ଆହାର କେନ୍ଦ୍ରରେ କରୋନା ନିୟମ ପାଳନ ହେଉନି; ଖାଦ୍ୟ ସହ ଭୂତାଣୁ ବି ମିଳିପାରେ ଅଜାଣତରେ

ଅନେକ ଆହାର କେନ୍ଦ୍ରରେ ନା ଆବଶ୍ୟକୀୟ ସାନିଟାଇଜେସନ୍ ହେଉଛି ନା ସେଠାକୁ ଆସୁଥିବା ଲୋକଙ୍କ ଭିତରେ ରହୁଛି ସାମାଜିକ ଦୂରତ୍ୱ । କେତେକ କେନ୍ଦ୍ରରେ ବାସନ ସଫା କରିବା ମେସିନ୍ ବି ଅଚଳ ପଡ଼ିଛି ।

ଆହାର କେନ୍ଦ୍ରରେ କରୋନା ନିୟମ ପାଳନ ହେଉନି; ଖାଦ୍ୟ ସହ ଭୂତାଣୁ ବି ମିଳିପାରେ ଅଜାଣତରେ
ଭୁବନେଶ୍ୱରରେ ଏକ ଆହାର କେନ୍ଦ୍ରର ଦୃଶ୍ୟ
  • News18 Odia
  • Last Updated: April 27, 2021, 11:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବାର ମାଧ୍ୟମ ପାଲଟିଥିବା ‘ଆହାର’ କେନ୍ଦ୍ରଗୁଡ଼ିକୁ ନେଇ ବଢି଼ଛି ଚିନ୍ତା । ସେଠାରେ ଖୋଲାଖୋଲି ଭାବେ କୋଭିଡ ନିୟମର ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ଆହାର କେନ୍ଦ୍ରରେ ନା ଆବଶ୍ୟକୀୟ ସାନିଟାଇଜେସନ୍‌ ହେଉଛି ନା ସେଠାକୁ ଆସୁଥିବା ଲୋକଙ୍କ ଭିତରେ ରହୁଛି ସାମାଜିକ ଦୂରତ୍ୱ । କେତେକ କେନ୍ଦ୍ରରେ ବାସନ ସଫା କରିବା ମେସିନ୍‌ ବି ଅଚଳ ପଡ଼ିଛି । କୋଭିଡର ମହାମାରୀର ପ୍ରକୋପ ଭିତରେ ଏଭଳି ଅବ୍ୟବସ୍ଥା ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି ।

ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଆହାର କେନ୍ଦ୍ରରେ ଲାଗୁଛି ଲମ୍ବା ଧାଡି଼ । ଲୋକେ ଧାଡି଼ ବାନ୍ଧି ଅପେକ୍ଷା କରୁଛନ୍ତି ସତ, ହେଲେ ଭୁଲି ଯାଉଛନ୍ତି ସାମାଜିକ ଦୂରତ୍ୱ କଥା । ଖାଲି ବାହାରେ ନୁହେଁ, ଏହି କେନ୍ଦ୍ର ଭିତରେ ମଧ୍ୟ ଅନେକ ସମସ୍ୟା ରହିଛି । ଯିଏ ଯେଉଁଠି ପାରିଲା ସେଇଠି ବସି ତ ଆଉ କିଏ ଠିଆ ହୋଇ ଖାଦ୍ୟ ଖାଉଛନ୍ତି । ହେଲେ ପରସ୍ପର ଭିତରେ ଦୂରତା ନାହିଁ । ପୁଣି ଏଠି ଅଚଳ ହେଇଯାଇଛି ବାସନ ସଫା ମେସିନ୍‌ । ଖାଇ ସାରି ନିଜେ ବାସନ ଧୋଇକି ରଖୁଛନ୍ତି ଲୋକେ । ସେଥିରେ ଅନ୍ୟ ଜଣେ ଖାଉଛନ୍ତି । ଏହା କେତେ ସ୍ୱାସ୍ଥ୍ୟକର ତାହା ସହଜରେ ଅନୁମାନ କରାଯାଇ ପାରିବ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଫେସିଆଲ୍ ଟ୍ରିଟ୍ମେଣ୍ଟ୍ ତାମିଲ୍ ଅଭିନେତ୍ରୀଙ୍କ ମୁହଁ ଖରାପ କରିଦେଲା; PHOTO ଶେୟାର୍ କରି କହିଲେ

‘‘ଏଇଠି ଏ ଭଳି ସମସ୍ୟା ତ ସବୁ ବେଳେ ଲାଗିରହିଛି । ହାତ ସଫା କରିବା ପାଇଁ ସାନିଟାଇଜର୍‌ ନାହିଁ । ପାଣି ବି ବେଳେ ବେଳେ ଭଲରେ ଆସୁନି । ହେଲେ କ’ଣ କରିବୁ? ଖାଦ୍ୟ ଗଣ୍ଡେ ପାଇଁ ଏଠିକି ଆସୁଛୁ । କୋଭିଡ ବେଳେ ଏମିତି ଅବ୍ୟବସ୍ଥା ଦେଖି ଭୟ ତ ଲାଗୁଛି, ହେଲେ କହିବୁ କାହାକୁ? ପ୍ରଶ୍ନ କରିଛନ୍ତି ବୁଲା ବିକାଳୀ ରମଣୀ ରଞ୍ଜନ ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

ଏକ ଆହାର କେନ୍ଦ୍ରରେ ଖାଇବା ପରେ ଲୋକେ ହାତ ଓ ବାସନ ଧୋଇବାକୁ ଯାଉଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ

ସମାନ ଅବସ୍ଥା ଦେଖିବାକୁ ମିଳିଛି କ୍ୟାପିଟାଲ୍‌ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରରେ । ଏଠି କାହାକୁ କାହାରି ଅପେକ୍ଷା ନାହିଁ । ହାତ ଧୋଇବାକୁ ବେସିନ୍‌ ପାଖରେ ଗଦା ହେଉଛନ୍ତି ଲୋକେ । ଆଉ ପାଣି ପିଇବାକୁ ରହିଛି ଗୋଟିଏ ମାତ୍ର ଗ୍ଲାସ୍‌ । ଜଣେ ପିଇ ସାରିଲେ ଆଉ ସେଥିରେ ପାଣି ପିଉଛନ୍ତି । ସାମାଜିକ ଦୂରତା ବଜାୟ ରଖିବାକୁ ସର୍କଲ୍‌ କରାହେଇଛି ସତ, କିନ୍ତୁ ସେଥି ପ୍ରତି ଯେମିତି କାହାରି ଧ୍ୟାନ ନାହିଁ । ସମସ୍ତେ ଯେମିତି ଅତି ବ୍ୟସ୍ତ। ବାସ୍‌, ଖାଇ ସାରିଲେ ବାହାରିଯିବେ କାମକୁ। ହେଲେ ସେମାନେ ଭୁଲିଯାଉଛନ୍ତି ଯେ ନିଜ ଅଜାଣତରେ ସେମାନେ ରୋଗକୁ ଡାକି ଆଣୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Plus Size: ପ୍ଲେବୟ ମ୍ୟାଗାଜିନ୍ କଭର୍ରେ ପ୍ରଥମ ପ୍ଲସ୍-ସାଇଜ୍ ମଡେଲ୍ ହେଲେ ହେଲି ହ୍ୟାସେଲଫ୍

ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆହାର କେନ୍ଦ୍ରଗୁଡ଼ିକରେ କୋଭିଡ ନିୟମ ପାଳନ ହେଉ ନ ଥିବାରୁ ପ୍ରଶାସନ ପାଇଁ ଚିନ୍ତା ବଢ଼ିଛି । ଏ ବାବଦରେ ବି.ଏମ୍‌.ସି. ଅଧିକାରୀଙ୍କୁ ପଚାରିବାରୁ ଦିନେ ଦୁଇ ଦିନ ମଧ୍ୟରେ ଆହାର କେନ୍ଦ୍ର ପାଇଁ ସ୍ୱତନ୍ତ୍ର ଏସ୍‌.ଓ.ପି. ଜାରି କରାଯିବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | କୁମ୍ଭ ମେଳାରେ ୧୭ ଜଣ ସାଧୁ କରୋନା ପଜିଟିଭ୍ ହେଲେ; ମେଳା ଶେଷ କରିବା ନେଇ ମତାନ୍ତର ଜାରି

‘‘ଆହାର କେନ୍ଦ୍ରକୁ ଏକକାଳୀନ କେତେ ଲୋକ ପ୍ରବେଶ କରିବେ ସେ ନେଇ ଏକ ଏସ୍‌.ଓ.ପି. ଜାରି ହେବ। ଗୋଟିଏ ବ୍ୟାଚ୍‌ ଖାଇବା ସରିବା ପରେ ପୂରା ହଲକୁ ସାନିଟାଇଜ କରାଯିବ । ଯେଉଁମାନେ ବାହାରେ ଅପେକ୍ଷା କରିବେ ତାଙ୍କ ପାଇଁ ସ୍ୱତନ୍ତ୍ର ସେଡ୍‌ କରାଯିବ । ଅପରାହ୍ଣ ୩ଟା ଯାଏଁ ଆହାର କେନ୍ଦ୍ରକୁ ଖୋଲା ରଖାଯିବ । ଏହାକୁ ନେଇ ଏସ୍‌.ଓ.ପି. ପ୍ରସ୍ତୁତ ହେଉଛି,’’ କହିଛନ୍ତି ବି.ଏମ୍.ସି.ର ଅତିରିକ୍ତ କମିଶନର୍‌ ଲକ୍ଷ୍ମୀକାନ୍ତ ସେଠୀ ।



ବର୍ତ୍ତମାନର କୋଭିଡ ସଙ୍କଟ ସମୟରେ ଏଭଳି ଅବହେଳା ମହଙ୍ଗା ପଡି଼ପାରେ ବୋଲି ମତ ପ୍ରକାଶ ପାଉଛି । ଭୁବନେଶ୍ୱରରେ ୭୦୦ ଟପିଲାଣି ଦୈନିକ ସଂକ୍ରମଣ । ଏଭଳି ସ୍ଥିତିରେ ଟିକିଏ ଅସାବଧାନତା ଭୟଙ୍କର ରୂପ ନେବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଅଧିକ ସଚେତନ ହେବାକୁ ଅନୁରୋଧ କରିଛି ।
Published by: Anand ST Das
First published: April 27, 2021, 11:25 PM IST