News18 Odia Digital
ପୁରୀ: ଦେବସ୍ନାନ ପରେ ରତ୍ନ ବେଦୀକୁ ନ ଫେରି ଏବେ ଅଣସର ପିଣ୍ଡିରେ ଥିବା ମହାପ୍ରଭୁଙ୍କୁ ଦଇତାପତି ସେବାୟତମାନେ ଗୁପ୍ତ ଉପଚାର କରୁଛନ୍ତି ଓ ତାଙ୍କୁ ପଣା ଭୋଗ ଓ ଚକଟା ଭୋଗ ଅର୍ପଣ କରୁଛନ୍ତି । ରାଜବୈଦ୍ୟଙ୍କ ପରାମର୍ଶରେ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଚାଲିଛି ମହାପ୍ରଭୁଙ୍କ ମହାଜ୍ୱରର ଉପଚାର । ତାଙ୍କୁ ଫଳମୁଳ ଆଦି ପଥି ଭୋଗ କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅଣସର ସମୟରେ ଅନ୍ନ ମହାପ୍ରସାଦ ଭୋଗ ଲାଗି କରାଯିବାର ବିଧି ରହିଛି ।
୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାଜ୍ୱରରେ ପୀଡି଼ତ ମହାପ୍ରଭୁ ଏବେ ଅଣସର ଘରେ ସଙ୍ଗରୋଧରେ ଅଛନ୍ତି । ଅଣସର ତାଟି ଘରେ ଅନ୍ଧାରରେ କେବଳ ଏକ ଦୀପ ଜଳୁଛି । ସେହି ଘରେ ଏକ ବସ୍ତ୍ର ପରିହିତ ହୋଇ ଦଇତାପତି ସେବାୟତମାନେ ଗୋଷ୍ଠୀଗତ ଭାବେ ତାଙ୍କର ସେବା କରୁଛନ୍ତି । ମଧ୍ୟାହ୍ନ ଧୂପ ବେଳେ ମହାପ୍ରଭୁଙ୍କୁ ଧଳା ଫୁଲ, ବିଭିନ୍ନ ସୁସ୍ୱାଦୁ ଫଳ, ପଣା ଭୋଗ ଓ ଚକଟା ଭୋଗ ଅର୍ପଣ କରୁଛନ୍ତି ।
ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ୨ ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ‘‘ରାଜବୈଦ୍ୟଙ୍କ ପରାମର୍ଶରେ ମହାପ୍ରଭୁଙ୍କର ଆୟୁର୍ବେଦ ଉପଚାର ଚାଲିଛି । ତାଟି ଭିତର ଭୋଗ ବାହାରକୁ ଆସେନାହିଁ । ତାଟି ବାହାରେ ଭୋଗ ହେଉଥିବା କ୍ଷୀର ସର ଆଦିକୁ ଭୋଗ କରି ଦଇତାପତି ସେବାୟତମାନେ ଅଣସର ପଣା ଭାବେ ପ୍ରସାଦ ଭକ୍ତଙ୍କୁ ବଣ୍ଟନ କରୁଛନ୍ତି । ୧୫ ଦିନ ଧରି ଅଣସର ଘରେ ହେଉଥିବା ଗୁପ୍ତ ସେବା ପ୍ରକାଶଯୋଗ୍ୟ ନୁହେଁ,’’ କହିଛନ୍ତି ଯୁବ ଦଇତାପତି ସେବାୟତ ଅନାଥ ଦାସ ମହାପାତ୍ର ।
ଏହା ବି ପଢ଼ନ୍ତୁ | ଏହି ମେଡିକାଲ୍ ଛାତ୍ରୀ ୧.୬୫ କୋଟି ଟଙ୍କାର ଯୌତୁକ ନେଇଥିଲେ; ନିର୍ଯ୍ୟାତନା ପରେ ‘ଆତ୍ମହତ୍ୟା’ କଲେଏ ଥର ଦେବସ୍ନାନ ପୂର୍ଣ୍ଣିମା କୋଭିଡ କଟକଣା ମଧ୍ୟରେ କେବଳ ପାସ୍ ଥିବା ପାଳିଆ ସେବାୟତଙ୍କୁ ନେଇ କରାଯାଇଥିଲା । ନୀତିକାନ୍ତି ସଅଳ କରିବା ସହ ଦିନ ୧୨ଟା ସୁଦ୍ଧା ହାତୀବେଶ କରି ଶ୍ରୀମନ୍ଦିର ପରମ୍ପରାରେ ଇତିହାସ ସୃଷ୍ଟି କରାଯାଇଥିଲା । ‘‘ସେବାୟତମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ସ୍ନାନ ବେଦୀରେ କେହି ବି ମହାପ୍ରଭୁଙ୍କ ସମ୍ମୁଖରେ ନ ରହିବାରୁ ଭକ୍ତମାନେ ଟିଭି ପରଦାରେ ଅତି ସୁନ୍ଦର ଭାବେ ଦର୍ଶନ କରିପାରିଥିଲେ । ସ୍ନାନ ପୂର୍ଣ୍ଣିମା ଭଳି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବି ବିନା ଭକ୍ତରେ ଶୃଙ୍ଖଳିତ ଢଙ୍ଗରେ କରାଯିବ,’’ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଜମ୍ମୁ-କଶ୍ମୀରକୁ ନେଇ ହୋଇପାରେ ବଡ଼ ଘୋଷଣା; ରାଜ୍ୟର ନେତାମାନଙ୍କୁ ଭେଟିଲେ PM ନରେନ୍ଦ୍ର ମୋଦି‘‘ପ୍ରାୟ ୫୦୦ ବର୍ଷ ପରେ ଗତ ବର୍ଷଠାରୁ ଅଣସର ନୀତି ଦେବସ୍ନାନ ପୂର୍ଣ୍ଣିମାଠାରୁ ୧୫ ଦିନ ପର୍ଯ୍ୟନ୍ତ ହୋଇପାରିଛି । ଦୀର୍ଘ ୧୨ ବର୍ଷ ପରେ ତିନି ଦିନ ପଡୁଛି ମହାପ୍ରଭୁଙ୍କ ନବଯୌବନ ବେଶ । ଜୁଲାଇ ୯ ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ରହିଥିବା ବେଳେ ଜୁଲାଇ ୧୧ ପର୍ଯ୍ୟନ୍ତ ମଳ ରହୁଥିବାରୁ ସେହି ନୀତି ବଳବତ୍ତର ରହି ଜୁଲାଇ ୧୨ରେ ହେବ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା । ନବଯୌବନ ଦର୍ଶନ ହେଉଛି ଅଣସରର ଶେଷ ନୀତି । ଏବେ ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଓଦା ଲୁଗା ଫିଟାରୁ ଆରମ୍ଭ କରି ସ୍ୱତନ୍ତ୍ର ଅଣସର ନୀତି ଚାଲିଛି,’’ କହିଛନ୍ତି ବରିଷ୍ଠ ସେବାୟତ ତଥା ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।
ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଓ ଦୋକାନୀ ସମସ୍ତେ ଜାଣିବା ଉଚିତଏବେ ରତ୍ନ ବେଦୀରେ ମହାପ୍ରଭୁ ନ ଥିବାରୁ ଶ୍ରୀମନ୍ଦିରର ଖାଁ ଖାଁ ହୋଇପଡ଼ିଛି । ପ୍ରତି ବର୍ଷ ଅଣସର ନୀତି ୧୪ ଦିନ ହେଉଥିବା ବେଳେ ଚଳିତ ବର୍ଷ ୧୫ ଦିନ ହେଉଛି । ବିଧି ପରମ୍ପରା ଅନୁସାରେ ମହାପ୍ରଭୁ ଅଣସରରେ ରହିଥିବାରୁ ବ୍ରହ୍ମଗିରି ନିକଟସ୍ଥ ଅଲାରନାଥଙ୍କ ପୀଠରେ ଚର୍ତୁଭୁଜ ନାରାୟଣ ବା ଅଲାରନାଥଙ୍କୁ ଦର୍ଶନ କରି କୃତାର୍ଥ ହୋଇଥାନ୍ତି ଭକ୍ତ। କିନ୍ତୁ ଏଥର କୋଭିଡ-୧୯ ଗାଇଡଲାଇନ୍ ଆଧାରରେ ଅଲାରନାଥଙ୍କ ପୀଠରେ ଲାଗିଛି ୧୪୪ ଧାରା । ମହାପ୍ରଭୁଙ୍କ ନିକଟରେ କେବଳ ନୀତିକାନ୍ତି ହେଉଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ ଲାଗିଛି କଟକଣା । ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି କରିଛି ପ୍ରଶାସନ ।
ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ‘‘ଅଣସର ପିଣ୍ଡିରେ ଅସୁସ୍ଥ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଶ୍ରୀଅଙ୍ଗ ସେବକମାନେ ଲାଗି ପଡି଼ଥିବା ବେଳେ ପଟିଦିଅଁ ପରମ୍ପରା ଅନୁଯାୟୀ ଅଣସର ତାଟିରେ ପଟିଦିଅଁ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଦେବୀ ଭୁବନେଶ୍ୱରୀଙ୍କ ସହ ଦଶମୂର୍ତ୍ତି ପୁଜା ଆରମ୍ଭ କରାଯାଇଛି । ଅଣସର ନୀତି ମହାପ୍ରଭୁଙ୍କ ଗୁପ୍ତ ସେବା ହୋଇଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିଥାଏ । ମାତ୍ର କୋଭିଡ୍ କଟକଣା ଯୋଗୁଁ ଭକ୍ତମାନେ ପଟିଦିଅଁ ଦର୍ଶନ କରିବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି,’’ କହିଛନ୍ତି ଗବେଷକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ।
ଏହା ବି ପଢ଼ନ୍ତୁ | କରୋନା କାଳରେ ବି Relianceର ଲାଭ ବଢ଼ି ₹୫୩,୭୩୯ କୋଟି ହେଲା; ଏବେ ଅକ୍ଷୟ ଶକ୍ତି ଉପରେ ନଜରପୁରୀରେ ୧୪୪ ଧାରା ଜାରି କରାଯାଇ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି କରାଯାଇଥିବାରୁ ଭକ୍ତଙ୍କ ମନ ବୁଝି ନାହିଁ । ଚଳିତ ବର୍ଷ ଭକ୍ତଙ୍କ ଗହଳି ନ ଥିଲେ ମଧ୍ୟ ଭକ୍ତମାନେ ଆପଣେଇଛନ୍ତି ଡିଜିଟାଲ୍ ବ୍ୟବସ୍ଥା । କିଛି ଲୋକ ଘରେ ଟିଭି ମାଧ୍ୟମରେ ସିଧା ପ୍ରସାରଣ ଦେଖିଥିବା ବେଳେ ଆଉ କିଛି ମୋବାଇଲ୍ ଫୋନରେ ଓ ସୋସିଆଲ୍ ମିଡ଼ିଆରେ ଦେଖିଛନ୍ତି ସ୍ନାନ ପୂର୍ଣ୍ଣିମା ନୀତି ଓ ହାତୀ ବେଶ ।
ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next‘‘ମଠରେ ସାଧୁମାନଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ନ ଥିବାରୁ ଅନ୍ତେବାସୀମାନଙ୍କ ସାହାଯ୍ୟରେ ମୋବାଇଲରେ ଚାନେଲ ସବସକ୍ରାଇବ୍ କରି ସ୍ନାନ ପୂର୍ଣ୍ଣମା ଓ ହାତୀବେଶ ଆମେ ଦେଖିଥିଲୁ । ମହାପ୍ରଭୁଙ୍କ ପରୋକ୍ଷ ଦର୍ଶନରେ ବି ଖୁବ୍ ଭାବ ବିହ୍ଵଳ ହୋଇଥିଲେ ସାଧୁସନ୍ଥମାନେ,’’ କହିଛନ୍ତି ରାଧାବଲ୍ଲଭ ମଠର ଅନ୍ତେବାସୀ ହିମାଂଶୁ ଶେଖର ଶତପଥୀ ।
ଏହା ବି ପଢ଼ନ୍ତୁ | TV ସିରିଏଲରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଖୁବ୍ ପ୍ରଶଂସିତ ହୋଇଥିଲେସବୁବେଳେ ମହାପ୍ରଭୁଙ୍କ ଯାନିଯାତ୍ରାରେ ପ୍ରତ୍ୟକ୍ଷଭାବେ ସାମିଲ୍ ହେଉଥିବା ଓଡି଼ଶୀ ଓ ମାହାରୀ ନୃତ୍ୟ ଶିଳ୍ପୀମାନଙ୍କର କିନ୍ତୁ ପାଦ ଥୟ ଧରି ନ ଥିଲା । ସ୍ନାନ ଯାତ୍ରା ଚାଲିଥିବେ ବେଳେ ବଡ଼ଦାଣ୍ଡରୁ ଦୂରରେ ରହି ଅବା ତୀର୍ଥ ପୁଷ୍କରିଣୀ କୂଳରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୃତ୍ୟ କରି ନିଜକୁ ସମର୍ପି ଦେଇଥିଲେ ସେମାନେ । ‘‘କରୋନା ଭାଇରସ୍ ସଂକ୍ରମଣ ହଟିବ ଓ ପୁଣି ଭକ୍ତ ଓ ଭଗବାନ ଏକାକାର ହେବେ ସେହି ଆଶା ଓ ଭରସା ଅଛି,’’ କହିଛନ୍ତି ଓଡ଼ିଶୀ ନୃତ୍ୟାଙ୍ଗନା ରୋଜାଲିନ୍ ମହାନ୍ତି ।
ଶ୍ରୀମନ୍ଦିରରେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ବେଳେ ଆଗକୁ ଶୃଙ୍ଖଳିତ ଢଙ୍ଗରେ ରଥ ଯାତ୍ରା ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେବାୟତମାନେ । ସଅଳ ନୀତି କରି ପୁଣି ଇତିହାସ ସୃଷ୍ଟି କରିବାକୁ ସେବାୟତ ଓ ପ୍ରଶାସନ ମଧ୍ୟରେ ଯୋଜନା ଚାଲିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।