ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପର ଠାରୁ କାନ୍ଦି କାନ୍ଦି ପୂର୍ବ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ଅବସ୍ଥା ଖରାପ

ଟିଭି ସିରିଏଲ୍ ‘ପବିତ୍ର ରିସ୍ତା’ରେ ସାନ ଭଉଣୀ ଭୂମିକାରେ ଥିବା ପ୍ରାର୍ଥନା କହିଛନ୍ତି ହ୍ୱାଟ୍ସ ଆପରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଦେଖି ସେ ଅଙ୍କିତାଙ୍କୁ ଫୋନ୍ କରିଥିଲେ । ଅଙ୍କିତା ଖୁବ୍ କାନ୍ଦୁଥିଲେ । ସେ ପୂରା ଭାଙ୍ଗିପଡ଼ିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପର ଠାରୁ କାନ୍ଦି କାନ୍ଦି ପୂର୍ବ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ଅବସ୍ଥା ଖରାପ
ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଙ୍କିତା ଲୋଖଣ୍ଡେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପର ଠାରୁ ଟେଲିଭିଜନ ଓ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ବ୍ୟାପ୍ତ ଅଛି । ସୁଶାନ୍ତ ସବୁ ଦିନ ପାଇଁ ଦୁନିଆ ଛାଡ଼ି ଚାଲିଯାଇଛନ୍ତି (Sushant Singh Rajput Suicide) । ତାଙ୍କ ମୃତ୍ୟୁ ପରେ ଲୋକେ ପଚାରୁଥିଲେ ଯେ ତାଙ୍କର ଏକ୍ସ, ଅର୍ଥାତ୍ ପୂର୍ବ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ (Ankita Lokhande) ଏ ପର୍ଯ୍ୟନ୍ତ ଏ ବାବଦରେ କୌଣସି ବିବୃତ୍ତି ଦେଇନାହାଁନ୍ତି କାହିଁକି? ସେ କାହିଁକି ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ନ ଥିଲେ? ଲୋକେ ଅନେକ ପ୍ରକାରର ପ୍ରଶ୍ନ ପଚାରୁଥିଲେ, ଯାହାର ଉତ୍ତର କାହାରି ପାଖରେ ନ ଥିଲା । କିନ୍ତୁ ପ୍ରକୃତ କଥା ହେଉଛି ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଖୁବ୍‌ ଭାଙ୍ଗିପଡ଼ିଛନ୍ତି । ସେ ଦୁହିଁଙ୍କ ସମ୍ପର୍କ ସମାପ୍ତ ହେବାର ବହୁ ଦିନ ହେଲାଣି, କିନ୍ତୁ ସୁଶାନ୍ତ ନିଜ ଜୀବନ ଉପରେ ଏତେ ବିରକ୍ତ ଥିଲେ ଜାଣି ଅଙ୍କିତା ଭାରି ଦୁଃଖିତ । ଏହି ତଥ୍ୟ ଜଣେଇଛନ୍ତି ତାଙ୍କ ସହ ‘ପବିତ୍ର ରିସ୍ତା’ରେ କାମ କରିଥିବା ଅଭିନେତ୍ରୀ ପ୍ରାର୍ଥନା ବେହେରେ (Prarthana Behere)।

ଟିଭି ସିରିଏଲ ‘ପବିତ୍ର ରିସ୍ତା’ ହିଁ ସୁଶାନ୍ତ ଓ ଅଙ୍କିତାଙ୍କୁ ଏକ ନୂତନ ପରିଚୟ ଦେଇଥିଲା । ସେ ଦୁଇ ଜଣଙ୍କ ପ୍ରେମପୂର୍ଣ୍ଣ ସମ୍ପର୍କ ଛଅ ବର୍ଷ ପରେ ଭାଙ୍ଗି ଯାଇଥାଇପାରେ, କିନ୍ତୁ ଆଜି ସୁଶାନ୍ତ ସିଂ ରାଜପୁତ ଦୁନିଆକୁ ବିଦାୟ କହିବା ପରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଭୀଷଣ ଭାଙ୍ଗିପଡ଼ିଛନ୍ତି । ‘ଟାଇମ୍ସ ଅଫ୍ ଇଣ୍ଡିଆ’ ସହିତ ଏକ ବାର୍ତ୍ତାଳାପରେ ଅଙ୍କିତାଙ୍କ ସାନ ଭଉଣୀ ଭୂମିକାରେ ଅଭିନୟ କରିଥିବା ପ୍ରାର୍ଥନା ବେହେରେ ବି ସୁଶାନ୍ତଙ୍କ ଦେହାନ୍ତ ଖବର ଜାଣି ଦୁଃଖୀ ଦେଖାଯାଇଥିଲେ । ବାର୍ତ୍ତାଳାପରେ ସେ କହିଛନ୍ତି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିବା ଠାରୁ ଅଙ୍କିତାଙ୍କ ଅବସ୍ଥା ଖରାପ । ‘‘ତାଙ୍କ ଅବସ୍ଥା ଭଲ ନାହିଁ । ଏହି ଖବର ଜାଣିବା ସମୟରୁ କାନ୍ଦି କାନ୍ଦି ତାଙ୍କ ଅବସ୍ଥା ଖରାପ । ସେ ଭାଙ୍ଗି ଯାଇଛନ୍ତି,’’ କହିଛନ୍ତି ପ୍ରାର୍ଥନା ।

ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଙ୍କିତା ଲୋଖଣ୍ଡେ


ପ୍ରାର୍ଥନା ଏହି ବାର୍ତ୍ତାଳାପରେ କହିଛନ୍ତି, ‘‘ମୁଁ ଆମର ସୋ' ‘ପବିତ୍ର ରିସ୍ତା’ର ହ୍ୱାଟ୍ସ ଆପ୍ ଗୃପରେ ପ୍ରଥମେ ଏକ ମେସେଜ୍‌ ଦେଖି ଏହି ଖବର ଜାଣିଥିଲି । ମୁଁ କାହାକୁ କଲ୍‌ କରିବି ବୁଝିପାରୁ ନ ଥିଲି । ମୁଁ ଅଙ୍କିତାଙ୍କୁ ଫୋନ୍‌ କଲି, ଆଉ ସେ ବହୁତ କାନ୍ଦୁଥିଲେ । ତା’ପରେ ମୁଁ ମହେଶ ଶେଟ୍ଟୀଙ୍କୁ ଫୋନ୍‌ କଲି, ସେ ମଧ୍ୟ କାନ୍ଦୁଥିଲେ ଆଉ ସୁଶାନ୍ତଙ୍କୁ ଦେଖିବା ପାଇଁ ତାଙ୍କ ଘରକୁ ଯାଉଥିଲେ ।’’

ଏହି ବାର୍ତ୍ତାଳାପରେ ସେ ଅଙ୍କିତା ଲୋଖଣ୍ଡେ କାହିଁକି ଏ ବିଷୟରେ ମନ୍ତବ୍ୟ ଦେଇନାହାଁନ୍ତି ଓ ମହେଶ ଶେଟ୍ଟୀ ସୁଶାନ୍ତଙ୍କ କଲ୍ କାହିଁକି ଉଠାଇ ନ ଥିଲେ ସେ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି ।

ପ୍ରାର୍ଥନା କହିଛନ୍ତି, ‘‘ମୁଁ ଅଙ୍କିତାଙ୍କ ସହ ଏ ବିଷୟରେ କଥାବାର୍ତ୍ତା କଲି ଓ ସୋସିଆଲ ମିଡିଆରେ ଲୋକେ କ’ଣ କହୁଛନ୍ତି ତାହା ମଧ୍ୟ ତାଙ୍କୁ କହିଲି । ସୁଶାନ୍ତଙ୍କ ବିୟୋଗରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଓ ଖୁବ୍‌ କାନ୍ଦୁଛନ୍ତି । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ସେ ସେଇଠି ଅଟକି ରହିଛନ୍ତି... କିନ୍ତୁ ଏହା ବି ଏକ ସତ୍ୟ ଯେ ତାଙ୍କ ଜୀବନରେ ଆଉ କେହି ଅଛନ୍ତି । ତାଙ୍କୁ ସେହି ସମ୍ପର୍କକୁ ବି ସମ୍ମାନ ଦେବାକୁ ପଡ଼ିବ । ସେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ ଯିବାକୁ ଚାହୁଁଥିଲେ, କିନ୍ତୁ ସମସ୍ତେ ଜାଣନ୍ତି ଯେ ସେ ଅତ୍ୟନ୍ତ ଭାବପ୍ରବଣ ଓ ସମ୍ବେଦନଶୀଳ… ।’’

‘‘ମୁଁ ଅଙ୍କିତା ଓ ସୁଶାନ୍ତଙ୍କ ପ୍ରେମକୁ ଅତି ନିକଟରୁ ଦେଖିଛି । ମୁଁ ଜାଣେ ଏହି ସମୟରେ ଅଙ୍କିତାଙ୍କ ଭିତରେ କ’ଣ ଘଟୁଥିବ । ସେ ଭାଙ୍ଗି ପଡ଼ିଛନ୍ତି । ମୁଁ ଜାଣେ ଅଙ୍କିତା କିପରି ଓ ସେ କେତେ ଦୁଃଖୀ ମୁଁ ବୁଝିପାରୁଛି ।’’

ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ପରବର୍ତ୍ତୀ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ


ଏହି ବାର୍ତ୍ତାଳାପ ସମୟରେ ପ୍ରାର୍ଥନା ସୁଶାନ୍ତଙ୍କୁ ମନେ ପକେଇ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ଲୋକେ ଅଙ୍କିତା ଲୋଖଣ୍ଡେ ଓ ମହେଶ ଶେଟ୍ଟୀଙ୍କ ଉପରେ ଜଜମେଣ୍ଟ୍‌ ଦେବା ବନ୍ଦ କରିବା ଉଚିତ । ଏହି ଘଟଣା ପରେ ସେମାନେ ବି ଗଭୀର ଦୁଃଖ ପାଇଛନ୍ତି । ସୁଶାନ୍ତଙ୍କ ସହ ତାଙ୍କର ସମ୍ପର୍କକୁ ବର୍ଣ୍ଣନା କରି ପ୍ରାର୍ଥନା କହିଛନ୍ତି: ‘‘ସୁଶାନ୍ତ ମୋ’ ସହ ଅତି ନିକଟ ଥିଲେ । ଯେହେତୁ 'ପବିତ୍ର ରିସ୍ତା'ରେ ମୁଁ ଅଙ୍କିତାଙ୍କ ଭଉଣୀ ହୋଇଥିଲି, ସେ ମୋତେ ସାନ ଭଉଣୀ ଭାବେ ଦେଖୁଥିଲେ । ମୁଁ ବି ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ଶ୍ମଶାନକୁ ଯିବାକୁ ଚାହୁଁଥିଲି, କିନ୍ତୁ ସରକାରୀ ନିୟମ ଅନୁଯାୟୀ କେବଳ ୨୦ ଜଣ ଲୋକ ଯାଇପାରିବେ । ଏଭଳି ପରିସ୍ଥିତିରେ ମୁଁ ଯାଇ ପାରିଲି ନାହିଁ ।’’

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 16, 2020, 2:57 PM IST
corona virus btn
corona virus btn
Loading