ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଆମ୍ବୁଲାନ୍ସ ନ ମିଳିବାରୁ କାରର ଛାତ ଉପରେ ପିତାଙ୍କ ଶବକୁ ବାନ୍ଧି ଶ୍ମଶାନରେ ପହଞ୍ଚିଲା ପୁଅ; ଏହାପରେ ଯାହା ହେଲା..

ଆମ୍ବୁଲାନ୍ସ ନ ମିଳିବାରୁ କାରର ଛାତ ଉପରେ ପିତାଙ୍କ ଶବକୁ ବାନ୍ଧି ଶ୍ମଶାନରେ ପହଞ୍ଚିଲା ପୁଅ; ଏହାପରେ ଯାହା ହେଲା..

ବ୍ୟକ୍ତିଙ୍କ ପିତାଙ୍କ ମୃତ୍ୟୁ ପରେ ମୃତଦେହକୁ ଶ୍ମଶାନକୁ ନେବା ପାଇଁ ଆମ୍ବୁଲାନ୍ସ (Ambulance) ମିଳି ନଥିଲା । ଏହାପରେ ପୁଅ ନିଜର ପିତାଙ୍କ ମୃତଦେହକୁ କାରର ଛାତ ଉପରେ ବାନ୍ଧି ଶ୍ମଶାନରେ ପହଞ୍ଚିଥିଲା । ଏହି ଘଟଣା ଦେଖି ଶ୍ମଶାନରେ ଉପସ୍ଥିତ ଲୋକମାନେ ଭାବପ୍ରବଣ ହୋଇ ପଡ଼ିଥିଲେ ।

ଆମ୍ବୁଲାନ୍ସ ନ ମିଳିବାରୁ କାରର ଛାତ ଉପରେ ପିତାଙ୍କ ଶବକୁ ବାନ୍ଧି ଶ୍ମଶାନରେ ପହଞ୍ଚିଲା ପୁଅ; ଏହାପରେ ଯାହା ହେଲା..
କାରର ଛାତ ଉପରେ ଶବ (ଫଟୋ- ଆରିଫ୍ ଖାନ୍)
  • News18 Odia
  • Last Updated: April 26, 2021, 9:57 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାଠାରେ କରୋନା ଭାଇରସ୍ (Coronavirus) ବିପର୍ଯ୍ୟୟ ଜାରି ରହିଛି ଓ କ୍ରମାଗତ ଭାବରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢି଼ବାରେ ଲାଗିଛି । ଏହି ସମୟରେ କେବଳ ହସ୍ପିଟାଲ ଓ ଅକ୍ସିଜେନର ଅଭାବ ଦେଖା ଦେଇନାହିଁ (Oxygen Crisis In Agra) ବରଂ ଆମ୍ବୁଲାନ୍ସ (Ambulance) ଅଭାବରୁ ଲୋକମାନେ ମଧ୍ୟ ସଂଘର୍ଷ କରୁଛନ୍ତି । କେବଳ ଏତିକି ନୁହେଁ କରୋନାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ଲୋକମାନେ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ପାଇଁ ଅନେକ ଘଣ୍ଟା ଅପେକ୍ଷା କରି ରହୁଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ଆଗ୍ରା ସହରର ଏକ ଚିତ୍ର କେବଳ ସମସ୍ତଙ୍କୁ ଭାବପ୍ରବଣ କରିନାହିଁ ବରଂ ପ୍ରଶାସନ ଦାବିଗୁଡିକର ମଧ୍ୟ ପୋଲ ଖୋଲି ଦେଇଛି ।

ବାସ୍ତବରେ, ବ୍ୟକ୍ତିଙ୍କ ପିତାଙ୍କ ମୃତ୍ୟୁ ପରେ ମୃତଦେହକୁ ଶ୍ମଶାନକୁ ନେବା ପାଇଁ ଆମ୍ବୁଲାନ୍ସ ମିଳି ନଥିଲା । ଏହାପରେ ପୁଅ ନିଜର ପିତାଙ୍କ ଶବକୁ କାରର ଛାତ ଉପରେ ବାନ୍ଧି ଶ୍ମଶାନରେ ପହଞ୍ଚିଥିଲା । ଏହି ଘଟଣା ଦେଖି ଶ୍ମଶାନରେ ଉପସ୍ଥିତ ଲୋକମାନେ ଭାବପ୍ରବଣ ହୋଇ ପଡ଼ିଥିଲେ ।

ଯେତେବେଳେ ସମୟ ଆସିଲା ...
କରୋନା କାରଣରୁ ମୃତ୍ୟୁ ବଢ଼ିବା ମଧ୍ୟରେ ଶ୍ମଶାନ ଘାଟରେ ଅନେକ ଘଣ୍ଟାର ୱେଟିଂ ମଧ୍ୟ ଚାଲିଛି । ପିତାଙ୍କ ମୃତଦେହ କାରର ଛାତ ଉପରେ ବାନ୍ଧି ଶ୍ମଶାନରେ ପହଞ୍ଚିଥିବା ପୁଅ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲା । କେବଳ ଏତିକି ନୁହେଁ ଯେତେବେଳେ କିଛି ଘଣ୍ଟା ପରେ ମୃତଦେହକୁ ଶବଦାହ କରିବାର ସମୟ ଆସିଥିଲା ସେତବେଳେ ପୁଅ କାରର ଛାତରୁ ନିଜ ବାପାଙ୍କ ଶବକୁ ବାହାର କରି ପ୍ରକ୍ରିୟା ଶେଷକୃତ୍ୟ କରିଥିଲେ ଓ ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରୁ ଲୁହ ଝରି ଆସୁଥିଲା ।

ଆଗ୍ରା ୟୁପିର ସେହି ସହର ମଧ୍ୟରୁ ଗୋଟିଏ ଯେଉଁଠାରେ କରୋନା ସଂକ୍ରମଣ କେବଳ ଅନିୟନ୍ତ୍ରିତ ହୋଇ ନାହିଁ ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।
Published by: Jagdish Barik
First published: April 26, 2021, 9:57 AM IST