କରୋନା କଟକଣା ଭିତରେ ସୁଚାରୁ ରୂପେ ସମ୍ପନ୍ନ ହେଲା ସ୍ନାନ ପୂର୍ଣ୍ଣିମା; ଆଗକୁ ଅଛି ରଥ ଯାତ୍ରା

ଶ୍ରୀମନ୍ଦିର ଇତିହାସରେ ଘଟିଛି ବିରଳ ଘଟଣା । ଶହ ଶହ ବର୍ଷ ପରେ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଦିନ ହୋଇଛି ଅଣସର ନୀତି । ଏ ଥର ପୁଣି ଅଣସର ନୀତି ୧୫ ଦିନ ପାଳନ କରାଯାଉଛି । ରଥ ଯାତ୍ରା ପ୍ରଶାସନ ପାଇଁ ଏକ ଚାଲେଞ୍ଜ ହେବ ।

କରୋନା କଟକଣା ଭିତରେ ସୁଚାରୁ ରୂପେ ସମ୍ପନ୍ନ ହେଲା ସ୍ନାନ ପୂର୍ଣ୍ଣିମା; ଆଗକୁ ଅଛି ରଥ ଯାତ୍ରା
ଭୋଗ ସରିବା ପରେ ବେଶ ଓଲାଗି କରି ବାହୁଡ଼ା ପହଣ୍ଡି ପରେ ଅଣସର ଘରେ ଆରମ୍ଭ ହୋଇଛି ମହାଜ୍ୱରର ଉପଚାର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିର ପରମ୍ପରାରେ ଦୀର୍ଘ ୪୦୦ ବର୍ଷ ପରେ ପୁଣି ଥରେ ଅଣସର ନୀତି ସ୍ନାନ ପୂର୍ଣ୍ଣିମାରେ କରାଯାଇ ଏ ଥର ଅଣସର ନୀତି ୧୫ ଦିନ ପାଳନ ହେଉଛି । ଏ ଥର ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ହେଇଥିବାରୁ ଚର୍ମଚକ୍ଷୁରେ ନ ହେଲେ ବି ହୃଦୟ ଚକ୍ଷୁରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତମାନେ ।

ଏ ଥର ସ୍ନାନ ପୂର୍ଣ୍ଣମାରେ ଆଉ ଏକ ବିରଳ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ଛେରାପହଁରା ପାଇଁ ସ୍ନାନ ବେଦୀକୁ ଆସି ନ ଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି ମହାରାଜ କେବଳ ୧୯୭୬ ମସିହା ବେଳେ ଅନୁପସ୍ଥିତ ଥିଲେ । ଏ ଥର ସ୍ନାନ ପୂର୍ଣ୍ଣିମା ଦିନ କରୋନା ଗାଇଡଲାଇନ୍ସ ଯୋଗୁଁ ସେ ପୁରୀରେ ନିଜ ଘରେ ଥାଇ ମଧ୍ୟ ନ ଆସିବାରୁ ମୁଦିରଥ ତାଙ୍କ ପ୍ରତିନିଧି ଭାବେ ନୀତି ସମ୍ପାଦନ କରିଥିଲେ । ଗଜପତି ମହାରାଜ ଛେରାପହଁରାକୁ ନ ଆସିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସେବାୟତମାନେ ।

‘‘ଗଜପତି ହେଉଛନ୍ତି ଶ୍ରୀ ଜଗନ୍ନାଥଙ୍କ ପ୍ରଧାନ ସେବକ । ଏ ଭଳି ଅସମୟରେ ସେ ସେବାୟତଙ୍କ ସହ ରହି କାର୍ଯ୍ୟ ଆଗେଇ ନେଇଥିଲେ ଭଲ ହୋଇଥାନ୍ତା । ଏ ଭଳି ମହାମାରୀ ସମୟରେ ସେବାୟତମାନେ କୋବିଡ ଟେଷ୍ଟ କରି ସଙ୍ଗରୋଧରେ ରହି ନୀତି ସମ୍ପାଦନ କରିପାରିଛନ୍ତି । ନନ୍ଦିନୀ ଶତପଥି ମୁଖ୍ୟ ମନ୍ତ୍ରୀ ଥିବା ବେଳେ ରଥ ନ ଗଡ଼ିବାରୁ ଠାକୁର ରଜା ନିଜେ ଚାଲି ଚାଲି ଆସି ରଥରେ ହାତ ଲଗାଇବା ମାତ୍ରେ ରଥ ଗଡ଼ିଥିଲା,’’ କହିଛନ୍ତି ବରିଷ୍ଠ ପୁଷ୍ପାଳକ ସେବାୟତ ମନୋରଂଜନ ସିଂହାରୀ ।

୧୪୪ ଧାରା ଜାରି କରାଯାଇ ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା କରାଯାଇଥିଲା ।


ଗଜପତି ମହାରାଜଙ୍କ ପକ୍ଷରୁ ରଖାଯାଇଥିବା ପ୍ରତିକ୍ରିୟା ଅନୁଯାୟୀ କରୋନା ଲକଡାଉନ ଓ ୧୪୪ ଧାରା ଯୋଗୁଁ ପଟୁଆର ଓ ପାଲିଙ୍କିରେ ଆସିବା ଅସମ୍ଭବ । ‘‘ଏତେ ସଂଖ୍ୟକ ସେବକଙ୍କ ସହ ଶ୍ରୀନଅରରୁ ଯିବା ବି ଆଇନ ବିରୁଦ୍ଧ  । ୧୯୭୬ ମସିହାରେ ଲଣ୍ଡନରେ ପାଠ ପଢୁଥିବା ସମୟେର ଅନୁପସ୍ଥିତ ଥିଲି । ଏବେ ପୁଣି କରୋନା କଟକଣାକୁ ନେଇ ଅନୁପସ୍ଥିତ ରହିଛି । ୧୪୪ ଧାରା ଆଇନକୁ ଉଲ୍ଲଙ୍ଘନ କରିବା ଉଚିତ ମନେକଲି ନାହିଁ,’’ ଗଜପତି ସ୍ପଷ୍ଟ କରିଛନ୍ତି ।

ଏତେ ସବୁ କଟକଣା ସତ୍ତ୍ୱେ ଶାନ୍ତି ଶୃଙ୍ଖଳାରେ ଓ ବିନା ଭକ୍ତରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ୧୪୪ ଧାରା ଜାରି କରାଯାଇ ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା କରାଯାଇଥିଲା । ଦିନ ୧୧ଟା ସୁଦ୍ଧା ମହାପ୍ରଭୁଙ୍କ ସ୍ନାନ ବେଦୀରେ ଦିବ୍ୟସ୍ନାନ ଓ ହାତୀ ବେଶ ସମ୍ପନ୍ନ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇଥିଲା ।

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସବୁ ସେବାୟତମାନଙ୍କର କୋବିଡ ଟେଷ୍ଟ କରାଯାଇ ସେମାନଙ୍କୁ ନୀତିରେ ସାମିଲ କରାଯାଇଥିଲା  । ବିଧି ବ୍ୟବସ୍ଥା ଅନୁଯାୟୀ ମଧ୍ୟରାତ୍ରରୁ ହୋଇଥିଲା ପହଣ୍ଡି । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧.୨୫ରେ ମଙ୍ଗଳାର୍ପଣ ଓ ପହଣ୍ଡି, ଧାଡ଼ି ପହଣ୍ଡିରେ ବାହାରିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ପ୍ରଥମେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ଶେଷରେ ମଦନମୋହନ ବିଜେ ହୋଇଥିଲେ । ସ୍ନାନ ବେଦୀରେ ୩ଟା ୧୦ ସୁଦ୍ଧା ଶେଷ ହୋଇଥିଲା ପହଣ୍ଡି । ତା’ ପରେ ୩ଟା ୪୦ରେ ମଙ୍ଗଳଆଳତୀ , ୪ଟା ୨୦ରେ ମଇଲମ, ୪ଟା ୩୫ରେ ଅଧରପୋଛା ଓ ୪ଟା ୫୦ରେ ଅବକାଶ ନୀତି ସରିଥିଲା । ୫ଟା ୩୦ରେ ରୋଷହୋମ, ୫ଟା ୫୫ରେ ବେଶ ଶେଷ ପରେ ୭ଟାରେ ହୋଇଥିଲା ଜଳଲାଗି । ୧୦୮ ଗରା ଜଳକୁ ଅଧିବାସ କରି ରଖାଯାଇଥିବା ବେଳେ ଗରାବଡୁ ସେବକ ତାକୁ ସ୍ନାନ ବେଦୀକୁ ଆଣିଥିଲେ । ତା’ ପରେ ପୂଜାପଣ୍ଡା ସାମନ୍ତ ତାକୁ ଷୋଡଶ ଉପଚାର ମନ୍ତ୍ରରେ ପୂଜା କରିବା ପରେ ଗରାବଡୁ ତାକୁ ପୁଜାପଣ୍ଡା ସେବକଙ୍କ ପିଙ୍ଗଳରେ ଢାଳିଥିଲେ  । ଆଉ ଜଳକୁ ପୂଜାପଣ୍ଡା ସେବାୟତ ଲାଗି କରିଥିଲେ  । ୯ଟା ସୁଦ୍ଧା ଜଳଲାଗି ସରିବା ପରେ ୧୦ଟା ୪୩ରେ ହୋଇଥିଲା ଛେରାପହଁରା ।

‘‘ସବୁ ନୀତି ସୁଚାରୁ ରୂପେ ସମ୍ପନ୍ନ ହେବା ପରେ ରାଘବଦାଶ ମଠ ଓ ଗୋପାଳତୀର୍ଥ ମଠରୁ ଆସିଥିବା ହାତୀ ବେଶକୁ ମହାପ୍ରଭୁଙ୍କୁ ଲାଗି କରାଯାଇ ୧୧ଟା ୫୦ରେ ବେଶ ସରିଥିଲା । ତା’ ପରେ ହାତୀ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଭୋଗ ସରିବା ପରେ ବେଶ ଓଲାଗି କରି ବାହୁଡ଼ା ପହଣ୍ଡି ପରେ ଅଣସର ଘରେ ଆରମ୍ଭ ହୋଇଛି ମହାଜ୍ୱରର ଉପଚାର । ଚଳିତ ବର୍ଷ ଅଣସର ନୀତି ୧୫ ଦିନ କରାଯାଉଛି,’’ କହିଛନ୍ତି ଦଇତାପତି ସେବାୟତ ବିନାୟକ ଦାଶ ମହାପାତ୍ର ।

ମହାପ୍ରଭୁ ଜଗନ୍ନାଥଙ୍କୁ ୩୫ ଗଡୁ ଜଳ, ବଳଭଦ୍ରଙ୍କୁ ୩୩ ଗଡୁ , ସୁଭଦ୍ରାଙ୍କୁ ୨୨ ଗଡୁ ଓ ସୁଦର୍ଶନଙ୍କୁ ୧୮ ଗଡୁ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ ସରିବା ପରେ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା । ‘‘ଚଳିତ ବର୍ଷ କରୋନା ଗାଇଡଲାଇନ୍ସକୁ ନେଇ ଉତ୍ତମ ସମନ୍ୱୟରେ ନୀତି କରାଯାଇଥିଲା,’’ କହିଛନ୍ତି  ଦଇତାପତି ନିଯୋଗର ସଭାପତି ରବୀନ୍ଦ୍ର ଦାଶ ମହାପାତ୍ର ।

ଏ ଥର ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଆସି ନ ପାରି ଭକ୍ତମାନେ ଦୁଃଖ ଭୋଗିଛନ୍ତି ।


୧୪୪ ଧାରା ଜାରି ହେବା ପରେ ପୁରୀକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା ଓ ସହରର ସବୁ ପ୍ରବେଶ ପଥ ସିଲ ହୋଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ସହରକୁ ୭ଟି ଜୋନରେ ବିଭକ୍ତ କରାଯାଇଥିଲା । ୧୪୪ ଧାରା ଅଞ୍ଚଳରୁ ଆରମ୍ଭ କରି ସୁରକ୍ଷା ଜୋନ ପର୍ଯ୍ୟନ୍ତ ନିୟୋଜିତ କରାଯାଇଥିଲା ୩୮ ପ୍ଲାଟୁନ ଫୋର୍ସ । ମାର୍କେଟ ଛକରୁ ଆରମ୍ଭ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ମଧ୍ୟ ସିଲ କରାଯାଇଥିଲା ।

‘‘ସେବାୟତଙ୍କ ସହଯୋଗରେ ଚଳିତ ବର୍ଷର ନୀତିକାନ୍ତି ଶୃଙ୍ଖଳିତ କରାଯାଇପାରିଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସହରବାସୀ ଗ୍ରହଣ କରିଛନ୍ତି । ସୁରକ୍ଷା ଜୋନରେ ଲୋକେ ତାହାକୁ ପାଳନ କରିଛନ୍ତି । କିଛି ଅଞ୍ଚଳରେ ସ୍ଥାନୀୟ ଯୁବକମାନଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଥିଲା । ଶ୍ରୀମନ୍ଦିର ଭିତରେ କୌଣସି ପୁଲିସ ମୁତୟନ କରାଯାଇ ନ ଥିବା ବେଳେ ଜେଟିପିମାନେ ନୀତି ସଠିକ ଭାବେ ସମ୍ପାଦନ କରିଛନ୍ତି,’’ କହିଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ ।

ଅଣସର ନୀତି ସ୍ନାନ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇଥିବାରୁ ଦୀର୍ଘ ୪୦୦ ବର୍ଷ ପରେ ଏଭଳି ଏକ ନୀତି ସମ୍ପାଦନ କରିବା ହେଉଛି ଶ୍ରୀମନ୍ଦିର ଇତିହାସରେ ବିରଳ ଘଟଣା  । ସେବାୟତମାନେ ଅଣସର ଘରେ ରାହୁ ରେଖା ଓ ଚିତା ଓଲାଗି ପରେ ପଣା ଭୋଗ ଓ ଚକଟା ଭୋଗ ଦେଇଥିଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ । ପୁଣି ଅଣସର ଘରେ ଚଳିତ ବର୍ଷ ବଳଭଦ୍ରଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ଗତ ଥର ଜଗନ୍ନାଥଙ୍କ ଘଣାଲାଗି ହୋଇଥିଲା ବୋଲି କହିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାଶ ମହାପାତ୍ର ।

‘‘ଏ ଥର ବଡ଼ଦାଣ୍ଡ କାନ୍ଦୁଥିଲା । ଭକ୍ତର ହୃଦୟରୁ ଝରୁଥିଲା ରକ୍ତ । ନ ଥିଲା କୋଳାହଳ, ନ ଥିଲା ସଂକୀର୍ତନ ମଣ୍ଡଳୀର ସ୍ୱର । ସମ୍ପୁର୍ଣ ଖାଁ ଖାଁ ପରିବେଶରେ ପାଳିତ ହୋଇଥିଲା ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଦୀର୍ଘ ଦୁଇ ମାସ ଧରି କରୋନା ଲକଡାଉନକୁ ନେଇ ଶ୍ରୀମନ୍ଦିରକୁ ନ ଯାଇପାରି ଜଗନ୍ନାଥଙ୍କୁ ଝୁରୁଥିଲା ଭକ୍ତ । ହେଲେ ଅପେକ୍ଷା ଥିଲା ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରିବ । ସେତକ ବି ମନବାଞ୍ଛା ପୂରଣ ହେଲାନାହିଁ । ତେଣୁ ଘରେ ବସି ଟିଭି ମାଧ୍ୟମରେ ମହାପ୍ରଭୁଙ୍କୁ ଦେଖି ନିଜକୁ ଧନ୍ୟ ମନେକରିଛନ୍ତି ଭକ୍ତମାନେ । ଚକାଆଖିକୁ ଦର୍ଶନ କରି କିଭଳି କରୋନା ମହାମାରୀରୁ ମୁକ୍ତି ମିଳିବ ସେ ନେଇ ଗୁହାରୀ କରିଛୁ,’’ କହିଛନ୍ତି ଜଗନ୍ନାଥ ଭକ୍ତ ମହେଶ୍ୱର ମହାରଣା ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 6, 2020, 7:36 PM IST
corona virus btn
corona virus btn
Loading