇବା ମନା; ଏବେ ପାର୍ସଲରେ ମିଳୁଛି ଖାଦ୍ୟ

ଲକଡାଉନ୍ ଯୋଗୁଁ ଆହାର କେନ୍ଦ୍ରରେ ଠିଆ ହୋଇ ଖାଇବା ମନା; ଏବେ ପାର୍ସଲରେ ମିଳୁଛି ଖାଦ୍ୟ

ପୂର୍ବ ଭଳି ଟୋକନ୍ ଦେଇ ଲୋକେ ଆହାର କେନ୍ଦ୍ରରୁ ପୁଡ଼ିଆ ନେଇ ଯାଉଛନ୍ତି । ଗତ ବର୍ଷ ଲକଡାଉନ୍ ସମୟରେ ଆହାର କେନ୍ଦ୍ର ବନ୍ଦ ହେବାରୁ ବହୁ ଅସୁବିଧା ଭୋଗିଥିଲେ ସାଧାରଣ ଲୋକେ ।

ଲକଡାଉନ୍ ଯୋଗୁଁ ଆହାର କେନ୍ଦ୍ରରେ ଠିଆ ହୋଇ ଖାଇବା ମନା; ଏବେ ପାର୍ସଲରେ ମିଳୁଛି ଖାଦ୍ୟ
ବୁଧବାର ଦିନ ଆହାର କେନ୍ଦ୍ରରୁ ଖାଦ୍ୟ ନେଉଛନ୍ତି ଜଣେ ବ୍ୟକ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ ସଂକ୍ରମଣ ଓ ଲକଡାଉନକୁ ନଜରରେ ରଖି ବୁଧବାରଠାରୁ ଆହାର କେନ୍ଦ୍ରରେ ଲୋକମାନଙ୍କ ଛିଡ଼ା ହୋଇ ଖାଇବା ମନା ହୋଇଛି । ଆହାର କେନ୍ଦ୍ରକୁ ଖାଇବାକୁ ଆସୁଥିବା ଲୋକଙ୍କ ପାଇଁ ପାର୍ସଲରେ ଖାଦ୍ୟ ନେଇଯିବା ବ୍ୟବସ୍ଥା ଆରମ୍ଭ ହୋଇଛି । ଅନେକ ଲୋକ ଏକାଠି ହେଲେ କରୋନା ସଂକ୍ରମଣର ଭୟ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ଆହାର କେନ୍ଦ୍ରରେ ପୂର୍ବ ପରି ଥାଳିରେ ଲୋକଙ୍କୁ ଖାଦ୍ୟ ନ ଦେଇ ଏବେ ପୁଡ଼ିଆ କରି ଦିଆଯାଉଛି । ଲୋକ ପିଛା ଗୋଟିଏ ପୁଡ଼ିଆ ଦିଆଯାଉଛି । ପୂର୍ବ ଭଳି ଟୋକନ୍‌ ଦେଇ ଲୋକେ ଆହାର କେନ୍ଦ୍ରରୁ ପୁଡ଼ିଆ ନେଇ ଯାଉଛନ୍ତି । ଗତ ବର୍ଷ ଲକଡାଉନ୍‌ ସମୟରେ ଆହାର କେନ୍ଦ୍ର ବନ୍ଦ ହେବାରୁ ବହୁ ଅସୁବିଧା ଭୋଗିଥିଲେ ସାଧାରଣ ଲୋକେ । ଦୋକାନ ବଜାର ଓ ହୋଟେଲ ଲକଡାଉ୍ଉନ୍‌ ସମୟରେ ବନ୍ଦ ରହୁଥିବାରୁ ଆହାର କେନ୍ଦ୍ର ଅନେକ ଲୋକଙ୍କୁ ସାହାଯ୍ୟ କରୁଛି । ହେଲେ ଆହାର କେନ୍ଦ୍ରରେ ସାଧାରଣ ଦିନ ତୁଳନାରେ ଆହାର ସଂଖ୍ୟା କମ୍‌ କରାଯାଇଛି ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

‘‘ଲକଡାଉନରେ ସବୁ ଦୋକାନ ଓ ହୋଟେଲ ବନ୍ଦ ରହୁଥିବାରୁ ଆମେ କେବଳ ଆହାର କେନ୍ଦ୍ରରୁ ହିଁ ଖାଦ୍ୟ ପାଉଛୁ । ଏହା ଆମ ପାଇଁ ଏକ ବଡ଼ କଥା । ଏବେ ଆହାର କେନ୍ଦ୍ରରେ ଖାଇବାକୁ ମିଳୁଥିବାରୁ ଆମ ଚିନ୍ତା ଦୂର ହୋଇଛି,’’ କହିଛନ୍ତି କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ରରୁ ଖାଦ୍ୟ ନେଉଥିବା ଶ୍ୟାମଳ ଚନ୍ଦ୍ର । ସେ କ୍ୟାପିଟାଲ ହସ୍ପିଟାଲକୁ ଜଣେ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରୁ ଆସିଛନ୍ତି ।

ଆହାର କେନ୍ଦ୍ର ଖୋଲା ନ ଥିଲେ ଲକଡାଉନରେ ଅନେକ ଲୋକ ଭୋକରେ ରହୁଥାନ୍ତେ ।


ଏହା ବି ପଢ଼ନ୍ତୁ | Reliance କମ୍ପାନୀ ଅକ୍ସିଜେନ୍ ଉତ୍ପାଦନ ବଢ଼ାଇଲା; କରୋନା ପ୍ରଭାବିତ ରାଜ୍ୟମାନଙ୍କୁ ମାଗଣାରେ ଯୋଗାଉଛି

ଭୁବନେଶ୍ୱରର ୧୨ଟି ଆହାର କେନ୍ଦ୍ରରେ ପ୍ରତି ଦିନ ପାଖାପାଖି ୯,୦୦୦ ଲୋକଙ୍କୁ ଆହାର ଯୋଗାଇ ଦିଆଯାଇଥାଏ । ଲାକଡାଉନକୁ ଦୃଷ୍ଟିରେ ରଖି ଏବେ ମାତ୍ର ୨,୦୦୦ ଲୋକଙ୍କ ପାଇଁ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ ହେଉଛି । ଆବଶ୍ୟକ ସ୍ଥଳେ ଲୋକଙ୍କ ଚାହିଦା ବଢି଼ଲେ ଅଧିକ ପାର୍ସଲ ପ୍ରସ୍ତୁତ ହେବ ବୋଲି କହିଛନ୍ତି ବି.ଏମ୍.ସି. ଅଧିକାରୀ । ଖାଦ୍ୟ ଯେମିତି ନଷ୍ଟ ନ ହୁଏ ସେଥି ପ୍ରତି ଗୁରୁତ୍ୱ ଦିଆଯାଇ ପ୍ରଥମ ଦିନରେ କମ୍‌ ପାର୍ସଲ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଲକଡାଉନ୍ ରାଜ୍ୟମାନଙ୍କ ପାଇଁ ଶେଷ ବିକଳ୍ପ ହେଉ: କହିଲେ PM ନରେନ୍ଦ୍ର ମୋଦି; ଦେଖନ୍ତୁ VIDEO

‘‘ବି.ଏମ୍.ସି. ଲୋକଙ୍କ ପେଟ କଥା ବୁଝି ଏ ଥର ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଆହାର କେନ୍ଦ୍ର ଖୋଲା ରଖିଛି । କିନ୍ତୁ ଖାଇବା ମିଳୁଛି ପାର୍ସଲରେ । ଖାଦ୍ୟ ଯେମିତି ନଷ୍ଟ ନ ହୁଏ ଆମେ ସେଥି ପ୍ରତି ଅଧିକ ଧ୍ୟାନ ଦେଉଛୁ । ଅଧିକ ଖାଦ୍ୟର ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ ଅଧିକ ପାର୍ସଲ ଆସିବ,’’ କହିଛନ୍ତି ବି.ଏମ୍‌.ସି.ର ଅତିରିକ୍ତ କମିଶନର୍‌ କମଳାକାନ୍ତ ବେହେରା ।



ଭୁବନେଶ୍ୱରର ବିଭିନ୍ନ ବସ୍ତି ଓ କଲୋନୀରେ ରହୁଥିବା ଗରିବ ଓ ଦିନମଜୁରିଆ ଲୋକଙ୍କୁ କେତେକ ଏନ୍‌.ଜି.ଓ. ଜରିଆରେ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି । ଲକଡାଉନ ଓ ସଟଡାଉନର କଡ଼ା କଟକଣା ମଧ୍ୟରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଅନୁମତି ଦେଇଛି ବି.ଏମ୍.ସି.।
Published by: Anand ST Das
First published: May 5, 2021, 11:43 PM IST