ଭୁବନେଶ୍ୱରରେ କରୋନା: XIMBରୁ ବ୍ୟାପିଲା ଡର, ହେଲେ ସବୁଠି ନିୟମ ଉଲ୍ଲଙ୍ଘନ ଦେଖାଯାଉଛି
ରମାଦେବୀ ବିଶ୍ୱବିଦ୍ୟାଳୟର କଲେଜ କ୍ୟାମ୍ପସ ଭିତରେ ହେଉ କି ବାହାରେ, ଛାତ୍ରୀମାନଙ୍କୁ ବିନା ମାସ୍କରେ ବୁଲୁଥିବା, ଏକାଠି ହୋଇ ଗପୁଥିବା ଓ ଖାଉଥିବା ଦେଖିବାକୁ ମିଳିଛି । ଉତ୍କଳ ବିଶ୍ଵବିଦ୍ୟାଳୟରେ ବି ସମାନ ଅବସ୍ଥା ।

ବିଭିନ୍ନ ମହାବିଦ୍ୟାଳୟରେ ଖୁଲମ ଖୁଲା କୋଭିଡ ନିୟମର ଉଲ୍ଲଙ୍ଘନ ହୋଉଥିବା ଦେଖିବାକୁ ମିଳୁଛି ।
- News18 Odia
- Last Updated: March 23, 2021, 11:58 PM IST
ଭୁବନେଶ୍ୱର: ରାଜଧାନୀର ଜାଭିଅର୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ (XIMB) ୩୬ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭୟ ଦେଖିବାକୁ ମିଳିଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖୁଲମ ଖୁଲା କୋଭିଡ ନିୟମର ଉଲ୍ଲଙ୍ଘନ ହୋଉଥିବା ବି ଦେଖିବାକୁ ମିଳିଛି । ଏହାକୁ ନେଇ ସଂକ୍ରମଣ ଆଶଙ୍କା ବଢୁଛି ।
ରମାଦେବୀ ବିଶ୍ୱବିଦ୍ୟାଳୟର କଲେଜ କ୍ୟାମ୍ପସ ଭିତରେ ହେଉ କି ବାହାରେ, ଛାତ୍ରୀମାନଙ୍କୁ ବିନା ମାସ୍କରେ ବୁଲୁଥିବା, ଏକାଠି ହୋଇ ଗପୁଥିବା ଓ ଖାଉଥିବା ଦେଖିବାକୁ ମିଳିଛି । ଉତ୍କଳ ବିଶ୍ଵବିଦ୍ୟାଳୟରେ ବି ସମାନ ଅବସ୍ଥା । କ୍ୟାଣ୍ଟିନ୍ ବନ୍ଦ ଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ବାହାରେ ଯାଇ ଖାଇବାକୁ ପଡୁଛି । ତେଣୁ କରୋନା ସଂକ୍ରମଣ ସମ୍ଭାବନା ଅଧିକ ରହୁଥିବା କହିଛନ୍ତି ହଷ୍ଟେଲରେ ରହୁଥିବା ଛାତ୍ରମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଛେଳି ସହିତ ସେଲ୍ଫି ନେଉଥିଲେ ଯୁବତୀ; ଛେଳି ତାଙ୍କୁ ଆକ୍ରମଣ କଲା; VIDEO ଭାଇରାଲ୍ ହେଲା
ଏହା ବି ପଢ଼ନ୍ତୁ | ନିଜ ସ୍ୱାମୀଙ୍କୁ ଛୁରୀ ମାରି ହତ୍ୟା କରିବା ପରେ ଘରେ ପୋତିଦେଲେ ମହିଳା; କାରଣଟି ଚକିତ କରିବ
ଉତ୍କଳ ବିଶ୍ଵବିଦ୍ୟାଳୟ କମ୍ପୁଟର ସାଇନ୍ସ ବିଭାଗର ଛାତ୍ର ଉତ୍ତମ ବେହେରା କହିଛନ୍ତି, ‘‘ଆମ ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ୍ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସବୁ ବେଳେ ବାହାରକୁ ଯାଇ ଖାଇବାକୁ ପଡୁଛି । ବାହାର ସ୍ଥିତି ଦେଖି ଭୟ ଲାଗୁଛି । କିନ୍ତୁ ଉପାୟ କିଛି ନାହିଁ ।’’
ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଖନନ ସମୟରେ ମିଳିଲା ଏହି ବିଶେଷ ବସ୍ତୁ; ସଂରକ୍ଷିତ ରଖାଯାଇଛି
ଜାନୁଆରୀ ମାସରୁ ପ୍ରଥମେ ବିଦ୍ୟାଳୟ ଓ ତା’ପରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲାଯାଇଥିଲା । ୟା ଭିତରେ ଯୁକ୍ତ୨ ପିଲାଙ୍କ ପାଠପଢ଼ା ପ୍ରାୟ ଶେଷ ହୋଇଥିବା ବେଳେ ମେ ମାସରୁ ଆରମ୍ଭ ହେଉଛି ବୋର୍ଡ଼ ପରୀକ୍ଷା । ତେଣୁ ଅନଲାଇନ୍ ମାଧ୍ୟମରେ ବାକି କ୍ଳାସ୍ ଓ ରିଭିଜନ୍ କଲେ ଭଲ ହେବ ବୋଲି ଉଭୟ ଅଭିଭାବକ ଓ ଅଧ୍ୟକ୍ଷମାନେ କହିଛନ୍ତି । ଆବଶ୍ୟକ ସ୍ଥଳେ କଲେଜ ଆସିବା ନଚେତ ଅନଲାଇନ ଯୋଗେ ପାଠପଢି଼ବା ବର୍ତ୍ତମାନର ସ୍ଥିତିରେ ଭଲ ହେବ ବୋଲି କହିଛନ୍ତି ସେମାନେ । ବି.ଏମ୍.ସି. କମିଶନର କହିଛନ୍ତି ଯେ କେବଳ XIMB ନୁହେଁ, ସବୁ ଶିକ୍ଷାନୁଷ୍ଠାନ ଉପରେ ନିଗମର ନଜର ରହିଛି ।
ଏହା ବି ପଢ଼ନ୍ତୁ | CBSE ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଭଲ ଖବର ଆସିଛି
‘‘ଆମେ କେବଳ ଜାଭିଅର୍ସ ନୁହେଁ, ସବୁ ଶିକ୍ଷାନୁଷ୍ଠାନ ଉପରେ ର ନଜର ରଖିଛୁ । ସବୁଠି ଗାଇଡ଼ଲାଇନ ପାଳନ ହେଉଛି କି ନାହିଁ ତା’ ଉପରେ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି,’’ କହିଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ଏହା ବି ପଢ଼ନ୍ତୁ | ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ୫ ଲକ୍ଷ ଟଙ୍କା
ମହର୍ଷି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ କହିଛନ୍ତି: ‘‘ବର୍ତ୍ତମାନ ଯାହା ସ୍ଥିତି ହେଲାଣି କଲେଜରେ ପିଲାଙ୍କୁ ସମ୍ଭାଳିବା ଅସମ୍ଭବ। କଲେଜ ପରିସର ବାହାରେ ପିଲାମାନେ କ’ଣ କରୁଛନ୍ତି ତା’ ଉପରେ ନଜର ରଖିବା କଷ୍ଟକର । ତେଣୁ ଅନଲାଇନ୍ କ୍ଳାସ୍ କଲେ ଭଲ ହୁଅନ୍ତା ।’’
ଜାଭିଅର୍ସ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟରୁ ସଂଗ୍ରହ କରାଯାଇଥିବା ୨୦୪ଟି ନମୁନା ମଧ୍ୟରୁ ୨୦୧ ଜଣଙ୍କ ରିପୋର୍ଟ ନେଗେଟିଭ ରହିଛି । ଅନ୍ୟ ତିନି ଜଣଙ୍କ ରିପୋର୍ଟ ଆସି ନ ଥିବା ଜଣାଯାଇଛି । ଆଗକୁ ସଂକ୍ରମଣ ବଢି଼ଲେ ସରକାରଙ୍କ ନିଷ୍ପତ୍ତି କ’ଣ ରହିବ ତାରି ଉପରେ ରହିଛି ସଭିଙ୍କ ନଜର ।